Home ଜିଲ୍ଲା ପରିକ୍ରମା ଦୁଇ ବିଦ୍ୟାଳୟରେ ବାର୍ଷିକ କ୍ରୀଡା

ଦୁଇ ବିଦ୍ୟାଳୟରେ ବାର୍ଷିକ କ୍ରୀଡା

4

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାରିଗାଁ ପଚାଂୟତ ଚକ୍ରାପାଢୀ ସରକାରୀ ଉ.ପ୍ରା ବିଦ୍ୟାଳୟରେ ୨ ଦିନ ବ୍ୟାପି ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ କବିତା ପାଣିଗ୍ରାହୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବନ୍ତ ସହଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥୀ ପାତ୍ର ,ସମ୍ମାନିତ ଅତିଥି ଭାବେ ଚାରିଗାଁ ସମିତିସଭ୍ୟ ଧରଣୀଧର କର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୃତ୍ୟୁଞ୍ଜୟ କୁଣ୍ଡୁ , ପୂର୍ବତନ ସରପଚଂ ବନମାଳୀ ବେହେରା, ପଚଂସଖା ଶିକ୍ଷା ସେତୁର ସଭାପତି ଜୟଦେବ ସାହୁ,ବରିଷ୍ଠ ନାଗରିକ ପର୍ଶୁରାମ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡାର ଉପଦେୟତା ବିଷୟରେ ମତବ୍ୟକ୍ତ କରିଥିଲେ । ଅନୁଷ୍ଠିତ କ୍ରୀଡା ଉତ୍ସବରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ, ସଭ୍ୟା, ଶିକ୍ଷକ ପ୍ରଫୁଲ୍ଲ କୁମାର ନାୟକ, ପ୍ରଫୁଲ୍ଲ କୁମାର ବିଶ୍ୱାଳ, ବିଜୟ କୁମାର ଦାସ, ବିଶ୍ୱନାଥ ଜେନା, ବୃନ୍ଦାବନ ଜେନା, ନିରୁପମା ଦାଶ ପ୍ରମୁଖ ପରିଚାଳନା କରିଥିଲେ । ସେହିପରି ଭଦ୍ରକ ଜିଲ୍ଲା ଆଗରପଡା କୃଷ୍ଣଚରଣ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୩ ଦିନ ବ୍ୟାପି ଏହି କ୍ରୀଡା ଉତ୍ସବରେ ଛାତ୍ର ମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା କରାଯାଇଥିଲା । ଆୟୋଜିତ ସଭାକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ କୁମାର ଜେନା ଅଧ୍ୟକ୍ଷତା କରିଥିଲେ । ଏଥିରେ ପଚଂସଖା ଶିକ୍ଷାସେତୁୁ ସଭାପତି ପ୍ରଶାନ୍ତ କୁମାର ଦାଶ, ପୁରୁଷଣ୍ଢ ସରପଚଂ ପ୍ରକାଶ ବିଶ୍ୱାଳ, ଏଏମସି ସଭାପତି ସନ୍ତୋଷ ସାହୁ, ସାଧନକେନ୍ଦ୍ର ସଂଯୋଜକ ନିରଞ୍ଜନ ଖିଲାର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶରୀରକୁ ସୁସ୍ଥ ସବଳ ରଖିବା ନେଇ କ୍ରୀଡାର ଆବଶ୍ୟକତା ଉପରେ କହିଥିଲେ । ଶିକ୍ଷକ ଅଶୋକ କୁମାର ଖିଲାର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ରଖିଥିଲେ । କ୍ରୀଡା ଶିକ୍ଷକ ସୁବୋଧ କୁମାର ପାତ୍ରଙ୍କ ତତ୍ୱାବଧାନରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.