Home ଜିଲ୍ଲା ପରିକ୍ରମା ଦୁଇ ବାଇକ ମୁହାଁମୁହିଁ ଧକ୍କା, ୨ ଗୁରୁତର

ଦୁଇ ବାଇକ ମୁହାଁମୁହିଁ ଧକ୍କା, ୨ ଗୁରୁତର

3

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଞ୍ଜୁରୀରୋଡ ନିକଟସ୍ଥ ରାଜେନ୍ଦ୍ରପୁର ଛକ ଠାରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଦୁଇଜଣ ଯୁବକ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଆଜି ଦିନ ପ୍ରାୟ ୩.୩୦ ମିନିଟ ସମୟରେ ସ୍ଥାନୀୟ ସାରୋ ଗ୍ରାମର ଯୁବକ ଅଭିମନ୍ୟୁ ପାତ୍ର (୩୬) ଓ ଥଇଳା ଗ୍ରାମର ପ୍ରଦୀପ ବାରିକ (୩୨) ଦୁଇଟି ବାଇକରେ ଯାଉଥିବା ବେଳେ ରାଜେନ୍ଦ୍ରପୁର ଛକ ନିକଟ ବାଙ୍କରେ ସେମାନଙ୍କ ମଧ୍ୟରେମୁହାଁମୁହିଁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଗ୍ରାମର ସାଇ ଶୁଭ୍ରମନ୍ୟୁ ରାଉତ ଓ ତାଙ୍କର ସହଯୋଗୀ ନାରାୟଣ ବାରିକ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ଗୁରୁତର ଅଭିମନ୍ୟୁଙ୍କୁ ଅଧିକ ଚିକିତ୍ସା ପାଇଁ ଯାଜପୁର ମେଡିକାଲକୁ ନେଇଥିବା ସୂଚନା ମିଳିଛି। ଏନେଇ ପୁଲିସ ନିକଟରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.