Home ଜିଲ୍ଲା ପରିକ୍ରମା ଦୋଳସାହି ଆରଏନ ହାଇସ୍କୁଲ୍ ୧୯୮୮ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ପର୍ବ, ପୂର୍ବ...

ଦୋଳସାହି ଆରଏନ ହାଇସ୍କୁଲ୍ ୧୯୮୮ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ପର୍ବ, ପୂର୍ବ ସ୍ମୁତିକୁ ଉଜ୍ଜୀବିତ କରେ ବନ୍ଧୁ ମିଳନ

8

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ଦୋଳସାହି ସ୍ଥିତ ରାମନାରାୟଣ ହାଇସ୍କୁଲର ୧୯୮୮ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବ ଆଡମ୍ବର ସହକାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୁରାତନ ଛାତ୍ର କମଳାକାନ୍ତ ଖାମୁରାଇଙ୍କ ସଂଚାଳନରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶୁଭସ୍ମିତା ତ୍ରିପାଠୀ ଯୋଗଦେଇ ପୂର୍ବ ସ୍ମୁତିକୁ ଉଜ୍ଜୀବିତ କରେ ବନ୍ଧୁ ମିଳନ ଉତ୍ସବ ବୋଲି କହିଥିଲେ । ମୁଖ୍ୟ ବକ୍ତାଭାବେ ଡା. ଅଜୟ କୁମାର ପଣ୍ଡା ଯୋଗଦେଇ ବନ୍ଧୁ ମିଳନ ସମସ୍ତଙ୍କୁ ଏକତ୍ରିତ କରିବାର ଏକ ମାଧ୍ୟମ ବୋଲି କହିଥିଲେ ।ଏହି ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷକ କୁଳମଣି ଦୀକ୍ଷିତ, କୈଳାସ ଚନ୍ଦ୍ର ବଳଙ୍କୁ ପୁରାତନ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରଲୋକଗତ ଶିକ୍ଷକ ଅବଦୁଲ କାଲାମଖାଁନଙ୍କୁ ମରଣତୋର ସମ୍ବର୍ଦ୍ଧନା ଦିଆଯାଇଥିଲା । ସ୍ୱର୍ଗତ ଶିକ୍ଷକଙ୍କ ପତ୍ନୀ ଖାଜିଯା ବିବି ସମର୍ଦ୍ଧନା ଗ୍ରହଣ କରିଥିଲେ।ପୁରାତନ ଛାତ୍ର ବ୍ରଜେନ୍ଦ୍ର ସେନାପତି ଅତିଥି ପରିଚୟ ଓ ଗୋପୀନାଥ ମହାପାତ୍ର ଧନ୍ୟବାଦ ଦେଇଥିଲେ । ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷିତ ହୋଇଥିବା ବେଳେ ଦିବଂଗତ ଶିକ୍ଷକ ଓ ଛାତ୍ରଙ୍କ ଆତ୍ମାର ସଦଗତି କାମନା କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା । ଅପରାହ୍ନରେ ଛାତ୍ରୀଛାତ୍ରଙ୍କ ପରିଚୟ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଭୟ ପାଢ଼ୀ, ଅନୁପ୍ରଭା ଗୋଛାୟତ, ଦିଲୀପ କୁମାର ଭଞ୍ଜ, ରବୀନ୍ଦ୍ର ମହାନ୍ତି, ରଘୁନାଥ ଭଞ୍ଜ, ରାମଚନ୍ଦ୍ର ମଲ୍ଲିକ, ଗୀତାଞ୍ଜଳି ପାତ୍ର, ପ୍ରଣୟିନୀ ରାୟ, ରୀନାରାଣୀ ସ୍ୱାଇଁ, ପର୍ଶୁରାମ ପାଣିଗ୍ରାହୀ, ଧ୍ରୁବ ଚରଣ ଗିରି, ନିର୍ମଳା ସାହୁ ପ୍ରମୁଖ ଯୋଗଦେଇ ନିଜର ଅନୁଭୂତି ବଖାଣିଥିଲେ । ପୁରାତନ ଛାତ୍ର ଦେବବ୍ରତ ସେନାପତି, ବୈଲୋଚନ ମଲ୍ଲିକ, ପୀତାମ୍ବର ସାହୁ, ଅନସୂୟା ନାଥ, ରାଜେନ୍ଦ୍ର ବେହେରା, ରମାକାନ୍ତ ନାୟକ, ସୀତାକାନ୍ତ ମହାରାଜ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ବନ୍ଧୁ ମିଳନ ଉତ୍ସବରେ ୧୯୮୮ବ୍ୟାଚର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.