Home ଓଡ଼ିଶା ଦୁର୍ଘଟଣାରେ ଦୁଇ ମୃତ

ଦୁର୍ଘଟଣାରେ ଦୁଇ ମୃତ

371

ବାରିପଦା ୯-୧୨ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ଜଙ୍ଗଲ ରାସ୍ତାରେ ବିଳମ୍ବିତ ରାତ୍ରିରେ ଦୁର୍ଘଟଣା ଘଟି ଦୁଇ ମୃତ। ମିଳୁଥିବା ସୂଚନା ଅନୁଯାୟୀ ଇଟାମୁଣ୍ଡିଆ ଗ୍ରାମର ଗୌତମ ମହାନ୍ତ ଓ ଅଜିତ ମହାନ୍ତ ହାତିକୋଟ ଗ୍ରାମକୁ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ତେବେ ରାତ୍ରି ପାଖାପାଖି ୧୨ ଟା ସମୟରେ ଘରକୁ ଫେରୁଥିବା ସମୟରେ ତାଙ୍କର ଦୁର୍ଘଟଣା ଘଟିଥିଲା। ଉକ୍ତ ଦୁର୍ଘଟଣା ପରେ ପଛପଟୁ ଆସୁଥିବା ଅନ୍ୟ ସାଙ୍ଗମାନେ ୧୦୮ ଆମ୍ବୁଲାନ୍ସ ଦ୍ୱାରା ପିଆରଏମ ମେଡିକାଲକୁ ଆଣିଥିଲେ। ତେବେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.