Home ଜିଲ୍ଲା ପରିକ୍ରମା ଦେଢଶହ ବର୍ଷର ପୁରାତନ ପୁରୁଷଣ୍ଢ ଦୋଳ ମେଳନ,ବିମାନ ଶୋଭାଯାତ୍ରା ମୁଖ୍ୟ ଆକର୍ଷଣ

ଦେଢଶହ ବର୍ଷର ପୁରାତନ ପୁରୁଷଣ୍ଢ ଦୋଳ ମେଳନ,ବିମାନ ଶୋଭାଯାତ୍ରା ମୁଖ୍ୟ ଆକର୍ଷଣ

0

ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡା ପୁରୁଷଣ୍ଢ ଗ୍ରାମ ରାମଗଡ ପଡିଆରେ ବିଗତ ଦେଢ ଶହ ବର୍ଷ ଧରି ଦୋଳ ମେଳନ ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ସ୍ୱର୍ଗତଃ ଗୌରାଙ୍ଗ ସାହୁ, ଗୌରାଙ୍ଗ ଦାସ, ପ୍ରାଣବନ୍ଧୁ ପୁହାଣ,ବାଇଧର ବାରିକ,ଆଦିକନ୍ଦ ଦାସ, ମଣିଭଦ୍ର ତିଆଡି ଓ ମୋବାରକ ଅଲ୍ଲି ପ୍ରମୁଖ ମହାନ ବ୍ୟକ୍ତିଙ୍କ ତତ୍ୱାବଧାନରେ ଏହା କାହିଁ କେଉଁଁ ଆବାହନ କାଳରୁ ଆରମ୍ଭ ହୋଇଥିଲା । ଫଗୁଣର ଆରମ୍ଭରେ ପୁରୁଷଣ୍ଢ ସମେତ ଆଖପାଖ ଗ୍ରାମ ଦୋଳପର୍ବ ପାଇଁ ମୁଖରିତ ହୁଏ । ପ୍ରଥମେ ଏଠାରେ ୭ ଗୋଟି ବିମାନରେ ରାଧାଗୋବିନ୍ଦ ମୂର୍ତୀକୁ ସାଜସଜ୍ଜା କରି ଗ୍ରାମ ପରିଭ୍ରମଣରେ ନିଆଯାଇ ଲକ୍ଷ୍ମୀବଜାର ଛକରୁ ମାଧବଜୀୟୁ, ରଘୁନାଥଜୀୟୁ, ଜଗନ୍ନାଥଜୀୟୁଙ୍କୁ ବିମାନ କୁ ସାଙ୍ଗରେ ନେଇ ରାମଗଡ ମେଳନ ପଡିଆରେ ଅବସ୍ଥାପିତ କରାଯାଇଥାଏ । ପୂର୍ବରୁ ବିମାନ ମାନ ବାଉଁସ ଉପରେ ବସୁଥିବା ବେଳେ ବର୍ତମାନ ଏଠାରେ ପକ୍କା ମଣ୍ଡପ ନିର୍ମାଣ କରାଯାଇ ଅବସ୍ଥାପିତ କରାଯାଉଛି । ମଧ୍ୟଭାଗରେ ହୃଷିକେଷ ବେହେରା, ଭୋଳାନାଥ ନାୟକ,ମହେନ୍ଦ୍ର ସାହୁ, ସୁରେନ୍ଦ୍ର ସାହୁ,ଚଳିତବର୍ଷ ରାମଚନ୍ଦ୍ର ନାୟକ, ବିଷ୍ଣୁଚରଣ ସାହୁ, ବିଶମ୍ବର ସାହୁ, ଦିପକ ଗୁପ୍ତା, ଆଲୋକ ସାହୁ, ସନ୍ତୋଷ ସାହୁ, ରମାକାନ୍ତ ସିଂହ, କମଳାକାନ୍ତ ସିଂହ,ଅରୁଣ ସେଠୀ, ଜନାର୍ଦ୍ଦନ ସାହୁ, ମଣିଭଦ୍ର ସାହୁ, ସନାତନ ସାହୁ, ଦୀପକ ମହତାବ, ଭୋଳାନାଥ ନାୟକ ପ୍ରମୁଖଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ମେଳା ପରିଚାଳିତ ହୋଇ ଆସୁଛି । ଏଠାକୁ ପୁରୁଷଣ୍ଢ ସମେତ ବିଟିପୁର,ରାଉତରାପୁର, ଧୋବାସାହି, ରଇଁତିରା, ରଟିଣା, ହରିପୁର, କୁସୁନନଗର, ନୂଆପୋଖରୀ, ଟିକିରା ଆଦି ଅଚଂଳର ବିମାନ ଗୁଡିକ ସାଜ୍ଜସଜ୍ଜ୍ୟା ହୋଇ ଏଠାରେ ପହଚିଂବା ପରେ ଢୋଲ, କରତାଳି, ମୃଦୁଙ୍ଗ,ସାଇଡ୍ରମ,ବାଣ ସାଙ୍ଗକୁ ଡିଜେ ସାଉଣ୍ଡ ବଜାଯାଇ ରାମଗଡ ମେଳନ ପଡିଆକୁ ବିରାଟ ଶୋଭାଯାତ୍ରାରେ ନିଆଯାଇ ମଣ୍ଡପରେ ଅବସ୍ଥାପିତ କରାଯାଇଥାଏ । ଦୀର୍ଘ ୩ କି.ମି ବ୍ୟାପି ଏହି ବିମାନ ଶୋଭାଯାତ୍ରା ଦେଖିବା ପାଇଁ ରାସ୍ତାର ଉଭୟ ପାଶ୍ୱର୍ରେ ହଜାର ହଜାର ସଂଖ୍ୟାରେ ଲୋକେ ଋଣ୍ଡିଭୂତ ହୋଇଥାନ୍ତି । ଚଳିତ ମାସ ୩ ତାରିଖ ସନ୍ଧ୍ୟାରୁ ବିମାନ ଗୁଡିକ ଗ୍ରାମ ପରିକ୍ରମା କରି ତହିଁ ପରିଦିନ ଅର୍ଥାତ୍ ୪ ତାରିଖ ପୁରୁଷଣ୍ଢ ଦୋଳମଣ୍ଡପରେ ପହଚିଂଥାନ୍ତି । ଦୋଳ ମେଳନ ପାଇଁ ପଡିଆରେ ଆକର୍ଷଣୀୟ ତୋରଣ ଓ ଅଲୋକ ମାଳାରେ ସଜ୍ଜାଯାଇ ମିନାବଜାର ମାନ ଶୋଭାପାଏ । ମେଳା ପଡିଆରେ କୌଣସି ରଙ୍ଗ ଖେଳକୁ କମିଟି ପକ୍ଷରୁ ବାରଣ କରାଯାଇଛି । ଦିନ ୧ ଘଟିକା ପରେ ମେଣ୍ଢାଘର ପୋଡାଯାଏ । ତତ୍‌ପରେ ପୁରୁଷଣ୍ଢ ବିମାନ ବ୍ୟତୀତ ଅନ୍ୟ ବିମାନ ଗୁଡିକ ନିଜ ନିଜ ସ୍ଥାନକୁ ଫେରି ଯାଇଥାନ୍ତି । ସନ୍ଧ୍ୟାରେ ନୂଆ ପାଞ୍ଜୀ ପାଠ କରାଯାଏ । ଆଗନ୍ତୁକଙ୍କ ମନୋରଞ୍ଜନ ନିମିତ ଭଜନ ସନ୍ଧ୍ୟା ଓ ମେଲୋଡି ପୋଗ୍ରାମ କରାଯାଇଥାଏ । ଦୋଳ ମେଳନ ସଂପୃକ୍ତ ଅଚଂଳରେ ଭକ୍ତିଭାବ ଓ ଭାଇଚାରା ସୃଷ୍ଟି କରିଥାଏ । ଏହି ମେଳାକୁ ପୁରୁଷଣ୍ଢ ଗ୍ରାମର ଆବାଳ ବୃଦ୍ଧ ବନିତା ମାନଙ୍କ ସହଯୋଗରେ ପରିଚାଳନା କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.