Home ଜିଲ୍ଲା ପରିକ୍ରମା ଦୁଇଦିନ ବ୍ୟାପୀ ସାଂସ୍କୃତିକ ଉତ୍ସବ ଉଦଯାପିତ, କାଳୀମଣ୍ଡପର ୧୦ ପୃଷ୍ଠ ପୋଷକଙ୍କୁ ସମ୍ବର୍ଦ୍ଧନା

ଦୁଇଦିନ ବ୍ୟାପୀ ସାଂସ୍କୃତିକ ଉତ୍ସବ ଉଦଯାପିତ, କାଳୀମଣ୍ଡପର ୧୦ ପୃଷ୍ଠ ପୋଷକଙ୍କୁ ସମ୍ବର୍ଦ୍ଧନା

12

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଐତିହାସିକ କାଳୀପୂଜା ଉପଲକ୍ଷେ ରେଲୱେ ଷ୍ଟେସନ ସମ୍ମୁଖ,ଚରମ୍ପା ଠାରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ପ୍ରଥମ କରି ଅନୁଷ୍ଠିତ ଦୁଇଦିନ ବ୍ୟାପୀ ସାଂସ୍କୃତିକ ଉତ୍ସବ ଗତକାଲି ରା଼ତ୍ରିରେ ଉଦଯାପିତ ହୋଇଯାଇଛି । କାଳୀପୂଜା ର ମେଳା ଜିଲ୍ଲାର ସଂସ୍କୃତି ଓ ଐତିହ୍ୟର ଗାଥା ଗାଏ ଓ ମୈତ୍ରୀ ଓ ଭାଇଚାରାର ସନ୍ଦେଶ ଦିଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଲ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଶିଷ୍ଟ ଅତିଥି ଭାବେ ଜିଲ୍ଲପାଳ ଦିଲୀପ ରାଉତରାଏ,ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ତନୁଜା ସିର୍କା,ସାହିତ୍ୟିକ ଇଂ ଅଭୟ ସୁତାର,ସାମ୍ବାଦିକ ରବିନାରାୟଣ ଖିଲାର ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ଉତ୍ସବ ରେ ଭଦ୍ରକ ରେ ଥିବା ୧୦ ଗୋଟି କାଳୀ ମଣ୍ଡପର ପୃଷ୍ଠ ପୋଷକଙ୍କୁ ମନ୍ତ୍ରୀ ଓ ଜିଲ୍ଲପାଳ ମାନପତ୍ର ସହିତ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥି ସହିତ କାଳୀପୂଜା ରେ ସୂଚନା କେନ୍ଦ୍ର ଖୋଲି ଥିବା ବିଭିନ୍ନ ସଙ୍ଗଠନ, ନୃତ୍ୟ ପରିବେଷଣ କରିଥିବା ୧୦ ଗୋଟି ନୃତ୍ୟ ଅନୁଷ୍ଠାନ ଓ ଉତ୍ସବ ରେ ଦୁଇଦିନ ଧରି ସଂଯୋଜନା କରିଥିବା ସାହିତ୍ୟିକ ଇଂ ଶ୍ରୀ ସୁତାର ଓ ସାମ୍ବାଦିକ ଶ୍ରୀ ଖିଲାର ଙ୍କୁ ମହୋତ୍ସବ ପୁରୁଷ ସମ୍ମାନରେ ମନ୍ତ୍ରୀ ଓ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ ।କଣ୍ଠଶିଳ୍ପୀ ରାମନାରାୟଣ ମହାନ୍ତି ପ୍ରାରମ୍ବିକ ସଂଗୀତ ଗାନ କରିଥିଲେ । ମନମୋହନ ସଙ୍ଗୀତ ପରିଷଦ,ଦର୍ଶନ ଡ୍ୟାନ୍ସ ଏକାଡେମୀ, ଉତ୍ସବ ଇନଷ୍ଟିଚ୍‌ଯୁଟ ଅଫ୍ କ୍ରିଏଟିଭ ଆର୍ଟସ,ସାଇ ନୃତ୍ୟ କଳା ଏକାଡେମୀ,ଲଳିତ କଳା ଏକାଡେମୀ, ମନ୍ଦିରା ଡ୍ୟାନ୍ସ ଗ୍ରୁପ, ଏମ୍ ଏମ୍ ଡ୍ୟାନ୍ସ ଗ୍ରୁପ,ଆଦି ଶକ୍ତି ଡ୍ୟାନ୍ସ ଗ୍ରୁପ, ଆର ଡି ଏସ ଗ୍ରୁପ, ଭଦ୍ରକ ସାଂସ୍କୃତିକ ଗ୍ରୁପ ର କଳାକାରମାନେ ଦୁଇଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ଏଥି ସହିତ ବହୁ ସୁନାମଧନ୍ୟ କଣ୍ଠ ଶିଳ୍ପୀ ଦୁଇଦିନ ଧରି ସଂଗୀତ ପରିବେଷଣ କରି ଦର୍ଶକ ଙ୍କ ମନୋମୁଗ୍ଧ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.