Home Top News ଦୁର୍ବିପାକ ଉପରେ ବିଜେପିର ରାଜନୀତି ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ: ବିଜେଡି

ଦୁର୍ବିପାକ ଉପରେ ବିଜେପିର ରାଜନୀତି ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ: ବିଜେଡି

90

ଭୁବନେଶ୍ୱର, ୧୯/୦୬ (ଓଡ଼ିଆ ପୁଅ) : ବାତ୍ୟା, ବନ୍ୟା ଓ କୋଭିଡ ମହାମାରୀ ଭଳି ଦୈବୀ ଦୁର୍ବିପାକ ଉପରେ ରାଜନୀତି କରାଯିବା ଉଚିତ ନୁହେଁ କି ବିଜୁ ଜନତା ଦଳ ଏଥିରେ ଆଦୌ ବିଶ୍ୱାସ କରେନାହିଁ। ହେଲେ ଦୁର୍ଭାଗ୍ୟର ବିଷୟ ଯେ ଓଡିଶା ବିଜେପିର ବିଧାୟକମାନେ କୋଭିଡ ମହାମାରୀକୁ ନେଇ ଯେଭଳି ନିମ୍ନମାନର ରାଜନୀତି କରୁଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ଆମେ ଆଶା କରିଥିଲୁ ବିଧାୟକ ଶ୍ରୀ ମୋହନ ମାଝି ତାଙ୍କ ବକ୍ତବ୍ୟରେ ଆଜି ଓଡ଼ିଶାର କୋଭିଡ ଯୋଦ୍ଧାଙ୍କୁ ସେମାନଙ୍କର କଠିନ ପରିଶ୍ରମ, ତ୍ୟାଗ ଓ ବଳିଦାନ ପାଇଁ ସାଧୁବାଦ ଜଣାଇବେ। ହେଲେ ସେ ସେଭଳି କିଛି କଲେ ନାହିଁ।

ସଫଳ କୋଭିଡ ପରିଚାଳନା ପାଇଁ ଓଡିଶା ସବୁ ମହଲରେ ପ୍ରଶଂସିତ ହେଉଛି ବୋଲି ଶ୍ରୀ ମାଝୀ ଭଲ ଭାବରେ ଜାଣିଛନ୍ତି। ହେଲେ ଏଭଳି ସମୟରେ ରାଜନୀତି କରିବା ପାଇଁ ଜାଣିଶୁଣି ଏହାକୁ ଅଣଦେଖା କରୁଛନ୍ତି। କୋଭିଡ ପରିଚାଳନାରେ ଓଡିଶା ଭାରତ ବର୍ଷର ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠତା ପ୍ରଦର୍ଶନ କରୁଥିବାବେଳେ ବିଜେପି କିନ୍ତୁ କୋଭିଡ ମହାମାରୀକୁ ନେଇ ଶସ୍ତା ରାଜନୀତି କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

କରୋନା ଭଳି ବିଶ୍ୱ ମହାମାରୀକୁ ନେଇ ଶସ୍ତା ରାଜନୀତି କରୁଥିବା ବିଜେପିକୁ ଓଡିଶାବାସୀ କେବେ କ୍ଷମା ଦେବେ ନାହିଁ ଏବଂ ଉଚିତ ସମୟରେ ଏହାର ଠିକଣା ଜବାବ ଦେବେ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ଚେତାଇ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.