Home ଓଡ଼ିଶା ଦୁଷ୍କର୍ମ ପ୍ରତିବାଦ: ୭ରେ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେପି ମହିଳା ମୋର୍ଚ୍ଚା

ଦୁଷ୍କର୍ମ ପ୍ରତିବାଦ: ୭ରେ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେପି ମହିଳା ମୋର୍ଚ୍ଚା

125

ଭୁବନେଶ୍ୱର ୩ ମଇ (ଓଡ଼ିଆ ପୁଅ/ଦେବଦତ୍ତ ରଥ):ରାଜ୍ୟରେ ବଢ଼ି ଚାଲିଥିବା ଦୁଷ୍କର୍ମ ଘଟଣା ଭିତରେ ମହିଳା ଓ ନାବାଳିକା ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅପାରଗତା ଏବଂ ନିଷ୍କ୍ରିୟତାକୁ ଭିତି କରି ବିଜେପି ମହିଳା ମୋର୍ଚ୍ଚା ଆସନ୍ତା ୭ ତାରିଖରେ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ।

ଆଜି ଏ ନେଇ ରାଜ୍ୟ କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚା ରାଜ୍ୟ ପଦାଧିକାରୀଙ୍କର ଏକ ବୈଠକରେ ଅନୁଷ୍ଠିତ ହୋଇ ଯାଇଛି।ଏ ନେଇ ମହିଳା ମୋର୍ଚ୍ଚା ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟରେ ଦିନକୁ ଦିନ ବଢି ଚାଲିଥିବା ନାବାଳିକା ଶୋଷଣ ଏବଂ ମହିଳା ଧର୍ଷଣ ଘଟଣା ସବୁଠାରୁ ଅଧିକ ଚିନ୍ତାର ବିଷୟ ସାଜିଛି।ଅନ୍ୟପଟେ ରାଜ୍ୟ ସରକାର ଏବଂ ପୁଲିସ ପ୍ରଶାସନ ଏପରି ସମ୍ବେଦିନଶୀଳ ଘଟଣାକୁ ରୋକିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗ ସଂପୂର୍ଣ୍ଣ ସ୍ଥାଣୁ ପାଲଟିଥିବାରୁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ହୋଇପଡିଛି।ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ନାବାଳିକା ଦୁଷ୍କର୍ମ ଘଟଣା କାରଣରୁ ମହିଳା ସଶକ୍ତିକରଣକୁ ଶକ୍ତ ଧକ୍କା ଲାଗିଛି ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ଦାୟୀ। ଗତ ୫ ଦିନ ଭିତରେ ୧୭ ଜଣ ନାବାଳିକା ଦୁଷ୍କର୍ମ ଘଟଣା ରାଜ୍ୟକୁ ନିନ୍ଦିତ କରିଛି।ଶାସକ ଦଳର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ସୁରକ୍ଷା ବଳୟ ମଧ୍ୟରେ ଥିବା ଅପରାଧୀମାନେ ନିର୍ଭୟରେ ଏଭଳି ଜଘନ୍ୟ କାଣ୍ଡ ଭିଆଇ ଚାଲିଛନ୍ତି। ରାଜ୍ୟର ଅଗଣିତ ମା’ ଭଉଣୀ ମାନଙ୍କ ସମ୍ନାନ ଏବଂ ଜୀବୀନ ରକ୍ଷା ପ୍ରଦାନ କରିବା ପରିବର୍ତ୍ତେ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ଏହା ବିରୋଧରେ ଆସନ୍ତା ୭ ତାରିଖରେ ସାରା ରାଜ୍ୟର ବିଭିର୍ଣ୍ଣ ପ୍ରାନ୍ତରୁ ବିଜେପି ମହିଳା କାର୍ଯ୍ୟକର୍ତ୍ତା ମାନେ ଏକତ୍ରିତ ହୋଇ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା ନିବେଦନ କରିଛନ୍ତି। ଏହି ଉପଲକ୍ଷେ ଆୟୋଜିତ ବୈଠକରେ ପ୍ରଭାତୀ ପରିଡ଼ାଙ୍କ ସମେତ ଅନ୍ୟ ମାନଙ୍କ ମଧ୍ୟରେ ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ କାନନବାଳା ପଟ୍ଟନାୟକ,ନିୟତି ଗିରୀ,ସ୍ମୃତି ପଟ୍ଟନାୟକ,ପିଙ୍କି ପ୍ରଧାନ,ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ,ସାଧାରଣ ସମ୍ପାଦିକା ପ୍ରତିଭା ଶତପଥି,ବବିତା ପାତ୍ର,ସମ୍ପାଦିକା ରଶ୍ମୀରେଖା ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.