Home Top News ଦୋବଲ ପଞ୍ଚାୟତରେ ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ଟକ୍କର, କଂଗ୍ରେସ ନେବ ନିର୍ଣ୍ଣାୟକ ଭୂମିକା

ଦୋବଲ ପଞ୍ଚାୟତରେ ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ଟକ୍କର, କଂଗ୍ରେସ ନେବ ନିର୍ଣ୍ଣାୟକ ଭୂମିକା

106

ଭଦ୍ରକ, ୧-୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକର ଦୋବଲ ପଂଚାୟତରେ ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଏଥର ବିଜେପି, ବିଜେଡ଼ି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେଉଥିବାବେଳେ ବିଶେଷ କରି ବିଜେପି ଓ ବିଜେଡ଼ି ମଧ୍ୟରେ ଏବେ ପ୍ରାର୍ଥୀଙ୍କ ରାଜନୈତିକ ମାହୋଲ ଉଷ୍ମ ହେଉଛି। ଏହି ପଂଚାୟତର ପୁରୁଷ ଭୋଟର ୨୦୦୩ ଓ ମହିଳା ଭୋଟର ୧୯୫୧କୁ ମିଶାଇ ଭୋଟ ଭୋଟର ସଂଖ୍ୟା ୩୯୫୪। ୨୦୧୭ ମସିହାରେ ସରକାରଙ୍କର ପଞ୍ଚାୟତ ବିଭାଜୀକରଣ ବେଳେ ଦୋବଲ ପଂଚାୟତ ଠାରୁ ମୁସ୍ତଫାପୁର ପଂଚାୟତ ଅଲଗା ପଂଚାୟତ ଗଠନ ହୋଇଥିଲା। ଦୋବଲ ପଂଚାୟତରେ ୨୦୧୭ ନିର୍ବାଚନରେ କଂଗ୍ରେସ, ବିଜେପି ଓ ପରିବର୍ତ୍ତନ ସାମୁଖ୍ୟ ମିଶି ପ୍ରାର୍ଥୀ ଦେଇଥିବାବେଳେ ସେଟି ବିଜେଡ଼ିର ସରପଂଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ବିଜୟଲାଭ ହୋଇଥିଲା। ତେବେ ୨୦୧୭ ମସିହା ନିର୍ବାଚନ ଏବଂ ଚଳିତ ନିର୍ବାଚନ ସମ୍ପୁର୍ଣ୍ଣଭାବରେ ଅଲଗା। ଚଳିତ ନିର୍ବାଚନରେ ବିଜେଡ଼ି, ବିଜେଡ଼ି ଓ କଂଗ୍ରେସ ଅଲଗା ଅଲଗା ପ୍ରାର୍ଥୀ ଦେଇଛି। ଏହି ପଂଚାୟତରେ ସରପଂଚ ଓ ସମିତି ସଭ୍ୟ ପାଇଁ ତ୍ରୀମୁଖି ପ୍ରତିଦ୍ୱନ୍ଦିତା ହେଉଛି। ବିଜେପି ସମର୍ଥୀତ ସରପଞ୍ଚ ପ୍ରାର୍ଥୀ ଅଶୋକ ପଣ୍ଡା, ବିଜେଡ଼ି ସମର୍ଥୀତ ସରପଞ୍ଚ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପତି ଓ କଂଗ୍ରେସ ସମର୍ଥୀତ ସରପଞ୍ଚ ପ୍ରାର୍ଥୀ ପ୍ରମୋଦ ନାୟକ ନିର୍ବାଚନ ମଇଦାନରେ ଥିଲେ ମଧ୍ୟ ମୁଖ୍ୟତଃ ଦୁଇ ପ୍ରତିଦ୍ୱନ୍ଦୀ ଅଶୋକ ଓ କୃଷ୍ଣଙ୍କ ମଧ୍ୟରେ କଡା ଟକ୍କର ହେବ। ସେହିପରି ବିଜେପି ସମର୍ଥୀତ ପ୍ରାର୍ଥୀ ସମିତିସଭ୍ୟା ପାଇଁ ରୁନିଲତା ସାହୁ, ବିଜେଡ଼ି ସମର୍ଥୀତ ସମିତିସଭ୍ୟା ପ୍ରାର୍ଥୀ ସୁଭଦ୍ରା ପଣ୍ଡା ଓ କଂଗ୍ରେସ ସମର୍ଥୀତ ସମିତିସଭ୍ୟା ପ୍ରାର୍ଥୀ ଭାରତୀ କୁଣ୍ଡୁ ପ୍ରତିଦ୍ୱନ୍ଦିତା କରୁଥିଲେ ମଧ୍ୟ ରୁନି ସାହୁ ଏବଂ ଶୁଭଦ୍ରା ପଣ୍ଡା ଉଭୟଙ୍କ ମଧ୍ୟରେ ପ୍ରତିପକ୍ଷତା ଅଧିକ ରହିବ ବୋଲି ଜଣାଯାଇଛି।

