Home ଜିଲ୍ଲା ପରିକ୍ରମା ଦୋଳପୂର୍ଣ୍ଣିମା ଓ ହୋଲି ଅବସରରେ ଭକ୍ତିଅର୍ଘ୍ୟ ସଙ୍ଗୀତ କାର୍ଯ୍ୟକ୍ରମ

ଦୋଳପୂର୍ଣ୍ଣିମା ଓ ହୋଲି ଅବସରରେ ଭକ୍ତିଅର୍ଘ୍ୟ ସଙ୍ଗୀତ କାର୍ଯ୍ୟକ୍ରମ

100

ନୟାଗଡ଼, ୧୩ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ପବିତ୍ର ଦୋଳ ପୂଣ୍ଣିମା ଏବଂ ହୋଲି ଅବସରରେ ଲେଖନପୁର ଠାରେ ଥିବା ସମର୍ପଣ ବୃଦ୍ଧାଶ୍ରମ ପରିସରରେ ଏକ ଭକ୍ତିସଙ୍ଗୀତର କାର୍ଯ୍ୟ୍ରକମ ଭକ୍ତିଅର୍ଘ୍ୟ ପରିବେଶିତ ହୋଇଯାଇଛି। ମା’ଫାଉଣ୍ଡେସନ, ସୁଧା ସାଂସ୍କୃତିକ ପରିଷଦ ଏବଂ ଆର୍ଟପଏଣ୍ଟର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଭକ୍ତିସଙ୍ଗୀତ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ବିଜୟାନନ୍ଦ ମହାପାତ୍ର, ସରୋଜ ମିଶ୍ର, ଡ.ଆଶୁତୋଷ ମିଶ୍ର, ଗଣେଶ ମିଶ୍ର ପ୍ରମୁଖ ଭକ୍ତି ସଙ୍ଗୀତ ପରିବେଶଣ କରି ବୃଦ୍ଧାଶ୍ରମ ଅନ୍ତେବାସୀ ମାନଙ୍କ ମନୋରଂଜନ କରିଥିଲେ। ମା’ ଫାଉଣ୍ଡେସନର ପ୍ରତିଷ୍ଠାତା ରଂଜନ ରଶ୍ମି ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଟ୍ୟଭୂଷଣ ଡ.ବିଜୟ ଚୌଧୁରୀ, ସମାଜସେବୀ ଦାମୋଦର ସାହୁ, ଲକ୍ଷ୍ମୀଧର ମହାପାତ୍ର, ଶେଖ ଅବଦୁଲ ଖାଳିକ, ଅଶୋକ ମଲ୍ଲ, ଲକ୍ଷ୍ମୀଧର ସାହୁ, ଉମାକାନ୍ତ ମିଶ୍ର, ଗୋକୁଳାନନ୍ଦ ଷଢ଼ଙ୍ଗୀ ପ୍ରମୁଖ ଯୋଗଦାନ କରି ସଙ୍ଗୀତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ବୃଦ୍ଧାଶ୍ରମରେ ଥିବା ଅନ୍ତେବାସୀମାନେ ଏହି ସଙ୍ଗୀତ କାର୍ଯ୍ୟକ୍ରମର ଭରପୂର ଆନନ୍ଦ ଉପଭୋଗ କରିବା ସହ ଉପସ୍ଥିତ ସମସ୍ତ ହିତାକାଂକ୍ଷୀ ମାନଙ୍କ ମଙ୍ଗଳ କାମନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.