Home ଓଡ଼ିଶା ଦୂରଦର୍ଶନ ଟିମଉପରେ ମାଓବାଦୀଙ୍କ ଆକ୍ରମଣ, କ୍ୟାମେରା ମ୍ୟାନ ସହ ଦୁଇ ଯବାନ ସହୀଦ, ତିନି ଆହତ

ଦୂରଦର୍ଶନ ଟିମଉପରେ ମାଓବାଦୀଙ୍କ ଆକ୍ରମଣ, କ୍ୟାମେରା ମ୍ୟାନ ସହ ଦୁଇ ଯବାନ ସହୀଦ, ତିନି ଆହତ

318

ମାଲକାନଗିରି, ୩୦ା୧୦(ଓଡିଆ ପୁଅ ) ସୀମାନ୍ତ ଛତିଶଗଡ ରାଜ୍ୟରେ ନିର୍ବାଚନ ପାଇଁ ଦୂରଦର୍ଶନ ଟିମ ଦନ୍ତେଓ୍ୟାର୍ଡା ଜିଲ୍ଲା ଅର୍ନପୁର ଅଞ୍ଚଳକୁ ତଥ୍ୟସଂଗ୍ରହ କରିବାପାଇଁ ଯାଇଥିବା ବେଳେ ମାଓବାଦୀମାନଙ୍କ ଆକ୍ରମଣରେ ଦୂରଦର୍ଶନ କ୍ୟାମେରାମେନ ଓ ଦୁଇଯବାନ ସହୀଦ ହେବା ସହ ତିନିଜଣ ଆହତ ହୋଇଛନ୍ତି। ଦିଲ୍ଲୀରୁ ଆସିଥିବା ତିନିଜଣିଆ ଦୂରଦର୍ଶନ ଟିମ ଆଜି ସକାଳେ ଦନ୍ତେଓ୍ୟାର୍ଡା ଜିଲ୍ଲାସ୍ଥ ମାଓପ୍ରବଣ ଅର୍ନପୁର ଗ୍ରାମବାସୀ ମାନଙ୍କ ବିଭିନ୍ନ ସମସ୍ୟା ଓ ନିର୍ବାଚନ ସଂପର୍କିୟ ତଥ୍ୟସଂଗ୍ରହ କରିବାକୁ ଯାଇଥିଲେ। ସେମାନେ ଗ୍ରାମରେ ସୁଟିଂ ସାରି ନିକଟସ୍ଥ ନିଲବାୟା ଜଙ୍ଗଲର ଦୃଶ୍ୟ ଉତ୍ତୋଳନ କରୁଥିବା ସମୟରେ ହଠାତ ପୁଲିସ ମାଓବାଦୀମାନଙ୍କ ମଧ୍ୟରେ ଗୁଳିବନିମୟ ହୋଇଥିଲା। ଏହି ଦୂରଦର୍ଶନ ଟିମ ମାଓବାଦୀଙ୍କ ଆମ୍ବୁସରେ ଫସି ଯାଇଥିଲେ। ମାଓବାଦୀମାନେ କ୍ୟାମେରା ଛଡାଇ ନେଇ ସାମ୍ବାଦିକ ଓ କ୍ୟାମେରାମେନ ଉପରକୁ ଆକ୍ରମଣ କରୁଥିବାର ଦେଖି ନିକଟରେ ଥିବା ପୁଲିସ ଓ ଯବାନ ମାନେ ମାଓବାଦୀ ମାନଙ୍କ ଉପରକୁ ଗୁଳିଚଳାଇ ଥିଲେ ଉଭୟଙ୍କ ମଧ୍ୟରେ କିଛିସମୟ ଧରି ଗୁଳିବିନମୟ ହୋଇଥିଲା, ମାଓବାଦୀଙ୍କ ଗୁଳିରେ ଦୂରଦର୍ଶନ କ୍ୟାମେରା ମ୍ୟାନ ଅଚ୍ୟୁତାନନ୍ଦ ସାହୁ (ଓଡିଶା, ବଲାଙ୍ଗିର), ସବଇନିସ୍ପେକ୍ଟର ରୁଦ୍ରପ୍ରତାପ ସିଂ, ଏଏସଆଇ ମଙ୍ଗୁଲରାମ ସହୀଦ ହୋଇଥିବା ବେଳେ ଜଣେ ଗଣମାଧ୍ୟମ ପ୍ରତି ନିଧି ସହ ଅନ୍ୟ ଦୁଇଜଣ ଯବାନ ବିଷ୍ଣୁନେତାମ, ରାକେଶ କୌଶଲ ଆହତ ହୋଇଥିବାର ଜଣାପଡିଛି।

