Home ଜିଲ୍ଲା ପରିକ୍ରମା ଦୁଇଦିନିଆ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଉଦ୍‌ଯାପିତ, ୨୪୩୩ ଜଣଙ୍କ ନାମ ପଞ୍ଜିକୃତ

ଦୁଇଦିନିଆ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଉଦ୍‌ଯାପିତ, ୨୪୩୩ ଜଣଙ୍କ ନାମ ପଞ୍ଜିକୃତ

41

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ନଭେମ୍ବର ୧୫ ରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ନିଯୁକ୍ତି ମେଳାରେ ଗତକାଲି ୧୬ ତାରିଖ ବୁଧବାର ଦିନ ଶେଷ ହୋଇଛି। ଜିଲ୍ଲାର ୭ଟି ବ୍ଲକ ଓ ଅନ୍ୟ ଜିଲ୍ଲାର ବେକାରୀମାନଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏହି ମେଳାରେ ସମୁଦାୟ ୨୪୩୩ ଜଣ ନାମ ପଞ୍ଜିକରଣ କରିଥିଲେ। ସେମାନଙ୍କ ମଧ୍ୟରୁ କାଉନ୍‌ସେଲିଂରେ ୧୭୧୭ଜଣ ଅଂଶ ଗ୍ରହଣ କରିଥିଲେ। ନିଯୁକ୍ତି ପାଇଁ ଆବଶ୍ୟକ ପରୀକ୍ଷା ପାଇଁ ୮୮୬ ଜଣ ପିଲାଙ୍କ ନାମ ତାଲିକା ଭୁକ୍ତ କରାଯାଇଥିଲା ଏବଂ ତାଲିମ୍ ଗ୍ରହଣ ପାଇ ୯୬୪ଜଣ ପିଲାଙ୍କୁ ଗ୍ରହଣ କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଭଦ୍ରକ ବ୍ଲକ ରୁ ୧ମ ଦିନରେ ୭୩୪ ଏବଂ ଦିତୀୟ ଦିନରେ ୩୭୭ ସମୁଦାୟ ୧୧୧୧ଜଣ, ସେହିପରି ତିହିଡ଼ି ବ୍ଲକରୁ ଯଥାକ୍ରମେ ୩୧୭, ୨୨ ସମୁଦାୟ ୩୩୯, ଚାନ୍ଦବାଲିରୁ ୧୭୨, ୨୧ ସମୁଦାୟ ୧୯୩, ବାସୁଦେବପୁର ରୁ ୧୦୨, ୨୫ ସମୁଦାୟ ୧୨୭, ବନ୍ତରୁ ୧୦, ୧୮୦ ସମୁଦାୟ ୧୯୦, ଭଣ୍ଡାରିପୋଖରୀ ରୁ ୧୪, ୧୨୦ ସମୁଦାୟ ୧୩୪, ଧାମନଗରରୁ ୭, ୨୦୨ ସମୁଦାୟ ୨୦୯ ଏବଂ ଅନ୍ୟ ଜିଲ୍ଲାରୁ ୭୦, ୬୦ ସମୁଦାୟ ୧୩୦, ୧ମ ଦିନରେ ୧୪୨୬ ଏବଂ ୨ୟ ଦିନରେ ୧୦୦୭, ଦୁଇ ଦିନରେ ସମୁଦାୟ ୨୪୩୩ ଜଣ ନାମ ପଞ୍ଜିକୃତ କରିଛନ୍ତି। ୧ମ ଦିନରେ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ସମ୍ମାନିତ ଅତିଥିଭାବେ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ଏବଂ ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ସମ୍ମାନିତ ଅତିଥିଭାବେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଯୋଗ ଦେଇ ଏହି ମେଳାର ଆଭିମୁଖ୍ୟ ଓ ଏହି ମେଳାର ବେକାରୀ ଯୁବକ ଯୁବତୀମାନଙ୍କ ପାଇଁ କିପରି ଅପୂର୍ବ ସୁଯୋଗ ସେ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ନିୟୋଜନ ଅଧିକାରୀ ଅଜୟ କୁମାର ଦାଶଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଏହି ମେଳାର ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ମେଳାରେ ପ୍ରାୟ ବେକାରୀ ପିଲାଙ୍କ ପାଇଁ ନିଯୁକ୍ତି ଓ ତାଲିମ ପ୍ରଦାନ ପାଇଁ ସୁଯୋଗ ସୃଷ୍ଟି କରାଯିବା ନେଇ ୨୧ଟି ସଂସ୍ଥା ଷ୍ଟଲ୍ ଖୋଲିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.