Home ଜିଲ୍ଲା ପରିକ୍ରମା ଦୋକାନ ସମ୍ମୁଖରୁ ଉଠା ଦୋକାନୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି

ଦୋକାନ ସମ୍ମୁଖରୁ ଉଠା ଦୋକାନୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି

114

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସ୍କୁଲ ଛକରେ ଥିବା ଶହେ ବର୍ଷର ପୁରୁଣା ବିଳାସିନୀ ଏଣ୍ଡ ସନ୍ସ ଭଦ୍ରକର ସର୍ବ ପୁରାତନ ଓ ଏକମାତ୍ର ଭରସାଯୋଗ୍ୟ ରିଟେଲ ମେଡିସିନ ଆଉଟଲେଟ୍ । କେବଳ ଭଦ୍ରକ ଡାକ୍ତର ନୁହେଁ, କଟକ ଓ ଭୁବନେଶ୍ୱରର ବହୁ ପ୍ରତିଷ୍ଠିତ ଡାକ୍ତରଙ୍କ ଔଷଧ ପାଇଁ ଏହି ଦୋକାନକୁ ହଜାର ହଜାର ଲୋକ ପ୍ରତ୍ୟେକ ଦିନ ଆସିଥାନ୍ତି । ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ସମୟରେ ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଜିଲ୍ଲା ପ୍ରଶାସନ ଲକ୍‌ଡାଉନ ଓ ସଟ୍ ଡାଉନ ସମୟରେ ଏହି ମେଡିସିନ ଆଉଟ ଲେଟ୍‌କୁ ସୁଯୋଗ ଦେଇ ଆସିଛନ୍ତି । ବର୍ତମାନ ସ୍ଥିତିରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ କୋଭିଡ୍‌-୧୯ ଗାଇଡଲାଇନକୁ କଡ଼ାକଡ଼ି ଭାବେ ଲାଗୁ କରିଛି । କୋଭିଡ ନିୟମକୁ ନେଇ ବିଳାସିନୀ ଏଣ୍ଡ ସନ୍ସ ସମ୍ପୂର୍ଣ୍ଣ ଭାବେ ଦାୟିତ୍ୱ ସମ୍ପନ୍ନ ସଚେତନତା ଅବଲମ୍ବନ କରିବା ସହ ଏହାକୁ ପାଳନ କରିଚାଲିଛି । ଏହା ସତ୍ୱେ କେତେକ କାରଣ ପାଇଁ ପ୍ରଶାସନର କୋଭିଡ ନିୟମ ପାଳନରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବିଳାସିନୀ ଆଣ୍ଡ ସନ୍ସର ମାଲିକ ସମରେନ୍ଦୁ ପଣ୍ଡା ଭଦ୍ରକ ପୌରପାଳିକା ଏବଂ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ସହ ଏହାର ନିରାକରଣ ନିମନ୍ତେ ଦାବି କରିଛନ୍ତି । ଏହି ଦୋକନ ପାଇଁ ମୁଖ୍ୟ ସମସ୍ୟା ସୃଷ୍ଟି କରୁଛି ମାର୍କେଟ କମ୍ପେ୍ଲକ୍ସ ସମ୍ମୁଖରେ ଥିବା କିଛି ଉଠା ଦୋକାନୀ । ଏ ସମସ୍ତ ଉଠା ଦୋକାନୀଙ୍କ ନିକଟରେ ବହୁ ସଂଖ୍ୟକ ଲୋକଙ୍କ ସମାଗମ ହେଉଛି । ତେଣୁ ସ୍ୱାଭାବିକ୍ ଭାବରେ ପାର୍କିଂ ଓ ସାମାଜିକ ଦୂରତ୍ୱ ରକ୍ଷାକୁ ନେଇ ଏକ ଜରୁରୀ ସେବା ଯୋଗାଉଥିବା ବିଳାସିନୀ ଏ୍‌ଣ୍ଡ ସନ୍ସ କର୍ତୃପକ୍ଷ ଅସୁବିଧାର ସମ୍ମୁଖୀନ ହେଉଛି । ଏହି କାରଣରୁ କିଛି ଦୋଷ ନଥାଇ ମଧ୍ୟ ପ୍ରଶାସନର ଏନଫୋର୍ସମେଂଟ ସ୍କ୍ୱାର୍ଡ଼ ଅତୀତରେ ବିଳାସିନୀ ଆଣ୍ଡ ସନ୍ସ ଦୋକାନରୁ ଫାଇନ ଆଦାୟ କରିଛି । କୌଣସି ଉଠା ଦୋକାନୀଙ୍କ ବ୍ୟବସାୟିକ ସ୍ୱାର୍ଥରେ ଆଂଚ ନଆଣି ସେମାନଙ୍କୁ ଅନ୍ୟତ୍ର ଅବସ୍ଥାପିତ କରିବାକୁ ଶ୍ରୀ ପଣ୍ଡା ପ୍ରଶାସନକୁ ଅନୁରୋଧ କରିଛନ୍ତି । ଯାହା ଫଳରେ କୋଭିଡ୍ ନିୟମ ଠିକ ଭାବରେ ପାଳନ ହୋଇ ପାରିବ ଓ ଜରୁରୀ ଔଷଧ ପାଇଁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟ ଉପଯୁକ୍ତ ସେବା ପାଇପାରିବେ ବୋଲି ସେ ଯୁକ୍ତି ଉପସ୍ଥାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.