Home ଜିଲ୍ଲା ପରିକ୍ରମା ଦୋବଲ ବସଷ୍ଟାଣ୍ଡ ଅବସ୍ଥା ବଦଳୁନାହିଁ, କାଦୁଅରେ ଯାତ୍ରୀ ଯିବାକୁ ହେଉଛନ୍ତି ହିନସ୍ତା; ରାସ୍ତା ଉପରେ ରହୁଛି...

ଦୋବଲ ବସଷ୍ଟାଣ୍ଡ ଅବସ୍ଥା ବଦଳୁନାହିଁ, କାଦୁଅରେ ଯାତ୍ରୀ ଯିବାକୁ ହେଉଛନ୍ତି ହିନସ୍ତା; ରାସ୍ତା ଉପରେ ରହୁଛି ବସ

6

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକର ଦୋବଲ ବସଷ୍ଟାଣ୍ଡ ର ଅବସ୍ଥା ସୁଧୁରୁ ନାହିଁ।ଭଦ୍ରକ – ଯାଜପୁର ର ଏହା ମଧ୍ୟ ସ୍ଥଳ। ଏହି ଷ୍ଟାଣ୍ଡ ଠାରୁ ଭୁବନେଶ୍ୱର, କଟକ, ବାଲେଶ୍ୱର, କେନ୍ଦୁଝର, ଯାଜପୁର ଓ ଭଦ୍ରକ ଜିଲାର ବିଭିନ୍ନ ଅଂଚଳକୁ ଦୈନିକ ସରକାରୀ ଓ ଘରୋଇ ବସ ଚଳାଚଳ କରୁଛି। ଉକ୍ତ ଅଂଚଳକୁ ଆତଯାତ କରୁଥିବା ପ୍ରାୟ ସମସ୍ତ ଘରୋଇ ଓ ସରକାରୀ ବସ ଏହି ଦୋବଲ ବସଷ୍ଟାଣ୍ଡରୁ ବାହାରି ଷେଣ୍ଢପୁର, ପଧାନୀ, ସୋହଡା, ଖଡିପଦା, ଆନନ୍ଦପୁର ଆଦି ସ୍ଥାନକୁ ଯାତାୟତ କରୁଥାଏ। ମାତ୍ର ବର୍ଷା ଦିନରେ ଉକ୍ତ ବସଷ୍ଟାଣ୍ଡ ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ମୁଖ୍ୟ ରାସ୍ତା ଠାରୁ ବସଷ୍ଟାଣ୍ଡ ନିଚା ହୋଇଥିବାରୁ ଜଳ ନିଷ୍କାସନ ରେ ବାଧାପ୍ରାପ୍ତ ହେଉଛି। ବଜାର, ରାସ୍ତା ଓ ସେଠାରେ ଥିବା ଗେଙ୍ଗୁଟି ନଦୀବନ୍ଧ ରୁ ବର୍ଷା ପାଣି ଗଡ଼ି ବସଷ୍ଟାଣ୍ଡ ରେ ଜମି ରହୁଛି ବର୍ଷା ଜଳ। ଷ୍ଟାଣ୍ଡରେ ଗାଡ଼ି ପଶିଲେ କାଦୁଅ ପଚପଚ ଯୋଗୁଁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ଅନ୍ୟପଟେ ଉକ୍ତ ଷ୍ଟାଣ୍ଡ ଟି ଅଳ୍ପ ଜମିରେ ହୋଇଥିବାରୁ ବସ ରହିବା ସମସ୍ୟା ସୃଷ୍ଟି ହେଉଛି। ହେଲେ କେତେକ ଘରୋଇ ଟ୍ରକ, ଟ୍ରାକ୍ଟର, ହାଲୁକା ଓ ଭାରୀଯାନ ମାଲିକ ଏବଂ ଚାଳକ ନିଜର ଗାଡିକୁ ଘଂଟା ଘଂଟା ଧରି ଏଠାରେ ରଖୁଛନ୍ତି ଫଳରେ ବସ ରହିବାରେ ବାଧା ମଧ୍ୟ ସୃଷ୍ଟି ହେଉଛି। ପ୍ରଶାସନ ପକ୍ଷରୁ ସେଠାରେ ବସ ବ୍‌ଯତିତ ଅନ୍ୟ କୌଣସି ଗାଡ଼ି ରଖିପାରିବେ ନାହିଁ ବୋଲି ତାଗିଦ କରିବା ସହିତ ଏକ ଫଳକ ଲଗାଇଥିଲେ, ହେଲେ ତାହାକୁ କେହି ଖାତିରି କରୁନାହାନ୍ତି। ଷ୍ଟାଣ୍ଡ ଭିତରେ କାଦୁଅ ଯୋଗୁଁ ବର୍ଷା ହେଲେ ବସ ଗୁଡିକ ରାସ୍ତା ଉପରେ ଘଂଟା ଘଂଟା ଧରି