Home ଜିଲ୍ଲା ପରିକ୍ରମା ଦୁର୍ଗାପୂଜା ଚାନ୍ଦା ମାଗି ଯୁବକ ଗିରଫ

ଦୁର୍ଗାପୂଜା ଚାନ୍ଦା ମାଗି ଯୁବକ ଗିରଫ

80

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୁର୍ଗାପୂଜା ପାଇଁ ଜୋର ଜବରଦସ୍ତ ଜଣେ ବ୍ୟକ୍ତିଙ୍କୁ ଚାନ୍ଦା ମାଗି ୨ ହଜାର ଟଙ୍କା ନେବା ଅଭିଯୋଗରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ଜଣେ ଯୁବକକୁ ଗିରଫ କରିଛି । ଏ ସଂପର୍କରେ ମିଳିଥିବା ତଥ୍ୟ ମୂଳେ ଲକ୍ଷ୍ମୀନାରାୟଣ ଜେନା ନାମକ ଜଣେ ବ୍ୟକ୍ତିଙ୍କୁ ଜୋର ଜବରଦସ୍ତ ଦୁର୍ଗାପୂଜା ପାଇଁ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଗେଲପୁର ଗ୍ରାମର ବାବୁଲି ନାୟକଙ୍କ ପୁତ୍ର ରଶ୍ମିରଂଜନ (୨୫) ଜୋର ଜବରଦସ୍ତ ଦୁର୍ଗାପୂଜା ବାବାଜ ୨ ହଜାର ଟଙ୍କା ଚାନ୍ଦା ନେଇଥିଲେ । ଏ ସଂପର୍କରେ ଲକ୍ଷ୍ମୀନାରାୟଣଙ୍କ ଅଭିଯୋଗ ମୂଳେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍ ରଶ୍ମିରଂଜନକୁ ଗିରଫ କରିବା ସହ ତା ନିକଟରୁ ୨ ହଜାର ଟଙ୍କା ଓ ତାର ମୋଟର ସାଇକେଲ୍‌ଟିକୁ ଜବତ କରିଛନ୍ତି । ଆଜି ଥାନା କେଶ୍ ନଂ ୬୦୩/୨୦, ଦଫା ୩୮୬ ମୂଳେ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.