Home ଜିଲ୍ଲା ପରିକ୍ରମା ଦେଶୀମଦ ଚାଲାଣକାରୀକୁ ପୁଲିସ ଜିମାଦେଲେ ଲୋକେ

ଦେଶୀମଦ ଚାଲାଣକାରୀକୁ ପୁଲିସ ଜିମାଦେଲେ ଲୋକେ

51

ବାଲେଶ୍ୱର, ୨୩ା୮(ଓଡ଼ିଆ ପୁଅ/ଅଭୟ ଦାସ): ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ଉ ହେଉଥିବା ନେଇ କୁହାଯାଉଥିଲେ ବି ପୁରୁଣା ବାଲେଶ୍ୱର ଅଞ୍ଚଳରୁ ପ୍ରସ୍ତୁତ ଦେଶୀମଦ ସୋର, ସିମୁଳିଆ ସମେତ ଭଦ୍ରକ ଜିଲ୍ଲାକୁ ଚାଲାଣ ଏବେ ବୃଦ୍ଧି ପାଇଥିବା ଜଣାପଡ଼ିଛି। ପ୍ରତିଦିନ ସଲ୍ଟରୋଡ଼ ଦେଇ ଗୋପାଳପୁର, ବାହାନଗା, ଅନନ୍ତପୁର ଆଦି ସ୍ଥାନକୁ ୨୦ରୁ ୨୫ ଗୋଟି ବାଇକ୍‌ରେ ଏହି ଦେଶୀମଦ ଚାଲାଣ ହେଉଛି। ତେବେ ଶୁକ୍ରବାରଦିନ ମଦନେଇ ଯାଉଥିବା ଜଣେ ଯୁବକ ରସାଳପୁର ରାସ୍ତାରେ ଜନୈକ ବ୍ୟକ୍ତିଙ୍କୁ ଧକ୍କା ଦେବା ପରେ ମଦ ଚୋରା ଚାଲାଣ ସମ୍ପର୍କରେ ସମସ୍ତ ତଥ୍ୟ ଏବେ ପଦାକୁ ଆସିଛି। ତେବେ ସ୍ଥାନୀୟ ଲୋକେ ଏହି ଯୁବକକୁ ଧରି ମଦ ଓ ବାଇକ୍ ସହ ପୁଲିସକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣା ଘଟାଇ ସେଠାରୁ ଖସି ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ଗୋଡ଼ାଇ ଗୋଡ଼ାଇ ଲୋକେ କାବୁ କରିଥଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.