Home କେନ୍ଦୁଝର ଦୁଡୁଗାଁ ଗ୍ରାମରୁ ବିପୁଳ ପରିମାଣର ମଦ ଜବଦ, ଜଣେ ଗିରଫ

ଦୁଡୁଗାଁ ଗ୍ରାମରୁ ବିପୁଳ ପରିମାଣର ମଦ ଜବଦ, ଜଣେ ଗିରଫ

62

ହାଟଡ଼ିହି, ୨୩ ।୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ନନ୍ଦିପଦା ଥାନା ଅôଦନସ୍ଥ ସମଣା ପଞ୍ଚାୟତର ଦୁଡୁଗାଁ ଗ୍ରାମରୁ ଗତକାଲି ଅବକାରୀ ବିଭାଗ ବିପୁଳ ପରିମାଣର ଦେଶି ଓ ବିଦେଶୀ ମଦ ଜବଦ କରିବା ସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ଖବରରୁ ଜଣାଯାିଛି ଯେ ସମଣା ପଞ୍ଚାୟତର ସମଣା, ଦୁଡୁଗାଁ ଗ୍ରାମରେ ବ୍ୟାପକ ଚୋରା ମଦ କାରବାର ହେଉଥିବା ଅଭିଯୋଗ ହୋଇ ଆସୁଛି । ସମଣା ପଞ୍ଚାୟତର ସ୍କୁଲ ନିକଟରେ ଜଣେ ବ୍ୟକ୍ତି ଖୁଲାମଖୁଲା ଦିନରାତି ମଦ ବ୍ୟବସାୟ କରୁଥିବାବେଳେ ବୈତରଣୀ ନଦୀ କୁଳରେ ଜଣେ ବ୍ୟକ୍ତି ଚୋରା ମଦ କାରବାର କରୁଛନ୍ତି । ସେହିପରି ଦୁଡୁଗାଁ ଗ୍ରାମର ନିତ୍ୟାନନ୍ଦ ବେହେରା ନାମକ ଜଣେ ବ୍ୟକ୍ତି ଏକ ଚୋରା ମଦ କାଉଣ୍ଟର ଖୋଲି ଦିନରାତି ଶହଶହ ବୋତଲ ବିଦେଶୀ ଓ ଦେଶୀମଦ ବିକ୍ରୀ କରିଥାନ୍ତି । ସେଠାରେ ଦେଶୀ ଠାରୁ ବିଦେଶୀ ମଦ ପ୍ରଚୁର ପରିମାଣର ବିକ୍ରୀ ହେଉଛି । ଫଳରେ ସେଠାରେ ଦିନରାତି ମଦୁଆଙ୍କ ଭିଡ ଜମୁଛି । ଅନେକ ଅସାମାଜିକ ଲୋକ ଏକଯୁଟ ହେଉଥିବାରୁ ଅନେକ ସମୟରେ ଆଇନି ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି । ଗାଁ ଗହଳିର ଯୁବକମାନେ ବିପଥଗାମୀ ହୋଇ ପଡୁଛନ୍ତି । ଏନେଇ ଅଭିଯୋଗ ହେବାପରେ ଗତକାଲି ସନ୍ଧ୍ୟାରେ ଆନନ୍ଦପୁର ଅବକାରୀ ବିଭାଗ ପକ୍ଷରୁ ନିତ୍ୟାନନ୍ଦଙ୍କ ଘରେ ଚଢ଼ାଉ କରାଯାଇ ୧୮.୭୨ ଲିଟର ବିଦେଶୀ ମଦ (୧୮୦ମିଲି ବୋତଲ) ୧୧.୭ଲିଟର ବିୟର, ୨୨ଲିଟର ମହୁଲି ଜବଦ କରାଯିବା ସହ ନିତ୍ୟାନନ୍ଦଙ୍କୁ ଗିରଫ କରାଯାଇଥିଲା । ଅବକାରୀ ଇନସପେକ୍ଟର ପ୍ରଫୁଲ କୁମାର ମହାନ୍ତ, ଏସଆଇ ନରେନ୍ଦ୍ର କୁମାର ପ୍ରଧାନ, ଜନର୍ଦ୍ଦନ ପଲେଇ, ପ୍ରଶାନ୍ତ କୁମାର ପରିହା, ସୁଶାନ୍ତ କୁମାର ରାଉତ, ସଞ୍ଜିବ କୁମାର ସେଠୀ, ନିବେଦିତା ମାଝୀ ପ୍ରମୁଖ ଏହି ଚଢ଼ାଉରେ ସାମିଲ ଥିଲେ । କିନ୍ତୁ ସମଣାରେ ଚଢ଼ାଉ କରାଯାଇ ନଥିବାରୁ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ସମଣାର ଦୁଇଟି ସ୍ଥାନକୁ ଅବକାରୀ ବିଭାଗ ଧଓ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମଣା ଗ୍ରାମବାସୀ ଦନାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.