Home ଜିଲ୍ଲା ପରିକ୍ରମା ଦୋବଲ ବଜାର ଡ୍ରେନ ନିର୍ମାଣ ନିମ୍ନ ମାନର, କାର୍ଯ୍ୟ ମନ୍ଥରତା, ବିପଦରେ ସ୍ଥାନୀୟ ବାସିନ୍ଦା

ଦୋବଲ ବଜାର ଡ୍ରେନ ନିର୍ମାଣ ନିମ୍ନ ମାନର, କାର୍ଯ୍ୟ ମନ୍ଥରତା, ବିପଦରେ ସ୍ଥାନୀୟ ବାସିନ୍ଦା

4
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ବିଭିନ୍ନ ଗ୍ରାମ୍ୟ ରାସ୍ତା ଏବେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ଠିକାଦାର ଓ ଯନ୍ତ୍ରୀ ଙ୍କ ମନ ମାନିରେ କାମ ଚାଲି ଥିବାରୁ ଏପରି ଅବସ୍ଥା ଦେଖିବାକୁ ମିଳିଛି।ପ୍ରକାଶ ଥାଉକି ଧାମନଗର ରୁ ଷେଣ୍ଢପୁର ଭାୟା ଦୋବଲ ରାସ୍ତାର କିଛି ଅଂଶ ବିପର୍ଯସ୍ତ ହୋଇପଡ଼ିଛି। ଦୁଇ ବର୍ଷହେବ ଉକ୍ତ ରାସ୍ତା ମରାମତି ଓ ନିର୍ମାଣ ଚାଲି ଥିଲେବି ଏ ଯାଏ କାମ ସରୁ ନାହିଁ।। ଫଳରେ ଯିବା ଆଶିବା କରୁଥିବା ଲୋକେ ନାକେଦମ ହୋଇ ପଡୁଛନ୍ତି। ବେଦପୁର ଛକ ରୁ ଷେଣ୍ଢପୁର ରାସ୍ତା ଏମିତି ବିପର୍ଯ୍ୟସ୍ତ ହୋଇଛି ଯେ ଗାଡ଼ି କଥା ଛାଡନ୍ତୁ ଚାଲିକି ଯିବା କଷ୍ଟକର ହୋଇପଡ଼ୁଚି। ଠିକାଦାର କିଛିଦିନ କାମ କରିବା ପରେ କାମ ବନ୍ଦ କରି ଚାଲିଯାଇଥିଲେ ଏବେ ପୁଣି କାର୍ଯ୍ୟ ମନ୍ଥରତା ନେଇ ବିଭିନ୍ନ ମହଲ ରେ ଅସନ୍ତୋଷ ଦେଖାଦେଇଛି। ଧାମନଗର ରୁ ଷେଣ୍ଡପୁର ଭାୟା ଦୋବଲ ରାସ୍ତାଟି ପୂର୍ତ ଓ ଗୃହ ନିର୍ମାଣ ବିଭାଗର ଦାୟିତ୍ୱରେ ରହିଛି। ରାସ୍ତାଟି ଦୀର୍ଘଦିନ ହେଲା ଖରାପ ହୋଇ ରହିବାରୁ ଏ ନେଇ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗ ର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ତେବେ ଖୁବଶିଘ୍ର କାର୍ଯ୍ୟ ଶେଷ ହେବବୋଲି ମନ୍ତ୍ରୀ କହିଛନ୍ତି। ସୁଚନା ଥାଉକି ପ୍ରଥମ ପର୍ଯ୍ୟାୟରେ ଧାମନଗର କଲେଜ ପାଖରୁ ଦୋବଲ ଘୋଡ଼ାଗଣ୍ଡ ନାଳ ଯାଏ କଂକ୍ରିଟ ରାସ୍ତା ହୋଇଥିଲା ସେଠାରେ ମଧ୍‌ଯ ଅଧା କାମ ପଡିରହିଛି ଆଉ ଦୋବଲ ରୁ ଷେଣ୍ଢପୁର ମଝିରେ ରାସ୍ତାର କିଛି ଅଂଶ ତିଆରି ହୋଇ ଥିଲେବି କାମ ସପୁର୍ଣ ହୋଇ ପାରିଲା ନାହିଁ। ଯାହା