ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ପାଇଁ ଜିଲା ପ୍ରଶାସନ ପ୍ରୟାସ ଜାରି ରଖିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ସହରାଂଚଳରେ ଥିବା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଗୁଡିକର ନାମଫଳକ ଓଡ଼ିଆ ଭାଷାରେ ଲେଖାଯିବା ପାଇଁ ଆଜି ଏକ ପ୍ରଶାସନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ ସଦଭାବନା ସଭା ଗୃହ କାର୍ଯ୍ୟାଳୟ ଠାରେ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ସମ୍ମୁଖ ରେ ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାକୁ ଏକ ସମନ୍ୱୟ କମିଟି ଓଡିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ”୧୯୫୬ ର ପ୍ରାବଧାନ ଅନୁଯାୟୀ ଗଠନ କରାଯାଇଛି। ଏଥିରେ ଭଦ୍ରକ ଓ ବାସୁଦେବପୁର ପୌରପାଳିକା ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଚାନ୍ଦବାଲି ଓ ଧାମନଗର ବିଜ୍ଞାପିତ ଅଂଚଳ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ,ସମସ୍ତ ପୌର ପାଳିକା ଓ ବିଜ୍ଞ।ପିତ ଅଂଚଳ ର ବ୍ୟବସାୟୀ ସଂଘ ,ବଣିକ ସଂଘ,ନିୟମିତ ବଜାର କମିଟି ର କାର୍ଯକର୍ତା ,ଚାମ୍ବର ଅଫ କମର୍ସ ର କର୍ମକର୍ତା,ଜିଲ୍ଲା ଶ୍ରମ ଅଧିକାରୀ ,ପ୍ରବର୍ତନ ସହ ଶ୍ରମ ଅଧିକାରୀ ଏବଂ ଅନ୍ୟାନ୍ୟ ଶ୍ରମ ବିଭାଗ କର୍ମଚାରୀ ମାନେ ଯୋଗ ଦେଇଥିଲେ।ଏଥିସହ ଉକ୍ତ ଆଇନ ରେ ଥିବା ପ୍ରାବଧାନ ଅନୁଯାଇ ପଂଜିକୃତ ହୋଇନଥିବା ପ୍ରତିଷ୍ଠାନ ଗୁଡିକ ଯଥାଶୀଘ୍ର ପଞ୍ଜିକରଣ କରାଇନେବାକୁ ଅନୁରୋଧ କରାଯାଇଛି । ସ୍ପଷ୍ଟ ଭାବେ ଓଡ଼ିଆ ନାମ ଫଳକ ଲେଖିନଥିବା ସମସ୍ତ ବ୍ୟବସାୟୀ ସଂଘ୍ ମାନ ଙ୍କୁ ସୁସ୍ପଷ୍ଟଭାବେ ଓଡ଼ିଆ ଭାଷାରେ ନାମଫଳକ ଲେଖିବାକୁ ଅନୁରୋଧ କରାଯାଇଅଛି ।ଏଥି ସହ ୧୪ ବର୍ଷ ରୁ କମ ବୟସ ଶିଶୁ ଶ୍ରମିକ ନିୟୋଜନ ଦଣ୍ଡନୀୟ ଅପରାଧ ସମ୍ବନ୍ଧରେ ସମ୍ୟକ୍ ସୂଚନା ପ୍ରଦାନ କରାଯାଇଥିଲା।







