Home କୋରାପୁଟ ଦୁର୍ଗମ ଅଞ୍ଚଳ ପୂରୀମୁଣ୍ଡା ଗ୍ରାମରେ ତରଙ୍ଗ ତରଫରୁ କମ୍ବଳ ଓ ଫୁଟବଲ ପ୍ରଦାନ

ଦୁର୍ଗମ ଅଞ୍ଚଳ ପୂରୀମୁଣ୍ଡା ଗ୍ରାମରେ ତରଙ୍ଗ ତରଫରୁ କମ୍ବଳ ଓ ଫୁଟବଲ ପ୍ରଦାନ

83

କୋରାପୁଟ ; ତା୨୪-୦୯-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ସୁନାବେଡାସ୍ଥିତ ତରଙ୍ଗ ଅନୁଷ୍ଠାନ ତରଫରୁ ଦୁର୍ଗମଅଂଚଳ ପୂରୀମୁଣ୍ଡା ଗ୍ରାମର ବାସିନ୍ଦାଙ୍କୁ କମ୍ବଳ ଓ ଫୁଟବଲ ପ୍ରଦାନ କରିବା ସହ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ଗ୍ରାମର ସ୍ୱଛତା, ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ନେଇ ଯୁବକମାନଙ୍କ ଦାୟିତ୍ୱ ଉପରେ ଗୋବିନ୍ଦ ପାଢୀ, ବାଲାଜୀ ପଟନାୟକ ଓ ସୁଧିର ନାୟକ ଆଲୋକପାତ କରିଥିଲେ।ନାରୀମାନଙ୍କ ସମାଜରେ ଦାୟିତ୍ୱବୋଧକୁ ନେଇ ସୁଜାତା ପଟନାୟକ, ନିରୂପମା ପଟନାୟକ ଅନିତା ଓଝା, ଗୀତାଞଳୀ ପାଢୀ ଓ ପଦ୍ମିନୀ ପଟନାୟକ ଉପସ୍ଥିତ ମହିଳାମାନଙ୍କୁ ସଚେତନ କରାଇଥିଲେ।ସୂର୍ଯ୍ୟପ୍ରକାଶ ପଟନାୟକ, ଭୁବନେଶ୍ୱର ପଟନାୟକ, କନ୍ଧ ମହାରଣାଙ୍କ ତତ୍ୱବଧାନରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ରମେଶ ପଣ୍ଡା, ନବିନ କୁମାର ଓ ଚିନ୍ତାମଣି ପୁଷ୍ଟି ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.