Home ଓଡ଼ିଶା ଦୃଷ୍ଟିବାଧିତ ଛାତ୍ରଙ୍କୁ ଲାପ୍‌ଟପ୍ ପ୍ରଦାନ

ଦୃଷ୍ଟିବାଧିତ ଛାତ୍ରଙ୍କୁ ଲାପ୍‌ଟପ୍ ପ୍ରଦାନ

45

ନୟାଗଡ଼, ୨ା୫ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ନୟାଗଡ଼ ଜିଲ୍ଲା ପାଇଁ ମଂଜୁର ହୋଇଥିବା ମାଗଣା ଲ୍ୟାପଟପ୍ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ କରକମଳରେ ବିଭିନ୍ନ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ଅଧ୍ୟୟନରତ ୪ଜଣ ଦୃଷ୍ଟିବାଧିତ ଛାତ୍ରଙ୍କୁ ସେମାନଙ୍କ ଉଚ୍ଚଶିକ୍ଷାରେ ଉନ୍ନତି ନିମନ୍ତେ ପ୍ରଦାନ କରିଥିଲେ। ସେହିଛାତ୍ରମାନେ ହେଲେ ନୂଆଗାଁ ପଂଚାୟତ ସମିତିର ଶ୍ରୀ ଚିନ୍ତାମଣି ପ୍ରଧାନ, ଓଡ଼ଗାଁ ପଂଚାୟତ ସମିତିର ଶ୍ରୀ ଶିବରାମ ସାହୁ ଏବଂ ରଣପୁର ପଂଚାୟତ ସମିତିର ଶ୍ରୀ ମାନସ ସାହୁ ଓ ଶ୍ରୀ ଶୁଭେନ୍ଦୁ କୁମାର ନାୟକ। ପ୍ରକାଶ ଥାଉକି ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ୨୦୧୩-୧୪ମସିହାରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଅଦ୍ୟାବଧି ନୟାଗଡ଼ ଜିଲ୍ଲାରେ ମୋଟ ୩୮ଜଣ ଛାତ୍ର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଆଦିପତି କହଁର, ଜିଲ୍ଲା ସୂଚନା ଓ ଲୋକ ସଂପର୍କଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.