Home ଓଡ଼ିଶା ଦୈତାରୀ ସଂରକ୍ଷିତ ଜଙ୍ଗଲରେ ବାଘ, ଭିଡିଓ ଭାଇରାଲ, ଭୟଭୀତ ଅବସ୍ଥାରେ ଜନସାଧାରଣ

ଦୈତାରୀ ସଂରକ୍ଷିତ ଜଙ୍ଗଲରେ ବାଘ, ଭିଡିଓ ଭାଇରାଲ, ଭୟଭୀତ ଅବସ୍ଥାରେ ଜନସାଧାରଣ

419

ହରିଚନ୍ଦନପୁର ,ତା ୨୦ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନ୍ଯପ୍ରାଣୀ ଡିଭିଜନ ଅଧିନସ୍ଥ ଦୈତାରୀ ସଂରକ୍ଷିତ ଜଙ୍ଗଲର ବଳିପର୍ବତ-ଦୈତାରୀ ଘାଟି ରାସ୍ତାରେ ଶନିବାର ରାତିରେ ଏକ ବାଘ ବୁଲୁଥିବାର ଜଣେ ଓଆଇଏସଏଫ ଯବାନ ଦେଖି ନିଜ ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ । ଏହି ଖବର ପ୍ରସାରଣ ହେଲାପରେ ଭୟଭୀତ ଅବସ୍ଥାରେ ଜନସାଧାରଣ ରହୁଛନ୍ତି । ଘଟଣାକୁ ନେଇ ବନବିଭାଗର କର୍ମଚାରୀ ସାରାରାତି ପେଟ୍ରୋଲିଂ କରିଥିଲେ ମଧ୍ୟ ବାଘର କୌଣସି ସୁରାକ ପାଇ ପାରିନାହାଁନ୍ତି । ବାଘର ଭିଡିଓକୁ ଯବାନ ଜଣଙ୍କ ନିଜ ମୋବାଇଲରୁ ଅନ୍ଯ ମୋବାଇଲମାନଙ୍କୁ ଭିଡିଓ ଭାଇରାଲ କରିଥିଲେ । ସମ୍ପୃକ୍ତ ବିଭାଗ ଉକ୍ତ ଯବାନଙ୍କ ମୋବାଇଲ ଜବତ କରି ଦେଖିବା ପରେ ଜବାନ ଜଣଙ୍କ ଉକ୍ତ ଭିଡିଓକୁ ଡିଲିଟ କରିଦେଇଛନ୍ତି । ସେଠାକାର ଲୋକମାନଙ୍କ କହିବା ଅନୁସାରେ ଦୈତାରୀ ସଂରକ୍ଷିତ ଜଙ୍ଗଲରେ ଅନେକ ପ୍ରକାରର ବନ୍ୟଜନ୍ତୁ ବସବାସ କରୁଛନ୍ତି । ହେଲେ ଓଏମସି କମ୍ପାନୀର ମନମୁଖୀ କାର୍ଯ୍ୟକୁ ନେଇ ବନ୍ୟଜନ୍ତୁ ଭୟଭୀତ ହୋଇ ଗାଁ ମୁହାଁ ହେବାକୁ ବସିଛନ୍ତି । ଆଗରୁ ମଧ୍ୟ ଅନେକଥର କମ୍ପାନୀର କାର୍ଯ୍ୟକୁ ନେଇ ବନ୍ୟଜନ୍ତୁ ଭୟଭୀତ ହୋଇ ଦୈତାରୀ ସଂରକ୍ଷିତ ଜଙ୍ଗଲର ନିକଟବର୍ତ୍ତୀ ଗାଁ ମୁହାଁ ହୋଇଥିବାର ନଜିର ରହିଛି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟତା ଲୋକଲୋଚନକୁ ଆସିପାରନ୍ତା । ବନ୍ୟଜନ୍ତୁ ଓ ଜନସାଧାରଣଙ୍କ ସୁରକ୍ଷାକୁ ନେଇ ପ୍ରଶାସନ କେତେ ତତ୍ପର ତାହା ଦେଖିବାକୁ ବାକିରହିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.