ସେଠାରେ ଥିବା ଅନ୍ୟ ଯବାନମାନେ ମାଓବାଦୀ ମାନଙ୍କୁ ମୁକୁବିଲା କରି ମାଓବାଦୀଙ୍କ ଆମ୍ବୁସରୁ ବହୁକଷ୍ଟରେ ଗଣମାଧ୍ୟମ ପ୍ରତିନିଧି ଆହତ ସହୀଦ ପୁଲିସଙ୍କୁ ଉଦ୍ଧାର କରି ବାହରକୁ ଆଣିଥିଲେ। ସଙ୍ଗେ ସଙ୍ଗେ ଆହତ ଗଣମାଧ୍ୟମ ପ୍ରତିନିଧି ଓ ପୁଲିସଙ୍କୁ ନିକଟସ୍ଥ ହସପିଟାଲକୁ ଚିକିତ୍ସା ନିମନ୍ତେ ପଠାଇ ଥିଲେ। ଏହି ଖବର ଦନ୍ତେଓ୍ୟାର୍ଡା ଏସପି ଅଭିଶେକ ପଲ୍ଲଭ, ଡିଆଇଜି ଜାଣିବାପରେ ଘଟଣାସ୍ଥଳରେ ଅଧିକ ପୁଲିସ ଫୋର୍ସ ଯବାନଙ୍କୁ ଧରି ପହଁଚି ସେହି ଜଙ୍ଗଲରେ ଯୋରଦାର କଂମ୍ବି ଓ ସର୍ଚ ଅପରେସନ ଆରମ୍ଭ କରିଦେଇଛନ୍ତି। ଗତ ତିନିଦିନତଳେ ମାଓବାଦୀମାନେ ନିର୍ବାଚନକୁ ବିରୋଧକରି ସିଆରପିଏଫ ଯବାନ ମାନଙ୍କ ଉପରେ ଆକ୍ରମଣକରି କରିଥିଲେ, ଏହି ଆକ୍ରମଣରେ ୪ଜଣ ଯବାନ ସହୀଦ ହେବାସହ ଦୁଇ ଯବାନ ଆହତ ହୋଇଥିଲେ। ଗଣ ମାଧ୍ୟମ ପ୍ରତି ନିଧି କ୍ୟାମେରାମେନ ଉପରେ ମାଓବାଦୀଙ୍କ ଆକ୍ରମଣକୁ ଗଣମାଧ୍ୟମର ପ୍ରତିନିଧି ଓ ସବୁମହଲରୁ ନିନ୍ଦା କରାଯିବା ସହିତ ହତ୍ୟକାରୀଙ୍କୁ ଦଢ ହସ୍ତରେ ଦମନକରିବା ପାଇଁ ଦାବି କରିଛନ୍ତି। ସହୀଦ ଅଚ୍ୟୁତାନନ୍ଦ ସାହୁ ଦୂରଦର୍ଶନ କ୍ୟାମେରା ମେନ ଭାବେ ଦିଲ୍ଲୀରେ ଗତ ୨୦୧୩ ମସିହାରେ କାର୍ଯ୍ୟରେ ଯୋଗଦେଇଥିଲେ। ତାଙ୍କ ନିଜ ଘର ଓଡିଶାର ବଲାଙ୍ଗିର ଜିଲ୍ଲା ଲୁଇସିଂହା ଥାନାସ୍ଥ ଘୁଷୁମୁରା ଗ୍ରାମରେ, ସେ ଗତ ଦୁଇବର୍ଷ ତଳେ ବିବାହ କରିଥିଲେ। ତାଙ୍କ ବିୟୋଗରେ ସମଗ୍ର ରାଜ୍ୟର ଗଣମାଧ୍ୟମ ପ୍ରତିନିଧି ମହଲରେ ଶୋକର ଛାୟା ଖେଳି ଯାଇଛି। ସୂଚନା ଯୋଗ୍ୟ ଯେ ଆସନ୍ତା ମାସ ୧୨ରୁ ୨୦ତାରିଖ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଛତିଶଗଡ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ପ୍ରଥମ ପର୍ଯ୍ୟାୟରେ ଦନ୍ତେୱାଡ଼ା ଜିଲ୍ଲାରେ ନିର୍ବାଚନ ହେବାକୁ ଯାଉଥିବାରୁ ସେଠାରେ ମାଓବାଦୀମାନେ ନିର୍ବାଚନକୁ ବିରୋଧ କରି ଏହାକୁ ଭଣ୍ଡୁରପାଇଁ ବାରମ୍ବାର ହିଂସାକାଣ୍ଡ ଘଟାଇ ଚାଲିଛନ୍ତି। ମାଓଦମନ ପାଇଁ ଯବାନ ମାନେ ଡାଳେ ଡାଳେ ଗଲାବେଳକୁ ମାଓବାଦୀ ମାନେ ପତ୍ରେପତ୍ରେ ଯାଇ ଏହାକୁ ଭଣ୍ଡୁର କରି ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟାଇଚାଲିଛନ୍ତି। ଆଜିର ଘଟଣା ସମଗ୍ର ଦେଶପାଇଁ କଳଙ୍କ ରଚିଛନ୍ତି ମାଓବାଦୀ ମାନେ, ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟାକରି ସୁଚେଇ ଦେଇଛନ୍ତି ମାଓବାଦୀ ମାନେ କାହାର ନୁହଁନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.