ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୈନିକ ଖବରକାଗଜ ‘ ଅପରାହ୍ଣ ‘ ପକ୍ଷରୁ ଭଦ୍ରକ ସାହିତ୍ୟ ସାଳନ୍ଦୀ ଝରର ଜିଲ୍ଲା ସ୍ତରୀୟ ସାରସ୍ୱତ ସମାରୋହ ,ବନ୍ଧୁ ମିଳନ ,କବିତା ପାଠ ଓ ସମ୍ବର୍ଦ୍ଧନା ପର୍ବ ରବିବାର ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହିଅବସରରେ ଭଦ୍ରକ ସାହିତ୍ୟ ସାଳନ୍ଦୀ ଝରର ସଂଯୋଜକ କବି ଓ ସାମ୍ବାଦିକ ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଣିଷ ନିଜର ବୃତିରେ ବଡ଼ ପଦ ପଦବୀରେ ରହେ । ପରେ ଅବସର ନେବାପରେ କେହି ତାକୁ ମନେ ରଖନ୍ତି ନାହିଁ ।କିନ୍ତୁ ମଣିଷକୁ ନିଜର କଳାକୃତି ସବୁଦିନ ପାଇଁ ବେଂଚଇ ରଖିବ ବୋଲି କହିଥିବା ବେଳେ ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ଉତର ପୀଢ଼ିଙ୍କ ଉତର ଦାଇତ୍ୱ ହେବା ଆବଶ୍ୟକ ବୋଲି କହିଥିଲେ । ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କଥାକାର ପବିତ୍ର ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାହିତ୍ୟ ପ୍ରତି ସମର୍ପଣଭାବ ରହିଲେ ସଫଳ ସୃଷ୍ଟି ହୋଇଥାଏ ବୋଲି କହିଥିଲେ । ବିଶେଷ ଅତିଥି ଭାବେ ଅଧ୍ୟାପକ ଡ଼.ବିଶ୍ୱରଂଜନ ଦାସ ଓ ବିଶିଷ୍ଟ ନାଟ୍ୟକାର ସୁଧାକର ନନ୍ଦ,ବାରେଣ୍ୟ ଅତିଥି ଭାବେ ଅପରାହ୍ଣ ସମ୍ପାଦକ ବଂଶୀଧର ଜେନା , ସମ୍ମାନିତ ଅତିଥି ଭାବେ ଅପରାହ୍ଣ ପ୍ରକାଶିକା ଲକ୍ଷ୍ମୀପ୍ରିୟା ଦାସ ଯୋଗଦେଇ ଅପରାହ୍ଣ ସାରା ଓଡ଼ିଶାରେ ସାହିତ୍ୟକୁ ଅଗ୍ରଗତି କରିବାରେ ପ୍ରମୁଖ ଭୂମିକା ନେଇଛି ବୋଲି କହିଥିଲେ । ସାମ୍ବାଦିକ ଓ କବି ପ୍ରମୋଦ ରାୟ ସ୍ୱାଗତ ଭାଷଣ ଅତିଥି ପରିଚୟ ପ୍ରଦାନ କରିଥିଲେ ।ପ୍ରବଚିକା ଓ କବୀ ବିଶ୍ୱମୈତ୍ରୀ ନାୟକ ବେଦ ପାଠ କରିଥିବାବେଳେ କଣ୍ଠ ଶିଳ୍ପୀ ଶଶିକଳା ମିଶ୍ର ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ।ଶେଷରେ କବି ଗୌରାଙ୍ଗ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହିସଭାରେ କବି ପ୍ରମୋଦ ରାୟ, ନିର୍ମଳ ବେହୁରିଆ, ସମାଜସେବୀ ଭଗବାନ ରାଉଳ ,ପତିତପାବନ ପାଣି,ମୌସୁମୀ ଗୋଛାୟତ,ସୁବାଷ ମହାନ୍ତି,ରୁବିଲତା ଦାସ,ଶଶିକଳା ମିଶ୍ର,ଅରବିନ୍ଦ ପରିଡା,ସରୋଜ ଓଝା,ଲୋପାମୁଦ୍ରା ଲେଙ୍କା,ବିଶ୍ୱନାଥ କିଙ୍କର ରାଉତ, ଦମୟନ୍ତୀ ରାଉତ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ କବିତା ପାଠ କରିଥିବା କବିମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପ୍ରଥମ ଅଧିବେଶନ କବିତା ପାଠୁଉତ୍ସ୍ୱ କବି ବିଶ୍ୱନାଥ କିଙ୍କର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟଅତିଥି ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପିକା କବୀ ସୁଚିତ୍ରା ପାଣିଗ୍ରାହୀ,ମୁଖ୍ୟବକ୍ତା ଭାବେ ସୁଲେଖିକା ଗୀତରାଣୀ ଆଇଚ,ବାରେଣ୍ୟ ଅତିଥି ଭାବେ କବି ଓ ସାମ୍ବାଦିକ ସଞ୍ଜିତ ବଳ ପ୍ରମୁଖ ଯୋଗଦେଇ ପ୍ରାଣ ଛୁଆଁ କବିତା କାଳଜୟୀ ହୋଇଥାଏ ବୋଲି କହିଥିଲେ । ସଭାରେ କଣ୍ଠଶିଳ୍ପୀ ଶଶିକଳା ମିଶ୍ର ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ।ଗାଳ୍ପିକ କୈଳାଶ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବି ସୁଧାରଂଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।କବି କୃପାସିନ୍ଧୁ ମହାନ୍ତି ଓ କବୀ ଯୋଗ୍ୟଶ୍ରୀ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠ ଉତ୍ସବରେ କବି ଅବନୀ ପ୍ରଧାନ,ବୈକୁଣ୍ଠନାଥ ଓଝା,ରମେଶ ଦାସ,ବିଚିତ୍ର ଜେନା,ବିଶ୍ୱମୈତ୍ରୀ ନାୟକ,ରୁବିଲତା ଦାସ,ଜଗନ୍ନାଥ ନାୟକ, ନିରଞ୍ଜନ ବାରିକ,ଲୋପମୁଦ୍ରା ଲେଙ୍କା,ସରୋଜ ଓଝା, ପୁରୁଷୋତମ ଧଳ,ମୌସୁମୀ ଗୋଛାୟତ,ମହେଶ୍ୱର ସାହୁ,ଙ୍କ ସମେତ ବହୁ କବି କବିତା ପାଠ କରିଥିଲେ ।ଅପରାହ୍ଣ ପକ୍ଷରୁ ନିଳାମ୍ବର ସେଠୀ, ବର୍ଷାରାଣୀ ଦାସ,ମଧୁସ୍ମିତା ମହାଳିକ ଓ ଜାମିନୀ ମହାଳିକ ପ୍ରମୁଖ ସମାରୋହ ପରିଚାଳନାରେ ସହଯୋଗ କରିଥିଲେ ।ଏହି ସାମାରୋହରେ ବହୁ କବି ଓ ସାହିତ୍ୟିକ ଯୋଗଦେଇଥିଲେ ।
Home ଜିଲ୍ଲା ପରିକ୍ରମା ଦୈନିକ ସମ୍ବାଦପତ୍ର ଅପରାହ୍ଣ ପକ୍ଷରୁ ଭଦ୍ରକ ସାହିତ୍ୟ ସାଳନ୍ଦୀ ଝର ସାରସ୍ୱତ ସମାରୋହ, ମଣିଷକୁ ନିଜର...