Home ଜିଲ୍ଲା ପରିକ୍ରମା ଦେଶୀ ରନ୍ଧା ମଦ ସହ ଅଟୋ ଓ ସ୍କୁଟି ଜବତ, ୩ ଗିରଫ

ଦେଶୀ ରନ୍ଧା ମଦ ସହ ଅଟୋ ଓ ସ୍କୁଟି ଜବତ, ୩ ଗିରଫ

62

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଓ ଉପଜିଲାପାଳ ପୀତାମ୍ବର ସାମଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଭ୍ରାମ୍ୟମାଣ ସ୍କ୍ୱାର୍ଡର ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ନାୟକାଣୀଡିହି ଥାନା ଅଧୀନସ୍ଥ ବିଦେଇପୁର ଛକ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଓଡି-୦୧ବି-୨୪୫୫ ନମ୍ବରର ଏକ ଯାତ୍ରୀବାହୀ ଅଟୋରୁ ୨ ଶହ ଲିଟର ଦେଶୀ ରନ୍ଧାମଦ ଜବତ କରିବା ସହ ଏଥିରେ ସଂପୃକ୍ତ ସୋରୋ ଥାନା ଅନ୍ତର୍ଗତ ପଥରପେଣ୍ଠ ଗ୍ରାମର ତପନ ମଲ୍ଲିକ ଓ ଲକ୍ଷ୍ମୀଧର ମଲ୍ଲିକଙ୍କୁ ଗିରଫ କରିଛି । ଅନୁରୂପ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ କୁଆପଦା ଛକ ନିକଟରେ ଚଢାଉ କରି ଓଡ଼ି-୦୧ଏଲ୍‌-୫୧୧୭ ନମ୍ବରର ଏକ ହୋଣ୍ଡା ଆକ୍ସିଭା ସ୍କୁଟିରୁ ୪୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ଏଥିରେ ସଂପୃକ୍ତ କୁଆପଦା ଗ୍ରାମର ରାଜେନ୍ଦ୍ର ଦାସଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଏହି ଚଢାଉରେ ସମୁଦାୟ ୨୪୦ ଲିଟର ଦେଶୀ ରନ୍ଧା ମଦ ଜବତ ସହ ମୋଟ ୩ ଜଣଙ୍କୁ ଗିରଫ କରାଯାଇଛି । ଜବତ ମଦ ଓ ଗାଡିର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏହି ଚଢାଉରେ ଏଏସ୍‌ଆଇ ଭବେଶ ଦାସ, ପ୍ରହ୍ଲାଦ ସାମଲ ଓ କନେଷ୍ଟବଳ ପ୍ରଦୀପ ମଲ୍ଲିକ, ସତ୍ୟରଂଜନ ସେଠୀ, ଅନବାଦିତ୍ୟ ବାରିକ, ଖଗେଶ୍ୱର ଜେନା, ଜେମାମଣି ଜାମୁଡା ପ୍ରମୁଖ ସାମିଲ୍ ଥିଲେ । ଏ ନେଇ ଅବକାରୀ ବିଭାଗ ପକ୍ଷରୁ ଦୁଇଗୋଟି ପୃଥକ୍ ପୃଥକ୍ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.