ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଓକିଲ ସଙ୍ଘ ତରଫରୁ ନଳାଙ୍ଗ କୋର୍ଟ ଓକିଲ ସଙ୍ଘ ସଦନରେ ବିଶିଷ୍ଟ ଅର୍ଥ ଶାସ୍ତ୍ରୀ, ପୂର୍ବତନ ଅର୍ଥ ମନ୍ତ୍ରୀ, ଭାରତୀୟ ରିଜର୍ଭ ବ୍ୟାଙ୍କର ତଦନ୍ତୀନ ଗଭର୍ଣ୍ଣର, ପୂର୍ବତନ ପ୍ରଧାନମନ୍ତ୍ରୀ ୰ ଡ଼ଃ. ମନମୋହନ ସିଂଙ୍କ ଦେହାନ୍ତରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଅଧିବକ୍ତା ଦିବ୍ୟସିଂ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସମ୍ପାଦକ ସୂର୍ଯ୍ୟକାନ୍ତ କୁଅଁର, ଉପସଭାପତି ଦୀପକ ସାହୁ, ପ୍ରଫୁଲ୍ଲ ସାମଲ, ବରିଷ୍ଠ ଅଧିବକ୍ତା ସନ୍ତୋଷ ନାୟକ, ପବନ ଶର୍ମା, ଗଦାଧର ବଳ, ଜମିଲ ମହମ୍ମଦ, ନିଶିକାନ୍ତ ନାୟକ, ସେକ ଇସ୍ତାର, ପ୍ରମୁଖ ୰ ସିଂଙ୍କ ଦୁରଦୃଷ୍ଟି ତଥା ଉଦାରୀକରଣ ଅର୍ଥ ବ୍ୟବସ୍ଥା ଆଜି ଭାରତକୁ ଅର୍ଥନୀତି କ୍ଷେତ୍ରରେ ୪ର୍ଥ ବୃହତ ଅର୍ଥନୈତିକ ରାଷ୍ଟ୍ର ଭାବରେ ଉଭା କରାଇଛି ବୋଲି ମତ ରଖିଥିଲେ। ଓକିଲ ସଂଘର ଉପସଭାପତି ଦୀପକ ସାହୁ, କୋଷାଧ୍ୟକ୍ଷ କିଶୋର ବଳ,ସହ ସମ୍ପାଦକ ନିକୁଞ୍ଜ ପୁହାଣ, ଲାଇବ୍ରେରୀ ସମ୍ପାଦକ ଗିରିଜା ଦାସ, ସରୋଜ ଦାସ, ପ୍ରଫୁଲ୍ଲ ପାଢ଼ୀ, ଅରୁଣ କୁମାର ମିଶ୍ର, ଦେବେନ୍ଦ୍ର କୁମାର ପଣ୍ଡା, ଗିରିଧାରୀ ନାଥ, ଲାବୁ ପାଲ , ପୂର୍ଣ୍ଣିଚନ୍ଦ୍ର ମହାନ୍ତି, ଶଶୀଭୁଷଣ ପଣ୍ଡା, ମନୋରଞ୍ଜନ ଦାସ, ମୋହରିର ସଂଘର ସମ୍ପାଦକ ରାମଚନ୍ଦ୍ର ନାୟକ ପ୍ରମୁଖ ଶତାଧିକ ଆଇନଜୀବୀ ଉପସ୍ଥିତ ରହି ନିଜ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Home ଜିଲ୍ଲା ପରିକ୍ରମା ଦୁର୍ବଳ ଅର୍ଥନୀତିକୁ ବିଶ୍ୱର ସର୍ବଶ୍ରେଷ୍ଟ ଅର୍ଥନୀତି ଆଡକୁ ଆଗେଇ ନେଇଥିବା ଅର୍ଥମନ୍ତ୍ରୀ ହିଁ ୰ ଡ଼ଃ....