Home ଓଡ଼ିଶା ଦୋକାନ ଖୋଲୁ ଖୋଲୁ ଟଳିପଡିଲେ ବ୍ୟବସାୟୀ

ଦୋକାନ ଖୋଲୁ ଖୋଲୁ ଟଳିପଡିଲେ ବ୍ୟବସାୟୀ

117

କେନ୍ଦ୍ରାପଡ଼ା, ୭ା୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଦୋକାନ ଖୋଲୁ ଖୋଲୁ ଟଳି ପଡିଛନ୍ତି କେନ୍ଦ୍ରାପଡାର ପ୍ରସିଦ୍ଧ ଜଳଖିଆ (ଦୋକାନୀ) ବ୍ୟବସାୟୀ ନିତ୍ୟାନନ୍ଦ ପୃଷ୍ଟି। ପ୍ରତିଦିନ ଭଳି କେନ୍ଦ୍ରାପଡା ସାନମଙ୍ଗଳା(ଇଶ୍ୱରପୁର)ସ୍ଥିତ ତାଙ୍କ ଜଳଖିଆ ଦୋକାନ ଖୋଲୁ ଖୋଲୁ ସେ ହଠାତ ତଳେ ପଡିଯାଇଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଦୋକାନର କରଞ୍ଜି, ପେଡା, ଗୋଲାପଜାମୁ, ଛେନାପୋଡ, ନିମିକି ପ୍ରଭୃତିର ସ୍ୱତନ୍ତ୍ର ସ୍ୱାଦ ସାରା ସହରରେ ଲୋକମାନଙ୍କୁ ଆକର୍ଷିତ କରିଆସୁଥିଲା। ଖାଦ୍ୟ ଠାରୁ ଆରମ୍ଭ କରି ଖାଦ୍ୟକୁ ସାଇତି ରଖିବା ସ୍ଥାନ ଏବଂ ବସି ଖାଇବା ସ୍ଥାନକୁ ସଫା ସୁତରା ତଥା ପରିସ୍କାର ପରିଛନ୍ନତା ରଖିବାକୁ ସେ ଅଧରକ ଗୁରୁତ୍ୱ ଦେଉଥିବାରୁ ଗରାଖମାନଙ୍କ ମନକୁ ସେ କିଣି ନେଉଥିଲେ। ସହରର ଇଛାପୁର ଠାରେ ତାଙ୍କ ଘର ହୋଇଥିବା ବେଳେ ଇଶ୍ୱରପୁର ସାନମଙ୍ଗଳା ବଜାରରେ ପ୍ରାୟ ୪୦ବର୍ଷ ଧରି ସେ ଗ୍ରାହକମାନଙ୍କୁ ସୁଦ୍ଧ ନିରାମିଷ ଜଳଖିଆରେ ଆପ୍ୟାୟିତ କରି ଆସୁଥିଲେ। ଦୋକାନୀ ନିତ୍ୟାନନ୍ଦଙ୍କ ଆବର୍ତ୍ତମାନ ଆଜି ଶହ ଶହ ନିତ୍ୟାନନ୍ଦ ପ୍ରେମୀଙ୍କୁ ଦୁଃଖିତ କରିଦେଇଛି। ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇ ଆଜି କେଶପୁର ବଜାରକୁ ବନ୍ଦ କରି ଦେଇଛନ୍ତି ଇଶ୍ୱରପୁର ସାନମଙ୍ଗଳା ବଜାରର ବ୍ୟବସାୟୀମାନେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.