Home ଜିଲ୍ଲା ପରିକ୍ରମା ଦେଶୀମଦ ଭର୍ତ୍ତି ୨ପିକ୍‌ଅପ୍ ଭ୍ୟାନ୍ ଜବତ ଜଣେ ଡ୍ରାଇଭର ଗିରଫ

ଦେଶୀମଦ ଭର୍ତ୍ତି ୨ପିକ୍‌ଅପ୍ ଭ୍ୟାନ୍ ଜବତ ଜଣେ ଡ୍ରାଇଭର ଗିରଫ

91

ବାଲେଶ୍ୱର, ୨୨ା୭(ଓଡ଼ିଆ ପୁଅ/ଅଭୟ ଦାସ): ପୁରୁଣାବାଲେଶ୍ୱରରୁ ଭଦ୍ରକ ଜିଲ୍ଲାକୁ ଚାଲାଣ ବେଳେ ଦେଶୀମଦ ଭର୍ତ୍ତି ଦୁଇଗୋଟି ପିକ୍‌ଅପ୍ ଭ୍ୟାନକୁ ଅବକାରୀ ବିଭାଗ ଜବତ୍ ସହ ଜଣେ ଡ୍ରାଇଭରକୁୁ ଗିରଫ କରିଥିବା ବେଳେ ଅନ୍ୟଜଣେ ଫେରାର ହୋଇଯାଇଛି। ମଙ୍ଗଳବାର ଦିନ ଭୋର ୪ ଟା ସମୟରେ ଅବକାରୀ ଟିମ୍ ସହର ଉପକଣ୍ଠ ଝଗଡ଼ପାଢ଼ିଠାରେ ଏହି ଦୁଇ ପିକ୍‌ଅପ୍‌କୁ ଜବତ କରିଥିଲା। ଗିରଫ ଡ୍ରାଇଭର ଜଣକ ହେଲେ ସଦର ଥାନା ଅନ୍ତର୍ଗତ ରସାଳପୁର ଅଞ୍ଚଳର ସ୍ୱର୍ଗତ ବାଇଧର ଦାସଙ୍କ ପୁତ୍ର ପ୍ରଭାକର ଦାସ(୪୦)। ପୁରୁଣାବାଲେଶ୍ୱରରୁ ଦେଶୀମଦ ଭର୍ତ୍ତି ଦୁଇଗୋଟି ପିକ୍‌ଅପ୍ ଗୋପାଳପୁର, ସୋର ଦେଇ ଭଦ୍ରକ ଯାଉଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶ କ୍ରମେ ମୋବାଇଲ ସ୍କ୍ୱାର୍ଡ଼ ଓ ସଦର ଅବକାରୀ ଶାଖା ଏହାର ପିଛା କରିଥିଲା। ଆଇଆଇସି ଗାଲୁରାମ ସୋରେନ୍ ଓ ସଦର ଏସଆଇ କୁଳମଣି ମହାରଣାଙ୍କ ନେତୃତ୍ୱରେ ଏହି ଟିମ୍ ପିକଅପ୍ ଦୁଇଟିର ପିଛା କରି ତାହାକୁ ଝଗଡ଼ପାଢ଼ିଠାରେ ଅଟକିଥିଲା। ତେବେ ଗାଡ଼ି ଅଟକିବା ବେଳେ ଜଣେ ଡ୍ରାଇଭର ବିଲ ମଧ୍ୟରେ ଦୌଡ଼ି ପଳାଇ ଯାଇଥିବା ବେଳେ ଅନ୍ୟ ଡ୍ରାଇଭର ପ୍ରଭାକରକୁ ଅବକରୀ କର୍ମଚାରୀମାନେ କାବୁ କରି ନେଇଥିଲେ। ଦୁଇଗୋଟି ପିକ୍‌ଅପରେ ଭର୍ତ୍ତି ବିପୁଳ ଚୋରା ଦେଶୀମଦର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି। ପୁରୁଣାବାଲେଶ୍ୱରରୁ ଚାଲାଣ ହେଉଥିବା ଏହି ମଦ ଗୋପାଳପୁର, ସୋର, ବାହାନଗା ଓ ସିମୁଳିଆ ସମେତ ଭଦ୍ରକ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳର ବେପାରୀଙ୍କୁ ଦେବା ପାଇଁ ଯାଉଥିଲା ବୋଲି ସେ କହିଛନ୍ତି। ଏନେଇ ମୋବାଇଲ ସ୍କ୍ୱାର୍ଡ଼ ପକ୍ଷରୁ ୪୦/୨୦୨୦-୨୧ ଓ ସଦର ଅବକାରୀ ଥାନା ପକ୍ଷରୁ ୩୦/୨୦୨୦-୨୧ ନଂର ଦୁଇଗୋଟି ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ଅନ୍ୟପକ୍ଷରେ ଗିରଫ ଅଭିଯୁକ୍ତ ଡ୍ରାଇଭରକୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଶେଖ କଲିମ, ଅଞ୍ଜନ କୁମାର ଜେନା, ମାନଗୋବିନ୍ଦ ମହାନ୍ତି, ପ୍ରହ୍ଲାଦ ବିଶ୍ୱାଳ, ବିଦ୍ୟାଧର ବିନ୍ଧାଣୀ, ବ୍ରଜମୋହନ ମଲ୍ଲିକ, ପ୍ରଭାସ ମହାନ୍ତି, ମୀନତି ପରିଡ଼ା, ଧୀରେନ୍ଦ୍ର ସିଂ, ନୋହାନ ମୁର୍ମୁ ପ୍ରମୁଖ ଅବକାରୀ କର୍ମଚାରୀମାନେ ଏହି ଚଢ଼ଉରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.