Home ଜିଲ୍ଲା ପରିକ୍ରମା ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ, ଜୀବନରୁ ମାରିବାକୁ ଧମକ, ଥାନାରେ ଏତଲା

ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ, ଜୀବନରୁ ମାରିବାକୁ ଧମକ, ଥାନାରେ ଏତଲା

6

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କିନ୍ନରଙ୍କ ବିରୋଧରେ ନିର୍ଯାତନାର ଅଭିଯୋଗ ଆଣିବା ସହ ଥାନାରେ ଏତଲା ଦେଲେ ଅନ୍ୟ ଏକ କିନ୍ନର ଗୋଷ୍ଠୀ। ଭଦ୍ରକ ସହରରେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ଏହା ସହ ଜୀବନରୁ ମାରିବାକୁ ଧମକ ଦେଉଥିବା ନେଇ ଭଦ୍ରକ ସହରାଂଚଳ ଥାନାରେ ଅଭିଯୋଗ କରିଛନ୍ତି ଏକ କିନ୍ନର ଗୋଷ୍ଠୀ । ଅଭିଯୋଗ ଅନୁଯାୟୀ ଭଦ୍ରକ ସହରାଂଚଳ ଥାନା ଅଧୀନ ଚରମ୍ପା ଡଗରାସାହି ଠାରେ କିନ୍ନର ସଞ୍ଜନା ଶାସମଲ ଓ ତାଙ୍କ ସହଯୋଗୀଙ୍କୁ ଅନ୍ୟ ଏକ କିନ୍ନର ଗୋଷ୍ଠୀର ମୁଖିଆଙ୍କ ପ୍ରରୋଚନାରେ କିଛି କିନ୍ନର ଅତର୍କିତ ଭାବେ ଆକ୍ରମଣ କରିଥଲେ । ସଞ୍ଜନା ଶାସମଲଙ୍କୁ ସହଯୋଗୀମାନେ ଆହତ ହୋଇ କିଛି ଉପାୟ ନପାଇ ଭୟରେ ଲୁଚି ରହିଥିଲେ। ଏହି ଘଟଣାକୁ ନେଇ ଶତାଧିକ କିନ୍ନର ଭଦ୍ରକ ସହରାଂଚଳ ଥାନାରେ ଆସି ଅଭିଯୋଗ କରିଛନ୍ତି।ତେବେ ଏଭଳି ଘଟଣା ଜନୈକ କିନ୍ନରଙ୍କ ନିର୍ଦ୍ଦେଶରେ ହେଉଛି ବୋଲି ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ ଅନେକ ବାର ସମ୍ପୃକ୍ତ କିନ୍ନର କିଛି ଭଡାଟିଆ କିନ୍ନରଙ୍କ ସହାୟତାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଆଉ ଏବେ ମଧ୍ୟ ପୁନର୍ବାର ସେ ତାହାକୁ ଦୋହରାଇଛନ୍ତି । ତେଣୁ ଜୀବନ ପ୍ରତି ବିପଦ ଦର୍ଶାଇ ଟାଉନ ଥାନାରେ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି ସଞ୍ଜନା ଓ ତାଙ୍କ ସହଯୋଗୀ। ଅଭିଯୋଗକୁ ନେଇ ଅପରପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.