Home Top News ଦେବସ୍ନାନ ଶେଷ ହେଲା ପଛେ ନୟାଗଡ଼ରୁ ପୁରୀ ରେଳ ଗଡ଼ିଲାନି – ଶହ ଶହ ସଂଖ୍ୟାରେ...

ଦେବସ୍ନାନ ଶେଷ ହେଲା ପଛେ ନୟାଗଡ଼ରୁ ପୁରୀ ରେଳ ଗଡ଼ିଲାନି – ଶହ ଶହ ସଂଖ୍ୟାରେ ଭକ୍ତ ଦେବସ୍ନାନ ଦର୍ଶନରୁ ବଂଚିତ

64

ନୟାଗଡ଼, ୧୪ା୬(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କରୋନା ମହାମାରୀ ଯୋଗୁ ଁ ଦୀର୍ଘ ୨ବର୍ଷ ହେଲା ନୟାଗଡ଼ରୁ ପୁରୀକୁ ରେଳ ଚଳାଚଳ ବନ୍ଦ ରହିଥିବାବେଳେ ଏବେ ଜୀବନ ଯାତ୍ରା ସ୍ୱାଭାବିକ ହେଲାଣି। ପୁରୀକୁ ବିଭିନ୍ନ ସ୍ଥାନରୁ ରେଳ ଚଳାଚଳ କଲାଣି। ବିଭିନ୍ନ ଧର୍ମାନୁଷ୍ଠାନ ମଧ୍ୟ ଧାର୍ମିକମାନଙ୍କ ପାଇଁ ଖୋଲା ଗଲାଣି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଏବେ ଭକ୍ତମାନଙ୍କ ପାଇଁ ସ୍ୱାଭାବିକ ହେଲାଣି। ହେଲେ ନୟାଗଡ଼ରୁ ପୁରୀକୁ ଏଯାଏଁ ରେଳ ଗଡ଼ିଲାନି। ଆଉ କେଇଟା ଦିନପରେ ହେବ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଆଜି ମଙ୍ଗଳବାର ଥିଲା ମହାପ୍ରଭୁଙ୍କ ଦେବସ୍ନାନ। ବିଭିନ୍ନ ସ୍ଥାନରୁ ଭକ୍ତମାନେ ରେଳପଥରେ ଯାତ୍ରା କରି ଦେବସ୍ନାନ ଦର୍ଶନ କରିଥିଲାବେଳେ ନୟାଗଡରୁ ପୁରୀକୁ ରେଳ ନଚାଲିବା ହେତୁ ଜିଲାର ଶହଶହ ସଂଖ୍ୟରେ ଭକ୍ତମାନେ ଦେବସ୍ନାନ ଦର୍ଶନରୁ ବଂଚିତ ହୋଇଥିବା ଭକ୍ତଙ୍କ ମହଲରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ନୟାଗଡ଼ରୁ ଭୁବନେଶ୍ୱର ଯାଉଥିବା ମେମୋ ଟ୍ରେନରେ ନାହିଁ ନଥିବା ଭିଡ଼ ହେଉଥିବା ଯୋଗୁଁ ଅଧିକ କୋଚ୍ ଆବଶ୍ୟକତା ସହ ନୂଆଗାଁ ପର୍ଯ୍ୟନ୍ତ ଟ୍ରେନ ଚାଲୁ ବୋଲି ବହୁ ଯାତ୍ରୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.