Home ଜିଲ୍ଲା ପରିକ୍ରମା ଦୁର୍ଘଟଣାରେ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଗୁରୁତର

ଦୁର୍ଘଟଣାରେ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଗୁରୁତର

186

ବାହାନଗା, ୧ା୬( ଭାରତୀ ଦାସ / ଓଡ଼ିଆପୁଅ ) : ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଖନ୍ତାପଡ଼ା ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣାରେ ବାହାନଗା ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀନିବାସ ପ୍ରଧାନ ଗୁରୁତର ହୋଇ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ସକାଳେ ଶ୍ରୀ ପ୍ରଧାନ ନିଜ ଘର କୁରୁଡ଼ାରୁ ଏକ ବାଇକ ଯୋଗେ ବାହାନଗା ବ୍ଲକର ବିଭିନ୍ନ କ୍ୱାରେଣ୍ଟାଇନ ସେଣ୍ଟର ସୁପରଭିଜନ ପାଇଁ ବାହାରି ଥିଲେ । ଖନ୍ତାପଡ଼ା ପେଟ୍ରୋଲପମ୍ପ ନିକଟରେ ଏକ କୁକୁର ସାମ୍ନାକୁ ଚାଲିଆସି ଗାଡ଼ି ସହ ଧକ୍କା ହେବାରୁ ସେଠାରେ ସେ ପଡ଼ି ଯାଇଥିଲେ । ପଥଚାରୀ ମାନେ ସଙ୍ଗେସଙ୍ଗେ ତାଙ୍କୁ ପ୍ରଥମେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ସଦର ହସପିଟାଲ ପରେ ଭୂବନେଶ୍ୱର କୌଣସି ହସପିଟାଲକୁ ଚିକିତ୍ସା ପାଇଁ ନେଇଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.