Home ଜିଲ୍ଲା ପରିକ୍ରମା ଦୋବଲ ବସଷ୍ଟାଣ୍ଡ ସୂଚନା ଫଳକ ଉପାଡ଼ିବାରୁ ବଢୁଛି ଅସନ୍ତୋଷ, ପ୍ରଶାସନ ଚୁପ କାହିଁକି

ଦୋବଲ ବସଷ୍ଟାଣ୍ଡ ସୂଚନା ଫଳକ ଉପାଡ଼ିବାରୁ ବଢୁଛି ଅସନ୍ତୋଷ, ପ୍ରଶାସନ ଚୁପ କାହିଁକି

34

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଧାମନଗର ତହସିଲ ଦାର ଙ୍କ ପକ୍ଷରୁ ଦୋବଲ ବସଷ୍ଟାଣ୍ଡ ରେ ଲାଗିଥିବା ସୂଚନା ଫଳକ କୁ କିଛି ବ୍ୟକ୍ତି ଉପାଡ଼ି ଫିଙ୍ଗି ଦେଇଛନ୍ତି। କିଛିଦିନ ପୂର୍ବରୁ ଦୋବଲ ବସଷ୍ଟାଣ୍ଡ ଜାଗାରେ କୱାଲି ପ୍ରୋଗ୍ରାମ ହେଉଥିଲା। ଷ୍ଟେଜ ନିର୍ମାଣ କରିବା ପାଇଁ ଆୟୋଜକ କମିଟି ଫଳକ କୁ ଉପାଡ଼ି ଦେଇଥିଲେ। କିନ୍ତୁ କୱାଲି ପ୍ରୋଗ୍ରାମ ସରିଲା। ତା ପରେ ଷ୍ଟେଜ ମଧ୍ୟ ଖୋଲାଗଲା। ହେଲେ ପାଂଚ ଦିନ ପରେ ବି ଫଳକ ଉକ୍ତ ଜାଗାରେ ଲଗା ଯାଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଯେଉଁ ଜାଗାରେ ବସଷ୍ଟାଣ୍ଡ ର ସୂଚନା ଫଳକ ପ୍ରଶାସନ ଲଗାଇଛନ୍ତି , ସେହି ଜାଗାରେ ହିଁ ତାଙ୍କର ଷ୍ଟେଜ ନିର୍ମାଣ କରାଯାଇ ଥିଲେ। ପ୍ରକାଶ ଥାଉକି ଧାମନଗର ବ୍ଲକ ଦୋବଲ ଜୋନ ୬ ଟି ପଂଚାୟତବାସୀ ଙ୍କ ଯାତାୟାତର କେନ୍ଦ୍ରସ୍ଥଳୀ ହେଉଛି ଦୋବଲ ବସଷ୍ଟାଣ୍ଡ। ଏହାର ବିଶାଳ ଜମିକୁ ସ୍ଥାନୀୟ କିଛି ମୁଷ୍ଟିମେୟ ବେକ୍ତି ଜବରଦଖଲ କରିନେବା ରୁ ତିନି ବର୍ଷ ତଳେ ବିବାଦ ଦେଖା ଦେଇଥିଲା। ଦୀର୍ଘଦିନ ଯାଏ ପରିବେଶ ଉତେଜନା ପୂର୍ଣ୍ଣ ରହିଥିଲା। ଗୋଟିଏ ପଟେ ଜମି ଜବରଦଖଲ ସାଙ୍ଗକୁ ବସଷ୍ଟାଣ୍ଡ ଭିତରେ ବେଆଇନ ଭାବେ ଟ୍ରକ ଓ ଅନ୍ୟ ଗାଡ଼ି ପାର୍କିଂ କରାଯାଉଥିଲା। ବସଷ୍ଟାଣ୍ଡ ସୁରକ୍ଷା ସମିତି ପକ୍ଷରୁ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରାଯାଇଥିଲା। ଏଣୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଧାମନଗର ତହସିଲଦାର ଏଠାରେ ଏକ ସୂଚନା ଫଳକ ଲଗାଇଥିଲେ। ତା ସହିତ ବସଷ୍ଟାଣ୍ଡ ଜାଗାରେ ବେଆଇନ ଗାଡ଼ି ପାର୍କିଂ କରିବାକୁ ବାରଣ କରିଥିଲେ। ହେଲେ କୱାଲି ଆୟୋଜନ କମିଟି ଏବେ ସୂଚନା ଫଳକ ଉପାଡ଼ି ଦେଇଥିବାରୁ ବସଷ୍ଟାଣ୍ଡ ଜାଗା ଟି ପୁଣି ଜବରଦଖଲ ହୋଇଯିବ ବୋଲି ଆଶଙ୍କା ଦେଖାଦେଇଛି। ତେବେ ଏନେଇ ଧାମନଗର ତହସିଲଦାର ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ସାଇ ସିଲୋନା କହିଛନ୍ତି ଘଟଣା ସଂପର୍କ ରେ ଅବଗତ ନଥିଲି ଘଟଣା ତଦନ୍ତ କରିବି ଯଦି ସୂଚନା ଫଳକ ନ ଲଗାଇଲେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ତେବେ ସରକାରୀ ସ୍ଥାନ ରେ ପ୍ରଶାସନ ଲଗାଇଥିବା ଫଳକ କୁ ବାରମ୍ୱାର ଏପରି ଭାଙ୍ଗୁଥିବା ବ୍ୟକ୍ତି ଙ୍କ ବିରୋଧ ର ପ୍ରଶାସନ କି ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.