Home କେନ୍ଦ୍ରାପଡ଼ା ଦୀର୍ଘ ୧୫ ଦିନର ଲୁଚକାଳି ପରେ ଇସ୍ତଫା ଦେଲେ ଯୁବକସଙ୍ଘ ସାଧାରଣ ସମ୍ପାଦକ

ଦୀର୍ଘ ୧୫ ଦିନର ଲୁଚକାଳି ପରେ ଇସ୍ତଫା ଦେଲେ ଯୁବକସଙ୍ଘ ସାଧାରଣ ସମ୍ପାଦକ

43

କେନ୍ଦ୍ରାପଡ଼ା ୩୦ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ସରକାରୀ ନିୟମ ଏବଂ ଚାକିରୀ ସର୍ତ୍ତାବଳୀ ଖିଲାପକରି ବିଭାଗୀୟ ଅଧିକାରୀ ଓ ଆଇନ ସହ ଲୁଚକାଳି ଖେଳି ସାରିବା ପରେ ଓଳାଭର ନୋଡାଲ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀନିବାସ ଓଝା ଓଳାଭର ଯୁବକ ସଙ୍ଘ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି। ସେହି ଇସ୍ତଫା ପତ୍ରର ନକଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ରାଉତଙ୍କୁ ପ୍ରଦାନ କରିବା ପରେ ଶ୍ରୀ ରାଉତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ସେହି ନକଲ ପଠାଇଥିବା ଜଣାପଡିଛି। ଏହି ଘଟଣାରେ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜିବ ସିଂଙ୍କ ପଦକ୍ଷେପକୁ ଅଭିଯୋଗକାରୀ ନଳିନୀ ପୃଷ୍ଟି, ଜିଲ୍ଲା ୟୁଟିଆଇ ସମ୍ପାଦକ ହେମନ୍ତ ଜେନା, ପୂର୍ବତନ ଛାତ୍ର ଶ୍ରୀକାନ୍ତ ସେନାପତି, ପ୍ରଶାନ୍ତ ସେଠୀ, ଅନିତା ବାରିକ, ମନୋଜ ରଥ, ଭାଗିରଥି ପୃଷ୍ଟି, ଆଶିଷ କୁମାର ପୃଷ୍ଟି, ରଞ୍ଜନ କୁମାର ପରିଡାଙ୍କ ସମେତ ଓଳାଭର ଅଞ୍ଚଳର ବହୁ ପ୍ରାକ୍ତନ ଛାତ୍ର ଓ ଯୁବକ ସଙ୍ଘର ପ୍ରାକ୍ତନ ସଭ୍ୟମାନେ ସ୍ୱାଗତ କରିବା ସହ କୃତଜ୍ଞତା ଅର୍ପଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.