Home ଜିଲ୍ଲା ପରିକ୍ରମା ଦେଶର ସ୍ୱାଧୀନତା ସଂଗ୍ରାମ ପୃଷ୍ଠାରେ ଭଦ୍ରକ ରଚିଛି ସୁବର୍ଣ୍ଣ ସ୍ୱାକ୍ଷର, ଦ୍ୱାଦଶ ଭଦ୍ରକ ମହୋତ୍ସବ ଓ...

ଦେଶର ସ୍ୱାଧୀନତା ସଂଗ୍ରାମ ପୃଷ୍ଠାରେ ଭଦ୍ରକ ରଚିଛି ସୁବର୍ଣ୍ଣ ସ୍ୱାକ୍ଷର, ଦ୍ୱାଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଷଷ୍ଠ ସନ୍ଧ୍ୟା

14

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଭୂମି ତ୍ୟାଗ,ତିତିକ୍ଷା, ସଂଗ୍ରାମ ଓ ବଳିଦାନର ଭୂମି ଏବଂ ଦେଶର ସ୍ୱାଧୀନତା ସଂଗ୍ରାମ ପୃଷ୍ଠାରେ ଭଦ୍ରକ ସୁବର୍ଣ୍ଣ ସ୍ୱାକ୍ଷର ରଚିଛି। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଜାତୀୟ କବି ବାଞ୍ଛାନିଧି ମହାନ୍ତି ଭଳି ଅମର କବି ଯେପରି ଜାତୀୟବାଦୀ ସଂଗୀତର ସାରସ୍ୱତ ଝଙ୍କାର ତୋଳି ସ୍ୱାଧୀନତା ସଂଗ୍ରାମକୁ ତେଜିୟାନ କରିଥିଲେ ସେପରି ଉତ୍କଳ କେଶରୀ ହରେକୃଷ୍ଣ ମହତାବ, ନୀଳମଣି ରାଉତରାୟ, ମହମ୍ମଦ ହନିଫ୍‌, ନିତ୍ୟାନନ୍ଦ ମହାପାତ୍ର, ଗୌରାଙ୍ଗ ଚନ୍ଦ୍ର ମହାନ୍ତି, କମଳା ପ୍ରସାଦ କର ,ସର୍ଦ୍ଦାର ମୁରଲୀଧର ପଣ୍ଡା, ବୈଷ୍ଣବ ଚରଣ ନାୟକ, ମୁରଲୀଧର ଜେନା ପ୍ରମୁଖ ସଂଗ୍ରାମୀ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଯାହାଫଳରେ ଏହି ଭୂମିରେ ପରି ବେୱା ସହ ଅଠତିରିଶ ଜଣ ଶହୀଦ ହୋଇଥିଲେ ବୋଲି ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ପ୍ରାୟୋଜିତ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ଦ୍ୱାଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଷଷ୍ଠ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ଷଷ୍ଠ ସଂନ୍ଧ୍ୟାରେ ” ଜାତୀୟତାବାଦୀ ଆନ୍ଦୋଳନ ପୃଷ୍ଠାରେ ଭଦ୍ରକ” ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲ। ମହୋତ୍ସବର ଉପଦେଷ୍ଟା ଶିକ୍ଷାବିତ ଗଗନ ବିହାରୀ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଭଦ୍ରକର ଆରକ୍ଷୀ ଅଧିକ୍ଷକ ଏମ୍‌. ସନ୍ଦୀପ ସମ୍ପଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ବରିଷ୍ଠ କଥାକାର ପବିତ୍ର ପାଣିଗ୍ରାହୀ ମୁଖ୍ୟ ବକ୍ତା, ଓରିଏଂଟ ପବ୍ଳିକେଶନ ନିର୍ଦ୍ଦେଶକ ମନୋରଞ୍ଜନ ଦାଶ ବିଶିଷ୍ଟ ଅତିଥି, ବାଲେଶ୍ୱର ହସ୍ତତନ୍ତ ଓ ବୟନ ଶିଳ୍ପ ଉପନିର୍ଦେଶକ ଅରୁଣ କୁମାର ମଣ୍ଡଳ, ଭଦ୍ରକ ବିଶ୍ୱହିନ୍ଦୁ ପରିଷଦର ସମ୍ପାଦକ ବସନ୍ତ କୁମାର ରାଉତ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବାଦଲ କୁମାର ମହାପାତ୍ର, ଚିତ୍ରଶିଳ୍ପୀ ଓ କଳାକାର ପ୍ରଭାତ କୁମାର ଜେନା,ଶିକ୍ଷାବିତ ଡ. ପୁରୁଷୋତମ ଧଳ, କବୟିତ୍ରୀ ରୋଜାଲିନ ରାଉତ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। କବୟିତ୍ରୀ ସଂଯୁକ୍ତା ବଳ ଅତିଥିମାନଙ୍କୁ ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ କରିଥିବା ବେଳେ ପ୍ରଧାନ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ଅତିଥି ପରିଚୟ ଓ ଅଧ୍ୟାପକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ ପ୍ରଦାନ ଏବଂ ମହୋତ୍ସବ ସହ ସମ୍ପାଦିକା ଅଞ୍ଜନା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢ଼ୀ ଓ ଶିକ୍ଷୟିତ୍ରୀ ମନୋରମା ରାୟ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ମହୋତ୍ସବର ସଭାପତି ଇଂ.ଅଭୟ ସୂତାର ଉତ୍ସବ ସଂଯୋଜନା ଓ ସମ୍ପାଦକ ରବିନାରାୟଣ ଖିଲାର , ସହ ସମ୍ପାଦିକା ଦମୟନ୍ତୀ ରାଉତ ମଂଚ ଓ ଉତ୍ସବ ପରିଚାଳନା କରିଥିଲେ। ଏହି ଅବସରରେ ବାଲେଶ୍ୱର ହସ୍ତତନ୍ତ ଓ ବୟନ ଶିଳ୍ପ ଉପନିର୍ଦେଶକ ଅରୁଣ କୁମାର ମଣ୍ଡଳଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ଓ କବୟିତ୍ରୀ ମନୋରମା ରାୟ ମାନପତ୍ର ପାଠ କରିଥିଲେ।ଅଧିବେଶନ ପୂର୍ବରୁ ଭଦ୍ରକ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟଙ୍କୁ ନେଇ କୁଇଜ୍ ପ୍ରତିଯୋଗିତା ଆୟୋଜନ ହୋଇଥିଲା ଏବଂ ଡା.ଅନିଲ କୁମାର ଦାଶ, ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢ଼ୀ ଓ ଦମୟନ୍ତୀ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.