ଠିଆ ହେଉଛି। ଯାତ୍ରା ବି ଷ୍ଟାଣ୍ଡ ଭିତରକୁ ପଶିବା କୁ ରାଜି ହେଉ ନାହାଁନ୍ତି। ରାସ୍ତାରେ ବସ ରହିବା ଫଳରେ ବଜାରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ସାଧାରଣ ଲୋକ ରାସ୍ତା ପାରି ପାଇ ଘଂଟାଘଂଟା ଧରି ରାସ୍ତାରେ ଠିଆ ହେବାକୁ ପଡୁଛି। ବସଷ୍ଟାଣ୍ଡ ର ଉନ୍ନତିକରଣ ଓ ନୂଆ ବସଷ୍ଟାଣ୍ଡ ପାଇଁ ଉକ୍ତ ବସଷ୍ଟାଣ୍ଡ ଠାରୁ ପ୍ରାୟ ୧ କିମି ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩ ମସିହାରେ ଭିତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରାୟ ଦୁଇ ଏକର ଜମିରେ ୫ କୋଟି ୮୨ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ନୂତନ ବସଷ୍ଟାଣ୍ଡ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ଅଢ଼େଇ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। କାର୍ଯ୍ୟ ମଧ୍ୟ କିଛି ହୋଇଥିଲା ହେଲେ ରାଜ୍ୟରେ ସରକାର ବଦଳି ଗଲା ପରେ ଉକ୍ତ କାର୍ଯ୍ୟ କୁ ନୂତନ ସରକାର ବନ୍ଦ କରିଦେଇ ଥିଲେ। ଯେଉଁ ପୁରୁଣା ଷ୍ଟାଣ୍ଡ ଅଛି ସେଠାରେ କଂକ୍ରିଟ କରିବା ସହିତ ଯାତ୍ରୀଙ୍କ ପାଇଁ ଆଶ୍ରୟସ୍ଥଳି ଏବଂ ପାନୀୟ ଜଳ ବ୍ୟବସ୍ଥା କରାଯିବା ପାଇଁ ନୂଆ ସରକାର କହିଥିଲେ। ହେଲେ ନା ନୂଆ ବସ ଷ୍ଟାଣ୍ଡ ହେଲା ନା ପୁରୁଣା ବସ ଷ୍ଟାଣ୍ଡ ମରାମତି ହେଲା ମାତ୍ର ନୂଆ ଓ ପୁରୁଣା ବସ ଷ୍ଟାଣ୍ଡ ରେ ଜବର ଦଖଲ ବଢିବାରେ ଲାଗିଛି ମାତ୍ର ଉଚ୍ଛେଦ ର ନା ଧରୁନାହାନ୍ତି ପ୍ରଶାସନ । ହେଲେ ନାନାଦି ସମସ୍ୟା ରେ ଛନ୍ଦି ହେଉଛନ୍ତି ସାଧାରଣ ଜନତା। ଏ ଦିଗରେ ଧାମନଗର ତହସିଲ ଦାର ଲୋକନାଥ ସେଠୀ କୁହନ୍ତି ଉକ୍ତ ସ୍ଥାନରେ ଖୁବଶୀଘ୍ର ଜବରଦଖଲ ହଟା ଯିବ ବୋଲି କହିଥିଲେ। ଏଥିସହିତ ସେଠାରୁ ଜବରଦଖଲ ଉଛେଦ କରାଯାଇ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହ ଉକ୍ତ ବସ ଷ୍ଟାଣ୍ଡ ରେ ବାଲି ଓ ଡଷ୍ଟ ପକାଇ ବା କିମ୍ବା କଂକ୍ରିଟ କରିବାକୁ ସ୍ଥାନୀୟ ଅଂଚଳ ର ଲୋକ ମାନେ ଜିଲ୍ଲାପ୍ରଶାସନ ଙ୍କୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.