Home ଅପରାଧ ଦୁଷ୍କର୍ମ ଅଭିଯୁକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା

ଦୁଷ୍କର୍ମ ଅଭିଯୁକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା

70

ଯାଜପୁର୧୧ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ କରଦା ନୋଡାଲ ଉପ୍ରା ବିଦ୍ୟାଳୟ ସମ୍ମୁଖରେ ଆଜି ସ୍ଥାନୀୟ ଅଧିବାସୀଙ୍କ ଦ୍ୱାରା ଧାରଣା ଓ ଅନ୍ଦୋଳନ କରାଯାଇଥିଲା । ଗତ ୬ ତାରିଖ ସେହି ବିଦ୍ୟାଳୟର ୨ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଟିଉସନ ବାହାନାରେ ଶିକ୍ଷକ ମୋହନ ଚରଣ ଭୂୟାଁ ଦୁଷ୍କର୍ମ କରିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଉକ୍ତ ମାମଲାକୁ ରଫାଦଫା କରିବାକୁ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ଦାସ ପିଡିତା ପରିବାକୁ କହିବା ଓ ଅନ୍ୟ ଶିକ୍ଷକ/ଶିକ୍ଷୟତ୍ରୀ ଏହି ଘଟଣାରେ ସହଯୋଗ କରିଥିବାରୁ ସ୍ଥାନୀୟ ଅଧିବାସୀ ମାନେ ଆଜି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ବିଦ୍ୟାଳୟ ସମ୍ମୁଖରେ ଶତାଧିକ ଲୋକ ଧାରଣାରେ ବସିଥିଲେ । ପରିସ୍ଥିତି ଉତେଜନା ପୂର୍ଣ୍ଣ ହେବାରୁ ପୁଲିସ ମୁତୟନ କରାଯାଇଥିଲା । ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବିଇଓ ଅକ୍ଷୟ କୁମାର ଧଳ ସେଠାରେ ପହଂଚିଥିଲେ । ଏସଡିପିଓ ଚିନ୍ମୟ ନାୟକ, ଥାନାଧିକାରୀ ଅଜୟ କୁମାର ଜେନା ପହଂଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଏହି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ସୁଚନାଯୋଗ୍ୟ-ପାଣିକୋଇଲି ପୁଲିସ ୨ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଶିକ୍ଷକକୁ ଗିରଫ କରି ମାମଲା ୬୧ ଓ ୬୨ରେ ଦଫା ୩୭୬(କ), (ଖ), ୫୦୬, ୧୨୦(ଖ)ଓ ନାବାଳିକା ନିର୍ଯ୍ୟାତନା ନିରୋଧ ଆଇନ ଧାରା ୬ରେ କୋର୍ଟ ଚାଲାଣ କରିଛି । କୋରାଇ ବ୍ଲକ ଅନ୍ତର୍ଗତ କରଦା ନୋଡାଲ ଉପ୍ରା ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ୨ଛାତ୍ରୀ ସେହି ବିଦ୍ୟାଳୟର ଶିକ୍ଷକ ମୋହନ କୁମାର ଭୂୟାଁଙ୍କ ଦ୍ୱାରା ୨ ମାସ ହେଲା ଦୁଷ୍କର୍ମର ଶିକାର ହେବା ନେଇ ଥାନାରେ ୨ ପିଡିତାର ପରିବାର ପକ୍ଷରୁ ବାପ ଓ ମା ଅଭିଯୋଗ କରିଥିଲେ । ପୁଲିସ ଅଭିଯୁକ୍ତ ଶିକ୍ଷକ ମୋହନ କୁମାର ଭୂୟାଁକୁ ଗିରଫ କରିବା ସହ ଦୁଇ ପିଡିତାଙ୍କ ବୟାନ ନେବା ପରେ ସେମାନଙ୍କୁ ଡାକ୍ତରୀ ପରୀକ୍ଷା କରି ଅଭିଯୁକ୍ତ ଶିକ୍ଷକକୁ କୋର୍ଟ ଚାଲାଣ କରିଛି । ପ୍ରକାଶଯେ କରଦା ନୋଡାଲ ଉପ୍ରା ବିଦ୍ୟାଳୟର ଶିକ୍ଷକ ମୋହନ କୁମାର ଭୁୟାଁ(୩୦)(ଯେ କି ସ୍ଥାନୀୟ ରାଣିଗୋଡା ଗ୍ରାମର ଦୀନବନ୍ଧୁ ଭୁୟାଁଙ୍କ ପୁଅ) ୨ ମାସ ଧରି ବିଦ୍ୟାଳୟର ୬ଷ୍ଠ ଶ୍ରେଣୀରେ ପଢୁଥିବା ଦୁଇ ଛାତ୍ରୀଙ୍କୁ ଟିଉସନ ସମୟରେ ବିଦ୍ୟାଳୟ ମଧ୍ୟରେ ଦୁଷ୍କର୍ମ କରି ଚାଲିଥିଲେ । ଫଳରେ ସେମାନେ ଦୁଷ୍କର୍ମର ଶିକାର ହୋଇଥିବା ଏବଂ ଶିକ୍ଷକଙ୍କ ଭୟରେ ସ୍କୁଲକୁ ଆସିବାକୁ ମନା କରୁଥିବା ପ୍ରକାଶ କରିଥିଲେ । ଏମିତିକି ସ୍କୁଲକୁ ଯିବାକୁ ବାଧ୍ୟ କଲେ ଆତ୍ମହତ୍ୟା କରିବେ ବୋଲି କହିଥିଲେ । ଫଳରେ ପିଡାତା ଦ୍ୱୟ ସେମାନଙ୍କ ମାଙ୍କ ନିକଟରେ ସତ୍ୟ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.