Home ଜିଲ୍ଲା ପରିକ୍ରମା ଦୁର୍ଗାପୂଜା ନେଇ କଟକଣା ଜାରି, ଏଥର ସାଧାରଣ ଦର୍ଶନ ମନା

ଦୁର୍ଗାପୂଜା ନେଇ କଟକଣା ଜାରି, ଏଥର ସାଧାରଣ ଦର୍ଶନ ମନା

313

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୁର୍ଗାପୂଜା ପାଳନ ନେଇ ଜିଲା ପ୍ରଶାସନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ଗତ ୦୧.୧୦ ର ନିର୍ଦ୍ଦେଶ ନାମା (ନମ୍ବର ୫୬୨୭/ଆରଏଣ୍ଡଡିଏମ୍‌) ଅନୁଯାୟୀ ସାମାଜିକ, ରାଜୈନତିକ, କ୍ରୀଡା, ସଂସ୍କୃତି, ମନୋରଂଜନ କାର୍ଯ୍ୟକ୍ରମ, ଧର୍ମସଭା ଗୁଡିକ ଉପରେ ରୋକ ଲଗାଯାଇଛି । କୋଡିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ସବୁ କାର୍ଯ୍ୟକ୍ରମ ଆସନ୍ତା ୩୧.୧୦.୨୦ ରିଖ ପର୍ଯ୍ୟନ୍ତ ହୋଇପାରିବ ନାହିଁ । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଗତ ୧୦.୦୯.୨୦ ରିଖରେ ତାଙ୍କ ନିର୍ଦ୍ଦେଶନାମା ନମ୍ବର ୫୩୧୫/ଆରଏଣ୍ଡଡିଏମ୍‌ରେ ମୁଖ୍ୟ ଶାସନ ସଚିବ ସ୍ୱତନ୍ତ୍ର ବ୍ୟବସ୍ଥାରେ ଦୁର୍ଗାପୂଜା ପାଳନ ନେଇ ଅନୁମତି ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ ଭିତ୍ତି କରି ଜିଲା ପ୍ରଶାସନ ପକ୍ଷରୁ ଜିଲାରେ ଦୁର୍ଗାପୂଜା ପାଳନ ନେଇ ସାଧାରଣ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଏକ ଗାଇଡ୍‌ଲାଇନ୍ ଜାରି କରିଛନ୍ତି । ଦୁର୍ଗାପୂଜା ପୂର୍ବଭଳି ଖୋଲାଖୋଲି ଭାବେ ମଣ୍ଡପରେ ପାଳନ ନକରି ଘରୋଇ ଭାବେ ନିରାଡମ୍ବର ସହକାରେ ପାଳନ କରାଯିବ । ବାହାର ଲୋକ ମୂର୍ତ୍ତିକୁ ଦର୍ଶନ କରିପାରିବେ ନାହିଁ । ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ମଧ୍ୟରେ ସୀମିତ ରହିବ । ମଣ୍ଡପର ତିନିପାଖକୁ ଆବଦ୍ଧ କରି ରଖିବା ସହ ମଣ୍ଡପରେ ୭ ଜଣରୁ ଅଧିକ ଲୋକ ରହିପାରିବେ ନାହିଁ । ପୂଜକ ପୂଜା କମିଟି ପରିଚାଳକ ଓ କମିଟିର ସଦସ୍ୟ ମୋଟ ୭ ଜଣ ମା’ଙ୍କ ନୀତିକାନ୍ତିରେ ଅଂଶଗ୍ରହଣ କରିବେ । କୋଭିଡ୍ କଟକଣାକୁ ମାନି ସାମାଜିକ ଦୂରତା ବଜାୟ ରଖିବା ସହ ମୁହଁରେ ମାସ୍କ ପିନ୍ଧିବେ ଓ ପୂଜା ମଣ୍ଡପର ଚତୁଃପାଶ୍ୱର୍ର ପରିମଳ ବ୍ୟବସ୍ଥାକୁ ପ୍ରଚ୍ଛ ଓ ସୁସ୍ଥ ରଖିବେ । ଏହାବ୍ୟତୀତ ପୂଜା ମଣ୍ଡପ ଗୁଡିକରେ ଅପେରା, ମେଲୋଡି କିମ୍ବା ଅନ୍ୟ କୌଣସି ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇପାରିବ ନାହିଁ । ପୂଜା କମିଟି ଗୁଡିକ ଉପଜିଲ୍ଲାପାଳଙ୍କ ଠାରୁ ପୂଜା ଓ ଧର୍ମ ସଭା କରିବା ପାଇଁ ଅନୁମତି ନେବାକୁ ପଡିବ । ଏହାବ୍ୟତୀତୀ ପୂଜା କମିଟିର ସଭାପତି କିମ୍ବା ସଂପାଦକମାନେ ମଣ୍ଡପରେ ସିଟି ସିଭି ଭିତରେ ଓ ବାହାରେ ଲଗାଇବାକୁ ପଡିବ । ମା’ଙ୍କ ବିସର୍ଜନ ଶୋଭାଯାତ୍ରା ହେବ ନାହିଁ । ମୂର୍ତ୍ତି ଗୁଡିକ ସ୍ଥାନୀୟ ପ୍ରଶାସନ ଦ୍ୱାରା ନିର୍ମିତ କୃତ୍ରିମ ପୋଖରୀରେ ବିସର୍ଜନ କରାଯିବ । ବିସର୍ଜନ ସମୟରେ ଶୋଭାଯାତ୍ରା ହେବ ନାହିଁ ବାଜା ବାଜଣା ବାଜିବ ନାହିଁ । ୭ ଜଣଙ୍କ ମଧ୍ୟରେ ବିସର୍ଜନ ଶୋଭାଯାତ୍ରା ସୀମିତ ରହିବ । ଏହି ନିର୍ଦ୍ଦେଶଡନାମା ଗୁଡିକର ଉଲ୍ଲଂଘନ ହେଲେ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଆକ୍ଟ ୨୦୦୫, ଏପିଡେମିକ ଡିଜିଜ୍ ଆକ୍ଟ ୧୯୮୭ ବ୍ୟତୀତ ଆଇନ୍ ସମ୍ମତ ଧାରା ୧୮୮ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.