Home ଜିଲ୍ଲା ପରିକ୍ରମା ଦେଓପଦା ହାଇସ୍କୁଲ ୫-ଟି ରୂପାନ୍ତୀକରଣ ନେଇ ଭୂମିପୂଜନ

ଦେଓପଦା ହାଇସ୍କୁଲ ୫-ଟି ରୂପାନ୍ତୀକରଣ ନେଇ ଭୂମିପୂଜନ

42

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ରାଜେନ୍ଦ୍ରପୁର ପଞ୍ଚାୟତର ଦେଓପଦା ହାଇସ୍କୁଲ ୫-ଟି ରେ ରୂପାନ୍ତୀକରଣ ନେଇ ଏହାର ଭୂମିପୂଜନ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟଟି ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅନୁମୋଦନ କ୍ରମେ ତଥା ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲଙ୍କ ପ୍ରଚେଷ୍ଟାରେ ସଫଳ ହୋଇଛି । ତେବେ ଆଜି ଭଣ୍ଡାରିପୋଖରୀ ବ୍ଲକ୍ ଉପାଧ୍ୟକ୍ଷ ପ୍ରଣତିକାନ୍ତ ସାମଲଙ୍କ ଦ୍ୱାରା ଏହି ଭୂମିପୂଜନର ଆୟୋଜନ ହୋଇଥିଲା । ଏଥିରେ ବ୍ଲକ୍ ସଭାପତି ଲକ୍ଷ୍ମୀଧର ସାହୁ, ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ, ପ୍ରସନ୍ନ ସାହୁ, ବିନୋଦ ରାଉତ, ସଂଜୀବ ରାଉତ, ଧ୍ରୁବ ବାରିକ, ଦୟାନିଧି ପରିଡା, ସମ୍ବିତ ରାଉତ ଓ ପଞ୍ଚାୟତ ନେତୃବୃନ୍ଦଙ୍କ ସମେତ ଗ୍ରାମବାସୀଙ୍କ ସହଯୋଗରେ ଏହି ଶିଳାନ୍ୟାସ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.