Home Top News ଦୁର୍ଘଟଣାରେ ଚାଳକ, ହେଲପର ମୃତ

ଦୁର୍ଘଟଣାରେ ଚାଳକ, ହେଲପର ମୃତ

134

ଭଦ୍ରକ, ୨୯/୫(ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ)୧୬ନଂ.ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ପାଳଦା ବାଙ୍କ ନିକଟରେ ଦିବା ୨ ଘଟିକା ସମୟରେ ଏକ ପାଇପ ବୋଝେଇ ବାର ଚକିଆ ଆନ୍ଧ୍ର ଟ୍ରକ ଗାଡ଼ି ନଂ ଏପି-୦୪ ଟିୟୁ-୨୪୩୭ ବାଲେଶ୍ବର ପଟୁ କଟକ ଆଡ଼କୁ ଦ୍ରୁତ ଗତିରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଭଣ୍ଡାରିପୋଖରୀ ପାଳଦା ବାଙ୍କ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଗାଡ଼ିଟି ଓଲଟି ପଡିବାରୁ ବୋଝେଇ ହୋଇଥିବା ପାଇପ ଗୁଡ଼ିକ ଗାଡ଼ି ଚାଳକ ଓ ହେଲପରଙ୍କ ଉପରେ ଲଦି ହୋଇ ପଡିବାରୁ ସେମାନେ ଗାଡି ଭିତରୁ ବାହାରି ପାରିନଥିଲେ।ସ୍ଥାନୀୟ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଭଣ୍ଡାରି ପୋଖରୀ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ଜେସିବି ଓ ଗ୍ୟାସ କଟର ସହାୟତାରେ ଚାଳକ ଓ ହେଲପରଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।ଭଣ୍ଡାରିପୋଖରୀ ପୋଲିସ ଏଥିନେଇ ଏକ ମାମଲା ରୁଜୁ କରିଛି। ଟ୍ରକର ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ରୁ ସେମାନଙ୍କ ପରିଚୟ ଜଣାପଡିନାହିଁ। ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ଏଥିନେଇ ମାମଲା ରୁଜୁ ହୋଇ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.