Home ଓଡ଼ିଶା ଦୁଇଟି ମସ୍ତକ ଥିବା ଅଦ୍ଭୁତ ପୁତ୍ର ସନ୍ତାନ ଜନ୍ମ

ଦୁଇଟି ମସ୍ତକ ଥିବା ଅଦ୍ଭୁତ ପୁତ୍ର ସନ୍ତାନ ଜନ୍ମ

156

ହରିଚନ୍ଦନପୁର, ତା ୪ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଦୁଇଟି ମସ୍ତକ ଥିବା ଅଦ୍ଭୁତ ପୁତ୍ର ସନ୍ତାନ ଜନ୍ମ, ଦେଖିବା ପାଇଁ ଲୋକଙ୍କ ଭିଡ଼ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ସକାଳ ସମୟରେ ଏହି ଅଦ୍ଭୁତ ପୁତ୍ର ସନ୍ତାନ ଜନ୍ମ ନେଇଥିବା ଦେଖିବାକୁ ମିଳିଛି । ମିଳିଥିବା ଖବର ଅନୁଯାୟୀ ଠାକୁରପଡା ଗ୍ରାମ ପଞ୍ଚାୟତ ରାଇଡିହା ଗ୍ରାମର ମୂରଲୀଧର ନାଏକଙ୍କ ପତ୍ନୀ ବାସନ୍ତୀ ନାଏକଙ୍କ ପ୍ରସବ ବେଦନା ହେବା ପରେ ଶୁକ୍ରବାର ରାତି ୧ଟା ସମୟରେ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଶନିବାର ସକାଳ ୬ଟା ସମୟରେ ପ୍ରଥମ ସନ୍ତାନ ଭାବେ ଏହି ଅଦ୍ଭୁତ ଦୁଇଟି ମସ୍ତକ ଥିବା ପୁତ୍ର ସନ୍ତାନ ଜନ୍ମ ନେଇଥିଲା । ସେଥିମଧ୍ୟରୁ ଗୋଟିଏ ମସ୍ତକ ଜୀବିତ ଥିବା ବେଳେ ପ୍ରାୟ ୧ଘଣ୍ଟା ପରେ ଉକ୍ତ ସନ୍ତାନର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଅଦ୍ଭୁତ ପୁତ୍ର ସନ୍ତାନକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିବା ବେଳେ ମୃତ୍ୟୁକୁ ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଉକ୍ତ ପରିବାରକୁ ପ୍ରଶାସନ ପକ୍ଷରୁ ସାହାଯ୍ୟ ସହଯୋଗ ଯୋଗାଇ ଦିଆଗଲେ ଦୁଃଖ ଲାଘବ ହୋଇପାରନ୍ତା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.