ବିଜେଡି ସମର୍ଥତ ସରପଂଚ ପ୍ରାର୍ଥୀ ଓ ସମିତି ସଭ୍ୟା ପ୍ରାର୍ଥୀନୀ ସୋସିଆଲ ମିଡିଆରେ ପ୍ରଚାର ପ୍ରସାରରେ ଆଗରେ ଥିବାବେଳେ ପଂଚାୟତର ତୃଣମୂଳ ସ୍ତରରେ ଲୋକଙ୍କ ସମର୍ଥନ ସହିତ ଘରକୁ ଘର ବୁଲି ଭୋଟର ମାନଙ୍କୁ ଭୋଟର ଭିକ୍ଷାରେ ବିଜେପି ସମର୍ଥୀତ ସରପଂଚ ପ୍ରାର୍ଥୀ ଅଶୋକ ପଣ୍ଡା ଓ ସମିତି ସଭ୍ୟା ପ୍ରାର୍ଥୀନୀ ରୁନିଲତା ସାହୁ ଆଗରେ ଅଛନ୍ତି। ଲୋକଙ୍କ ମନଜିଣି ଉଭୟ ପ୍ରାର୍ଥୀ ଜିତିବାରେ ଆଶା ରଖିଛନ୍ତି। ପ୍ରକାଶ ଥାଉକି ଗତ ନିର୍ବାଚନରେ ବିଜେଡ଼ି ସମର୍ଥିତ ସରପଂଚ ଓ ସମିତିସଭ୍ୟ ପ୍ରାର୍ଥୀ ବିଜୟଲାଭ ପରେ ସେମାନେ ବ୍ୟକ୍ତିକେନ୍ଦ୍ରିକ ହୋଇ ପଂଚାୟତରେ କୌଣସି ଉନ୍ନତମୂଳକ କାର୍ଯ୍ୟକରିପାରିଲେ ନାହିଁ। କରୋନା କଟକଣା ସମୟରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଆର୍ଥିକ ସହାୟତା ହରିଲୁଟ କରିଥିଲେ। ଏପରିକି ୫ବର୍ଷ ବିତିଯାଇଥିଲେ ମଧ୍ୟ ସରକାରୀ ଅର୍ଥ ମଞ୍ଜୁରପରେ ବି ପଂଚାୟତ ଭବନ କିମ୍ବା ପଂଚାୟତ କାର୍ଯ୍ୟଳୟ ନିର୍ମାଣ କରାଯାଇ ପାରିନଥିଲେ। ଏହାକୁ ଆୟୁଦ୍ଧ କରି ବିଜେପି ଭୋଟର ମାନଙ୍କୁ ଭେଟି ଭୋଟଭିକ୍ଷା କରୁଛି। ବିଜେଡ଼ିର ସରପଂଚ ପ୍ରାର୍ଥୀ ଶ୍ରୀ ପତି ପୂର୍ବରୁ ରାଜ୍ୟ ବାହାରେ ରହୁଥିବାବେଳେ ଏଇ ତିନିବର୍ଷ ହେବ ପଂଚାୟତରେ ରାଜନୀତି କରିବା ସହିତ ଲୋକଙ୍କ ଶୁଖ ଦୁଃଖରେ ଠିଆ ହେଇଛନ୍ତି। ବିଜେପିର ପ୍ରାର୍ଥୀ ଶ୍ରୀ ପଣ୍ଡା ଛାତ୍ର ଜୀବନରୁ ରାଜନୀତୀରେ ସାମିଲ ହୋଇଛନ୍ତି। ସେଜଣେ ଦୃଢ ସଂଗଠକ ତଥା ଲୋକଙ୍କ ସୁଖ ଦୁଃଖର ଦୀର୍ଘ ଦିନ ଧରି ପଂଚାୟତର ସମସ୍ତ କାର୍ଯ୍ୟକ୍ରମରେ ଠିଆ ହେଉଥିବାରୁ ପଂଚାୟତ ବାସୀ ତାଙ୍କୁ ବିଜୟ ଟୀକା ପିନ୍ଧାଇବେ ବୋଲି ମଧ୍ୟ ଆଶା ବାନ୍ଧିଛନ୍ତି। ତେବେ ଏମାନଙ୍କ ଜିତାପଟରେ କଂଗ୍ରେସ ଯେଉଁ ଦଳକୁ ଶେଷ ମୁହୁର୍ତ୍ତରେ ସମର୍ଥନ ଦେବ ସେ ପ୍ରାର୍ଥୀ ବିଜୟଲାଭ କରିବବୋଲି ରାଜନୈତୀକ ସମୀକ୍ଷକ ମାନେ ମତପୋଷଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.