Home ଆନ୍ତର୍ଜାତୀୟ ଦେଖନ୍ତୁ, ଏକ ବିରଳ ପ୍ରଜାତିର ମାଛ

ଦେଖନ୍ତୁ, ଏକ ବିରଳ ପ୍ରଜାତିର ମାଛ

927

ନୂଆଦିଲ୍ଲୀ,୨୨/୦୮,(ଓଡ଼ିଆ ପୁଅ/ ପି ନାୟକ): ନ୍ୟୁୟର୍କରେ ଜଣେ ମହିଳା ମାଛ ଧରୁଥିବାବେଳେ ଏକ ବିରଳ ପ୍ରଜାତିର ମାଛ ଅଜାଣତରେ ତାଙ୍କ ହାବୁଡରେ ପଡିଯାଇଥିଲା। ଯେଉଁ ବିରଳ ମାଛର ଦୁଇଟି ମୁହଁ ଥିବା ଦେଖିବାକୁ ମିଳିଛି । ଏକ ରିପୋର୍ଟ ମୁତାବକ ଡେବି ଗେଡେସ୍ ନାମକ ମହିଳା ଜଣଙ୍କ ଶୁକ୍ରବାର ନିଜ ସ୍ବାମୀଙ୍କ ସହିତ ନଦୀରେ ମାଛ ଧରିବାବେଳେ ଏଭଳି ଏକ ମାଛକୁ ଧରିଥିଲେ । ଯେତେବେଳେ ଏହି ଦମ୍ପତି ଉକ୍ତ ମାଛଟିକୁ ଦେଖିଥିଲେ ସେମାନେ ସହଜରେ ବିଶ୍ବାସ କରିପାରିନଥିଲେ ।

ମାଛଟିର ଦୁଇଟି ମୁହଁ ଥିବା ସହିତ ସେ ଦେଖିବାକୁ ଖୁବ୍ ସତେଜ ଏବଂ ସୁନ୍ଦର ଥିବା ଡେବି କହିଛନ୍ତି । ଡେବି ଏହା ସହିତ କହିଛନ୍ତି କି, ଏହି ବିରଳ ମାଛଟିକୁ ଦେଖିବା ପରେ ସେ ତାର କିଛି ଫଟୋ ଉଠାଇଥିଲେ ।  ଏହାପରେ ମାଛଟିକୁ ପୁଣି ନଦୀରେ ଛାଡି ଦେଇଥିଲେ । ମାଛଟିର ଏକ ଫଟୋ ଫେସବୁକ୍ ରେ knotty boys fishing ଦ୍ବାରା ପୋଷ୍ଟ କରାଯାଇଥିଲା । ଯିଏ କି ଏକ ମାଛ ଧରୁଥିବା ଟିମ୍ । ଯାହାକୁ ସାରା ଦୁନିଆର ଲୋକେ ଦେଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.