Home ଜିଲ୍ଲା ପରିକ୍ରମା ଦୁଃଖୀ ଦରିଦ୍ରଙ୍କୁ କମ୍ବଳ ଓ ମିଷ୍ଟାନ୍ନ ବାଂଟି କଲେ ବନ୍ଧୁ ମିଳନ

ଦୁଃଖୀ ଦରିଦ୍ରଙ୍କୁ କମ୍ବଳ ଓ ମିଷ୍ଟାନ୍ନ ବାଂଟି କଲେ ବନ୍ଧୁ ମିଳନ

9

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆରଡି ପୀଠର ସର୍ବ ପୁରାତନ ଶିକ୍ଷାକେନ୍ଦ୍ର ଆଖଣ୍ଡଳମଣି ଉଚ୍ଚ ବିଦ୍ୟାଳୟର ୧୯୯୭ ମସିହାରେ ୧୦ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ନିଆରା ଭୋ୍ୱ ସମାଜକୁ ନୂଆ ବାର୍ତା ଦେବା ପାଇଁ ରବିବାର ବିଦ୍ୟାଳୟ ପରିସରରେ ଦୁଖୀ ଦରିଦ୍ରଙ୍କୁ କମ୍ବଳ ଓ ମିଷ୍ଟାନ୍ନ ବାଂଟି ଗୁରୁ ପୂଜନ ଓ ୍ୱନ୍ଧୁମିଳନ ଉତ୍ସ୍ୱ ପାଳନ କରିଥିଲେ। ଦୀର୍ଘ ୨୮ ବର୍ଷ ପରେ ଶିକ୍ଷକ ଓ ଛାତ୍ରଛାତ୍ରୀ ଏକତ୍ରିତ ହୋଇଥିବାରୁ ସମସ୍ତଙ୍କ ମନରେ ଖୁସିର ବାତାବରଣ ଦେଖାଦେଇଥିଲା। ସର୍ବପ୍ରଥମେ ଛାତ୍ରଛାତ୍ରୀମାନେ ପୀଠର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣିଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ଘର୍ଷଣଲାଗି କରିଥିଲେ। ପରେ ଅଧ୍ୟୟନ ଦେଇଥିବା ଗୁରୁ ବାବାଜି ଚରଣ ପଣ୍ଡା, କଳାକାର ନାୟକ, ସୋମନାଥ ପୋଥାଳ, ବଂଶିଧର ପାଢୀ, କୁଶଭଦ୍ରା ପରିଡ଼ାଙ୍କ ସହ ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନଶିକ୍ଷକ ଇନ୍ଦ୍ରମଣି ସ୍ୱାଇଁଙ୍କୁ ପୁଷ୍ପମାଲ୍ୟ ଓ ଓତରୀୟ ପ୍ରଦାନ କରି ସ୍ୱାଗତ କରିବା ସହିତ ବାଜା ରୋଷଣୀ ଦ୍ୱାରା ଏକ ସୁସଜ୍ଜିତ ରଥରେ ବସାଇ ପୀଠ ପରିକ୍ରମା କରାଇଥିଲେ। ଏହି ଶୋଭାଯାତ୍ରାରେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଛାତ୍ରଛାତ୍ରୀମାନେ ସାମିଲ ହୋଇ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢ଼ା ପରିକ୍ରମା କରିଥିଲେ। ପରେ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ସମସ୍ତ ଶିକ୍ଷକମାନେ ବିଦ୍ୟାଳୟ ପରିସରରେ ପହଂଚିବା ପରେ ଗୁରୁ ପୂଜନ ଓ ଗୁରୁ ବନ୍ଦନା ଅନୁଷ୍ଠିତ ହୋଇଥିଲା। ପରେ ବିଦ୍ୟାଳୟ ପରିସର ଦୁଃଖୀ ଦରିଦ୍ର ଲୋକଙ୍କୁ କମ୍ବଳ ଓ ମିଷ୍ଟାନ୍ନ ବଂଟନ କରାଯାଇଥିଲା। ଅବସରପ୍ରାପ୍ତ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇବା ସହ ଦିଗଦର୍ଶନ ଦେଇଥିବା ୧୯୯୭ ମସିହା ବ୍ୟାଚର ଛାତ୍ରଛାତ୍ରୀମାନେ ତାଙ୍କର ଅଭିଭାଷଣ ରଖିଥିଲେ। ଅନ୍ୟପଟେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବାବାଜି ଚରଣ ପଣ୍ଡା ତାଙ୍କ ଅଭିଭାଷଣରେ ସମାଜକୁ ନୂଆ ବାର୍ତା ଦେଇ ବନ୍ଧୁମିଳନ କରିବା ଏକ ନିଆରା ପ୍ରୟାସ ବୋଲି କହିବା ସହ ଦୀର୍ଘବର୍ଷ ପରେ ବିଦ୍ୟାଳୟକୁ ଆସି ବିଗତ ଦିନରେ ସ୍ମୃତି ବଖାଣି ଥିଲେ। ଏପରିକି ଆୟୋଜନ କରିଥିବା ଛାତ୍ରଛାତ୍ରୀଙ୍କୁ କୃତଜ୍ଞ ଜଣାଇଥିଲେ। ପରେ ଛାତ୍ରଛାତ୍ରୀମାନେ ସମସ୍ତ ଗୁରୁ ମାନଙ୍କୁ ମାନପତ୍ର ଦେଇ ତାଙ୍କ ଠାରୁ ଆଶିଷ କାମନା ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.