ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର ପ୍ରଥମ ପର୍ଯ୍ୟାୟରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦୋବଲ ପଂଚାୟତ ରେ ଏସ୍.ଏ.ଜେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାନପାଇଛି।ଆନୁଷ୍ଠାନିକ ଭାବରେ ଭିତିପ୍ରସ୍ତର ସ୍ଥାପନ ମଧ୍ୟ ହୋଇଛି।ଏ ନେଇ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଖୋର୍ଦ୍ଧା ଜିଲ୍ଲାର ବାଣପୁର ପଡିଆ ଠାରେ ଏହି ଯୋଜନାର ଭିତିପ୍ରସ୍ତର ସ୍ଥାପନ କରାଯାଇଛି। ଆଜି ଦିନ ୧୧ ଟା ବେଳେ। ଦୋବଲ ବିଦ୍ୟାଳୟ ପରିସର ରେ ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ମିଶ୍ର ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ,ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ,ବ୍ଲକ ଶିକ୍ଷାଧିକାରୀ ପ୍ରଫୁଲ୍ଲ ସାହୁ,ଜିଲ୍ଲା ପରିଷଦ ସଭ୍ୟା ଉର୍ମିଳା ବିଶ୍ୱାଳ,ବିଡ଼ିଓ ବନ ବିହାରୀ ଦିଣ୍ଡା ,ଅତିରିକ୍ତ ତହସିଲଦାର ପଲ୍ଲୀ ଭାରତ ମହାଳିକ,ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ ପୁହାଣ ,ସାଂସଦ ପ୍ରତିନିଧି ମନୋରଞ୍ଜନ ମଲିକ,ଦୋବଲ ପଞ୍ଚାୟତ ସରପଞ୍ଚ ଅଶୋକ କୁମାର ପଣ୍ଡା,ସମିତି ସଭ୍ୟା ରୁନିଲତା ସାହୁ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତପନ କୁମାର ଦାସ ପ୍ରମୁଖ ଯୋଗଦେଇ ଗ୍ରାମାଂଚଳ ରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ପାଇଁ ଏହି ଯୋଜନା ସରକାର ହାତକୁ ନେଇଛନ୍ତି ବୋଲି ଅତିଥି ମାନେ ଉପସ୍ଥିତ ଅଭିଭାବକ ଓ ଜନସାଧାରଣ ଙ୍କୁ କହିଥିଲେ।ଏହି ଅବସର ରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।







