Home ଜିଲ୍ଲା ପରିକ୍ରମା ଦୁଇ ଅତିରିକ୍ତ ଜିଲାପାଳଙ୍କ ସ୍ୱାଗତ ଓ ବିଦାୟ କାଳୀନ ସମ୍ବର୍ଦ୍ଧନା

ଦୁଇ ଅତିରିକ୍ତ ଜିଲାପାଳଙ୍କ ସ୍ୱାଗତ ଓ ବିଦାୟ କାଳୀନ ସମ୍ବର୍ଦ୍ଧନା

20

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲା ର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସଦଭାବନା ଗୃହ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଦାୟକାଳୀନ ସଭା ଶାନ୍ତନୁ ମହାନ୍ତି ,ଅତିରିକ୍ତ ଜିଲ୍ଲ।ପାଳ ଙ୍କ ପାଇଁ ଓ ସ୍ୱାଗତ କାଳୀନ ସଭା ନୂତନ ଭାବେ ଯୋଗ ଦାନ କରିଥିବା ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଆୟୋଜନ କରାଯାଇଥିଲା । ଜିଲାପାଳ ଷ୍ଟାଫ୍ କମିଟି ଏହି ସଭା କୁ ଅ।ୟୋଜନ କରିଥିଲା।ବିଦାୟୀ ଅତିରିକ୍ତ ଜିଲ୍ଲାପାଳଙ୍କ ୩ ବର୍ଷ ୨ମାସର କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ସମସ୍ତ କର୍ମଚାରୀ ମଧ୍ୟରେ ଏକ ସ୍ୱତନ୍ତ୍ର ଛାପ ରଖି ଯାଇଛନ୍ତି। ଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି ଙ୍କ ସହ କାର୍ଯ୍ୟ କରିବାର ଅନୁଭୂତି ବଖାଣି ଥିଲେ। ସେହିପରି ସମସ୍ତ ଅଧିକାରୀ ମାନେ ମଧ୍ୟ ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟ କରିବାର ଅଭିନବ ଶୈଳୀ କୁ ଭୂରି ଭୂରି ପ୍ରଶଂସା କରିଥିଲେ। ଜିଲ୍ଲାପାଳ ତାଙ୍କର ବକ୍ତବ୍ୟ ରେ ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ତାଙ୍କର କାର୍ଯ୍ୟ ଦକ୍ଷତା କୁ ନେଇ ଏବଂ କିପରି ଭାବରେ ଟିମ୍ ୱର୍କ୍ କରି ଅସାଧ୍ୟ କୁ ସାଧନ କରାଯାଇପାରେ ପ୍ରକାଶ କରିଥିଲେ। ନୂତନ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ସହ ତାଙ୍କର ଦାୟିତ୍ୱ ସମ୍ପାଦନା କରିବେ ବୋଲି ଆଶା ପ୍ରକାଶ କରିଥିଲେ। ଉକ୍ତ ସଭା ରେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ମୁଖ୍ୟ ଉନ୍ନୟନ ଅଧିକାରୀ ସୁଭେନ୍ଦ୍ର ସାମଲ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ସମସ୍ତ ଡେପୁଟୀ କଲେକ୍ଟର ଓ ସହକାରୀ ଜିଲ୍ଲାପାଳ ମାନେ ଅଂଶ ଗ୍ରହଣ କରିଥିଲେ। ଷ୍ଟାଫ୍ କମିଟି ତରଫ ରୁ ଅମୁଲ୍ୟ ସାହୁ, ଅତୁଲ ନନ୍ଦୀ, ଜେମାମଣି ନାୟକ,ଏଲିନା ସେନାପତି, ଶ୍ୟାମ ସୁନ୍ଦର ଜେନା, ଇତୁଲ୍ ଘୋଷ, ଓଁକାର ଦାସ, ସତ୍ୟ ପ୍ରକାଶ ଧଳ, ସୁମନ୍ ବିଡ଼ାନ୍ତ ଓ ଅନ୍ୟମାନେ ଯୋଗ ଦେଇଥିଲେ। ସମ୍ପୂର୍ଣ୍ଣ ସଭା କୁ କାର୍ତିକ ମଣ୍ଡଳ, ଡେପୁଟୀ କଲେକ୍ଟର ସଂଚାଳନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.