Home ଜିଲ୍ଲା ପରିକ୍ରମା ଦୋଳସାହି ଗ୍ରାମରୁ ବଜାରକୁ ସ୍ଥାନାନ୍ତର ହେଲା ୟୁକୋ ବ୍ୟାଙ୍କ ଶାଖା

ଦୋଳସାହି ଗ୍ରାମରୁ ବଜାରକୁ ସ୍ଥାନାନ୍ତର ହେଲା ୟୁକୋ ବ୍ୟାଙ୍କ ଶାଖା

1

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ଦୋଳସାହି ଗ୍ରାମରୁ ବଜାରକୁ ସୋମବାର ୟୁକୋ ବ୍ୟାଙ୍କ ଦୋଳସାହି ଶାଖା ସ୍ଥାନାନ୍ତରିତ ହୋଇଛି । ପୂର୍ବରୁ ଏହା ଦୋଳସାହି ପଂଚାୟତ ଅଧିନ ଦୋଳସାହି ଗ୍ରାମରେ ଥିଲା।ବ୍ୟାଙ୍କ ଗ୍ରାମାଂଚଳରେ ଥିବାରୁ ଗ୍ରାହକମାନଙ୍କୁ ସେବା ଯୋଗାଇବା ନେଇ ସମସ୍ୟା ଉପୁଜୁଥିଲା । ବ୍ୟାଙ୍କ ସମ୍ମୁଖରେ ପ୍ରଶସ୍ତ ଜାଗା ନଥିବାରୁ ଗ୍ରାହକ ମାନେ ଯାନ ବାହାନ ରଖିବାରେ ଅସୁବିଧାରେ ପଡୁଥିଲେ। ଯେଉଁ ମାନଙ୍କର ଯାନ ବାହାନର ସୁବିଧା ନାହିଁ ସେମାନେ ଚାଲିଚାଲି ବ୍ୟାଙ୍କକୁ ଯାଉଥିଲେ।ଆଖପାଖ ୯ଟି ପଂଚାୟତକୁ ନେଇ ଏହି ବ୍ୟାଙ୍କ ଖୋଲାଯାଇଛି।୧୯୮୦ ଠାରୁ ଏହି ବ୍ୟାଙ୍କ ଗ୍ରାମାଞ୍ଚଳରେ ଥାଇ ଲୋକଙ୍କ ସେବାରେ ନିୟୋଜିତ ରହିଛି । ତେବେ ସରକାରୀ ଯୋଜନାର ବ୍ୟାପକତା ଯୋଗୁଁ ସ୍ୱୟଂ ସହାୟକ ଗୋଷ୍ଠି, ସୁଭଦ୍ରା, ପେନସନ ହିତାଧିକାରୀ ପ୍ରମୁଖଙ୍କ ପାଇଁ ବ୍ୟାଙ୍କରେ ଗହଳି ଲାଗି ରହୁଛି । ଏଥିପାଇଁ ଅଧିକ ସୁବିଧା ସୁଯୋଗ ଯୋଗାଇବା ଲକ୍ଷ୍ୟରେ ବ୍ୟାଙ୍କକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ବ୍ୟାଙ୍କର ନୂତନ ଶାଖା ଉଦଘାଟନ କରିବା ଅବସରରେ ଶାଖା ପରିଚାଳକ ରାକେଶ କୁମାର ସାହୁ କହିଛନ୍ତି । ଏହାଛଡା ଗ୍ରାହକମାନଙ୍କ ପାଇଁ ଏଟିଏମ ବ୍ୟବସ୍ଥା କରାଯାଇଥିବା ପରିଚାଳକ ସାହୁ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ଜୋନାଲ ପରିଚାଳକ ସୁଦୀପ ଡାକୁଆ, ସହକାରୀ ପରିଚାଳକ ରଶ୍ମିରଞ୍ଜନ ସାହୁ, ଜୟଶ୍ରୀ ପଣ୍ଡା, ଅକ୍ଷୟ କୁମାର ମହାନ୍ତି, ଶିବ ମଲ୍ଲିକ, ଅନୀଲ ମଲ୍ଲିକ, ସରିତା ସାହୁ ପ୍ରମୁଖ ବ୍ୟାଙ୍କ କର୍ମଚାରୀମାନେ ଉଦଘାଟନ ଉତ୍ସବରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.