Home କେନ୍ଦୁଝର ଦୁଇ ବାଲିବୋଝେଇ ଟ୍ରାକ୍ଟର ଜବଦ

ଦୁଇ ବାଲିବୋଝେଇ ଟ୍ରାକ୍ଟର ଜବଦ

37

ହାଟଡ଼ିହି, ୧୧/ ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ଦୁଇଟି ବାଲିବୋଝେଇ ଟ୍ରାକ୍ଟର ଜବଦ କରାଯାଇଥିବା ଜଣାଯାଇଛି । ତହସିଲଦାର ଦିଲ୍ଲିପ କୁମାର ସାହୁ ଆଜି ଅଣା ସମଣା ରାସ୍ତାରେ ଯାଉଥିବା ସମୟରେ ଦୁଇଟି ବାଲିବୋଝେଇ ଟ୍ରାକ୍ଟରକୁ ଅଟକ ରଖି କାଗଜ ପତ୍ର ମାଗିବାରୁ ଟ୍ରାକ୍ଟର ଚାଳକ କିଛି ଦେଖାଇ ପାରିନଥିଲେ । ଫଳରେ ଦୁଇଟି ଯାକ ଟ୍ରାକ୍ଟରକୁ ଜବଦ କରିବା ସହିତ ସେମାନଙ୍କଠାରୁ ୨୫ହଜାର ୪ଶହ ଟଙ୍କା ଜୋରିମାନା ଆଦାୟ କରିଥିବା ତହସିଲଦାର ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.