Home କେନ୍ଦୁଝର ଦୁରାରୋଗ୍ୟରେ ପିଡିତ ନିମାଇଁ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଦୁରାରୋଗ୍ୟରେ ପିଡିତ ନିମାଇଁ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

26

ହାଟଡ଼ିହି, ୧୧ /୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ତରତର ପଞ୍ଚାୟତ ମହ୍ଲାରପଦା ଡଙ୍କିଆ ସାହି ଗ୍ରାମର ନିମାଇଁ ପାତ୍ର(୭୦) ନାମକ ଜଣେ ବୃଦ୍ଧ ଦୁରାରୋଗ୍ୟରେ ପିଡିତ ହୋଇ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି । ସେ ଜଣେ ଗରିବ ଖଟିଖିଆ ପରିବାରର । ଘରେ୬ପରାଣି କୁଟୁମ୍ବ ଥିବାବେଳେ ତାଙ୍କର ଜମିବାଡି କିଛି ନାହିଁ । ନିମାଇଁ ମୁଲ ମଜୁରୀ ଲାଗି ଯାହା ପାଆନ୍ତି ସେଥିରେ ପରିବାରଟି ଦୁଃଖକଷ୍ଟରେ ଚଳିଯାଏ । କିନ୍ତୁ ଗତ ଦୁଇବର୍ଷ ତଳେ ଗୋଡରେ ଏକ କଣ୍ଟା ମାଡିଦେବାରୁ ତାଙ୍କର ଚଲାବୁଲା ବନ୍ଦ ହୋଇଯାଇଥିଲା । ଏପରିକି ପାଦଟି ଫୁଲିଯିବା ସହ କ୍ଷତ ସ୍ଥାନଟି ପାଚିବା ଆରମ୍ଭ କରିଥିଲା । ପରିବାର ଲୋକେ ତାଙ୍କୁ ତରତରା ଡାକ୍ତରଖାନା ଓ ପରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇଥିଲେ । କିନ୍ତୁ ଗୋଡଟି ଦିନକୁ ଦିନ ଅଧିକ ଯନ୍ତ୍ରଣା ଦେଉଥିବାବେଳେ ବିଚରା ଭାଗ୍ୟକୁ ଆଦରି ଘରେ ପଡିରହିଛନ୍ତି । ଡାକ୍ତରଖାନା ନେବାପାଇଁ ଘରେ କୌଣସି ସମ୍ବଳ ନଥିବାରୁ ପରିବାର ଲୋକେ ଅଧିକ ଚିକିତ୍ସା କରାଇପାରୁ ନାହାନ୍ତି । ତେଣୁ କୌଣସି ସ୍ୱେଚ୍ଛାସେବୀ ସଂସ୍ଥା କିମ୍ବା ସରକାରୀ ସହାୟତା ଯେଗାଇଦେଲେ ନିମାଇଁ ଭଲ ହୋଇପାରନ୍ତା ବୋଲି ଗ୍ରାମବାସୀମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.