ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଟାପୋଲ ଠାରୁ କୁରିଗାଁ ଗ୍ରାମ୍ୟ ଉନ୍ନୟନ ରାସ୍ତା ଆଜି ସମ୍ପୂର୍ଣ ଗମନାଗମନ ଅନୁପ ଯୋଗୀ ହୋଇଅଛି। କଂଟି ଗାଁ ପୂର୍ବରୁ ରାସ୍ତାର ଏହି ଅଂଶ ଦୁଇ ଫାଳ ହୋଇ ତିରିଶ ମିଟର ଅଂଶଦବି ଗଳି ପଡ଼ିଅଛି। କେବଳ ଦୁଇ ଚକିଆ ଯାନ ଗଲା ଭଳି ରାସ୍ତା ରହିଅଛି। ଏହି ଅବସ୍ଥା ପାଇଁ ଆଜି ରାସ୍ତାଟିରେ କେତେକ ଚାରୀ ଚକିଆ ଯାନ ଫସି ରହିଥିଲା। ସ୍ଥାନୀୟ ଲୋକ ବସନ୍ତ ରାଉତ, ମୁନା ରାଉତଙ୍କ ନେତୃତ୍ୱତରେ ଗ୍ରାମ୍ୟ ଉନ୍ନୟନ ଭଣ୍ଡାରିପୋଖରୀ କାର୍ଯାଳୟରେ ଏସଡିଓ ରଞ୍ଜନ କୁମାର ନାୟକଙ୍କୁ ଭେଟିବାକୁ ଯାଇ ଦିନ ଆଠ ଟାରୁ ଏଗାର ଟା ପର୍ଯ୍ୟନ୍ତ ଅପେକ୍ଷା କରି ମରାମତି ଓ ସାଇଡ ୱାଲ ନିର୍ମାଣ ପାଇଁ ଯୁଧ୍ୟ କାଳୀନ ଭିତିରେ ମରାମତି କରିବାକୁ ଜଣାଇବାକୁ ଯାଇ ଥିବାବେଳେ ଅଧିକାରୀ ଆସିନଥିଲେ କି ଫୋନ ଉଠାଇନଥିବା କ୍ଷୋଭର ସହ ଜଣାଇ ଥିଲେ। ଶ୍ରୀନାୟକଙ୍କୁ ସମାଜ ତରଫରୁ ଯୋଗାଯୋଗ ଉଦ୍ୟମ କରାଯାଇ ଥିବା ବେଳେ ସେ ଧାମ ନଗରର ଅତିରିକ୍ତ ଦାୟିତ୍ୱରେ ଥିବାରୁ ସପ୍ତାହକୁ ମାତ୍ର ଦୁଇ ଥର ଆସୁଥିବା ଜଣାଯାଇ ଥିଲେ।







