Home ଜିଲ୍ଲା ପରିକ୍ରମା ଦୁଷ୍କର୍ମ ଅଭିଯୁକ୍ତ ଯୁବକ କୋର୍ଟ ଚାଲାଣ

ଦୁଷ୍କର୍ମ ଅଭିଯୁକ୍ତ ଯୁବକ କୋର୍ଟ ଚାଲାଣ

132

ପାଣିକୋଇଲି ୨୧-୭ (ଓଡ଼ିଆ ପୁଅ/ଭାସ୍କର ସାହୁ) ପାଣିକୋଇଲି ଥାନା ଅନ୍ତର୍ଗତ ଗୋଳଇପୁର ଅଂଚଳର ଜଣେ ଯୁବତୀକୁ ରାମପୁର ଶଗଡି ଗ୍ରାମର ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। କିନ୍ତୁ ଅଭିଯୁକ୍ତ ପୁଲିସ ହାତରେ ଧରା ପଡିବା ଭୟରେ ବିଷ ପିଇ ଅତ୍ମହତ୍ୟା ଉଦ୍ୟମ କରି କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସୁସ୍ଥ ହେବାପରେ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ ଜୁଲାଇ ୫ ତାରଖରେ ପୀଡିତା ସକାଳୁ ସକାଳୁ ସୌଚ ହେବାପାଇଁ ପଡିଆକୁ ଯାଇଥିବା ବେଳେ ଏହି ଥାନା ରାମପୁର ଶଗଡି ଗ୍ରାମର ମିର୍ଜା ମୋସେରଫ ବେଗଙ୍କ ପୁଅ ମିର୍ଜା ଗାଲିଫ ବେଗ(କୁନୁ)(୨୩) ସାଇକେଲରେ ଆସି ପିଡିତାଙ୍କୁ ଦୁଷ୍କର୍ମ କରିଥିଲା ଟିକେ ଦୁରରେ ସୌଚ ହେବାକୁ ଯାଇଥିବା ସେହି ଗ୍ରାମର ଅନ୍ୟଜଣେ ମହିଳା ପହଂଚି ପ୍ରତିରୋଧ କରିବାରୁ ଅଭିଯୁକ୍ତ ଯୁବକ ତାଙ୍କୁ ମାଡମାରି ଲହୁ ଲୁହାଣ କରି ଦେଇଥିଲା। ଯୁବତୀ ଓ ମହିଳା ଦୁହେଁ ପାଟିକରିବାରୁ ଗ୍ରାମବାସୀ ରୁଣ୍ଡ ହୋଇଯାଇଥିଲେ। ମିର୍ଜା ଗାଳିଫ ବେଗ ଓରଫ କୁନୁ ସାଇକେଲ ଛାଡି ସେଠାରୁ ଚମ୍ପଟ ମାରିଥିଲା। ଏ ବିଷୟରେ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ଥାନାଧିକାରୀ ଅଜୟ କୁମାର ଜେନା ଘଟଣାକୁ ଗୁରୁତର ସହିତ ଗ୍ରହଣକରି ତଦନ୍ତ ଜାରି ରଖିଥିଲେ। ଥାନାରେ ଯୁବତୀଙ୍କ ବୟାନ ରେକର୍ଡ କରିବା ସହିତ ଅଭିଯୁକ୍ତ ଛାଡିଯାଇଥିବା ସାଇକେଲକୁ ଜବତ କରିଥିଲେ। ପୁଲିସ ଭୟରେ ଅଭିଯୁକ୍ତ ତା ପରଦିନ ବିଷ ପିଇ ଅତ୍ମହତ୍ୟା ଉଦ୍ୟମ କରିଥିଲା।ତାକୁ ପ୍ରଥମେ କୋରେଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେହି ଦିନ ଠାରୁ ପାଣିକୋଇଲି ଥାନାର ୩ଜଣ କର୍ମଚାରୀ ତାକୁ ସେଠାରେ ଜଗି ରହିଥିଲେ। ସେ ଗତକାଲି ସୁସ୍ଥ ହେବାପରେ ଡାକ୍ତରଖାନାରୁ ଡିସଚାର୍ଜ ହେବାକ୍ଷଣି ତାକୁ ଗିରଫ ପରେ ଥାନାକୁ ଅଣାଯାଇଥିଲା। ଏ ନେଇ ଏକ ମାମଲା ୧୪୮/୨୦ ଦଫା ୩୭୬, ୩୨୩ ଅଇପିସିରେ କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.