କାମବି ହୋଇଛି ବିଭାଗୀୟ ଅଧିକାରି ଙ୍କ ଅନୁପସ୍ଥିତ ରେ ନିମ୍ନ ମାନର କାର୍ଯ୍ୟ ହୋଇଛି। ଏବେ ଦୋବଲ ବଜାର ର କାଳୀ ବଜାର ଠାରୁ ବସଷ୍ଟାଣ୍ଡ ଯାଏ କାର୍ଯ୍ୟ ଆରମ୍ଭ ହୋଇଛି, ପ୍ରଥମେ ଡ୍ରେନ କାର୍ଯ୍ୟ ଆରମ୍ଭ ହୋଇଚି ମାତ୍ର ତାହା ନିମ୍ନ ମାନର ହେଉଚି ଯାହାକି ଦୂର ଦୃଷ୍ଟି ଅଭାବ ରୁ ସଧାରଣ ଲୋକ ଙ୍କ କିଛି ଲାଭ ହେବନି ବରଙ୍ଗ ରାସ୍ତା ସମସ୍ୟା ବଡ଼ିବ। ପ୍ରକାଶ ଥାଉକି ଉକ୍ତ ରାସ୍ତା ଜବର ଦଖଲ ଥିବାରୁ ନିକଟରେ ତହସିଲଦାର ଙ୍କ ଦ୍ୱାରା ବଜାର ମାପ କରାଯାଇ ଜାଗା ବାହାର କରାଯାଇଥିଲା। ରାସ୍ତା ର ଫୁଟେ ଛାଡି ଡ୍ରେନ ତିଆରି ହେବ । ମାତ୍ର ଠିକାଦାର ନିଜମର୍ଜିରେ ରାସ୍ତା ର କଂକ୍ରିଟି କୁ ଲଗାଇ ଡ୍ରେନକରୁଛି,ଯାହାଦ୍ୱାରା ରାସ୍ତା ମଧ୍ୟ ପୁଣି ସଙ୍କୁଚିତ ହେଉଚି। ଅପର ପକ୍ଷ ରେ ଯେଉ ଡ୍ରେନ ଖୋଳା ଯାଉଛି ତାହା ଏବେ ବିପଦ ପୁର୍ଣ ରହିଛି , ରାସ୍ତା ଖୋଳି ଦେଇ ଥିଲେ ମଧ୍ୟ କାର୍ଯ୍ୟ ବିଳମ୍ୱ ହେଉଚି। ଖୋଳା ଯାଇଥିବା ଡ୍ରେନ ନିକଟର କିଛି ସୁରକ୍ଷା ଚିହ୍ନ ଦିଆ ଯାଉ ନାହିଁ ଫଳରେ ପାଦଚଲ ଲୋକ ଓ ଯାନ ବାହନ ଦୃଘଟଣ ରେ ଶିକାରହେବେ। କାରଣ ରାସ୍ତାଟି ଚାରିଟି ପଞ୍ଚାୟତର ଜୀବନରେଖା। ପ୍ରାୟ ୪୦ ହଜାର ଲୋକଙ୍କ ମୁଖ୍ୟରାସ୍ତା। ଅଫିସ ଟାଇମ ହୋଇଗଲେ ପ୍ରାୟ ୧୦ ହଜାର ଲୋକ ଏ ବାଟେ ଯାଆସ କରନ୍ତି। । ଏସବୁକୁ ଦେଖିଲେ ରାସ୍ତା ଟି ବିପଦପୂର୍ଣ୍ଣ ଥିବାରୁ ତୁରନ୍ତ ସ୍ତାଈ ସମାଧାନ ପାଇଁ ମଧ୍ୟ ଧାମନଗର ବ୍ଲକ କଂଗ୍ରେସ ନେତା ଅଭିଷେକ ରାଉତ, ପ୍ରଭାତ ପଣ୍ଡା, ରାଜ କିଶୋର ସାହୁ, ସେକ ହାକିମ, ସଂଜୟ ମିଶ୍ର, ସେକ ତରୀମି, ଅଭୟ ସାହୁ, କେଶବ ନାୟକ ଦାବି କରିଚନ୍ତି। ଏ ସଂପର୍କରେ ପୂର୍ତ ବିଭାଗର ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ନିଶ୍ଚିତ ଭାବରେ ଡ୍ରେନ ନିକଟର ସୁରକ୍ଷା ଚିହ୍ନ ଲଗାଇବା କଥା ତେବେ ଖୁବ ଶୀଘ୍ର ଉକ୍ତ ସମସ୍ୟା ର ସମାଧାନ କରାଯିବ ବୋଲି ଅଧିକାରୀ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.