Home ଜିଲ୍ଲା ପରିକ୍ରମା ଦୋବଲ ବଜାର ଜବରଦଖଲ ମୁକ୍ତ କରିବାକୁ ତହସିଲଦାରଙ୍କ ତତ୍ପରତା, କାନ୍ଥରେ ମରାଗଲା ନୋଟିସ୍‌

ଦୋବଲ ବଜାର ଜବରଦଖଲ ମୁକ୍ତ କରିବାକୁ ତହସିଲଦାରଙ୍କ ତତ୍ପରତା, କାନ୍ଥରେ ମରାଗଲା ନୋଟିସ୍‌

13

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ନୂତନ ସରକାର ଆସିବା ପରେ ସରକାରୀ ଜାଗା ଜବରଦଖଲ ମୁକ୍ତ କରିବାକୁ ଉଦ୍ୟମ ଜିଲା ତମାମ ଜାରି ରହିଛି । ତେବେ ଧାମନଗର ତହସିଲ ଅଧୀନରେ ଶହ ଶହ ଏକର ସରକାରୀ ଗୋଚର ଅନାବାଦୀ ଜାଗା ରହିଥିବାବେଳେ ଜମି ଦଲାଲମାନେ ଏଗୁଡିକ ମାଡି ବସିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଏହି ଦଲାଲଙ୍କ ମନରେ ଏବେ କୋକୁଆଭୟ ସୃଷ୍ଟି ହୋଇଛି । ଧାମନଗର ତହସିଲ ପକ୍ଷରୁ ନିକଟରେ ହାଟଛକକୁ ଉଚ୍ଛେଦ କରାଯାଇଥିବାବେଳେ ଦୋବଲ ବଜାରକୁ ଜବରଦଖଲମୁକ୍ତ କରିବା ପାଇଁ ତହସିଲ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଆଜି ତହସିଲ ପକ୍ଷରୁ ମୁସ୍ତାଫାପାର ପୁଂଚାୟତ, ଦୋବଲ ବଜାର ଓ ରାସ୍ତା ମାପପାଇଁ ଜବରଦଖଲ ସ୍ଥାନମାନଙ୍କରେ ନୋଟିସ୍ ଜାରି କରାଯାଇଛି । ମାପ ପରେ ଚିହ୍ନଟ ସରକାରୀ ଜାଗା ଉଚ୍ଛେଦ ହୋଇ ରାସ୍ତା ସଂପ୍ରସାରଣ କରାଯିବ ବୋଲି ତହସିଲଦାର ଦୀପକ ଦାସ ସୂଚନା ଦେଇଛନ୍ତି । ତେବେ ସରକାରଙ୍କ ନିର୍ଦ୍ଦେଶ ମୂଳେ ପ୍ରଶାସନ ବଜାରକୁ ଜବରଦଖଲମୁକ୍ତ କରିବା ପାଇଁ ପ୍ରସ୍ତୁତି ସଂପୂର୍ଣ୍ଣ କରିଛି । ପ୍ରକାଶ ଥାଉକି ଧାମନଗର କଲେଜ ଠାରୁ ଦୋବଲ ପୋଲ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍କୁ ଲୋକମାନେ ଜବର ଦଖଲ କରିଛନ୍ତି । ଫଳରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଯାନବାହନ ବୃଦ୍ଧିକୁ ନେଇ ରାସ୍ତା ଜବରଦଖଲ ଯୋଗୁଁ ସାଧାରଣ ଲୋକମାନଙ୍କ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସଂପର୍କରେ ଲୋକମାନଙ୍କ ବାରମ୍ବାର ଅଭିଯୋଗ ସତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିଲା । ମାତ୍ର ରାଜ୍ୟ ସରକାରଙ୍କ ଜବରଦଖଲ ଉଚ୍ଛେଦ ନିର୍ଦ୍ଦେଶ ପରେ ଦଲାଲମାନେ ଛାନିଆ ହୋଇଛନ୍ତି । ଦୋବଲ ବଜାର ମାପ ପାଇଁ ନୋଟିସ୍ ଜାରି ପରେ କେତେକ ଜବରଦଖଲକାରୀ ନିଜର ଦୋକାନକୁ ଘୁଂଚାଇ ନେଉଥିବାର ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.