Home ଜିଲ୍ଲା ପରିକ୍ରମା ଦୁର୍ଘଟଣାରେ ବୁଲେଟ ଆରୋହୀ ମୃତ, ଜଣେ ଆହତ

ଦୁର୍ଘଟଣାରେ ବୁଲେଟ ଆରୋହୀ ମୃତ, ଜଣେ ଆହତ

22

ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମରା- ବାସୁଦେବପୁର ରାସ୍ତାର ନନ୍ଦପଟଣା ଛକରେ ଘଟିଛି ଅଘଟଣ। ଘରୋଇ ସ୍କୁଲ ବସ ସହ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକଙ୍କ ନାମ ଲାଲ ମୋହନ ସାମନ୍ତ(୨୨) ବୋଲି ଜଣାଯାଇଛି । ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାକୁ ଆସିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଧାମରା ଥାନା କୃଷ୍ଣ ପ୍ରସାଦ ଗାଁର ଲାଲ ମୋହନଙ୍କ ଘର ବୋଲି ସୂଚନା ମିଳିଛି। ଏହି ଘଟଣାରେ ସ୍ଥାନୀୟ ପୁଲିସ୍ ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.