Home Top News ଦୀର୍ଘ ମିଆଦି ଶାସନ ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ

ଦୀର୍ଘ ମିଆଦି ଶାସନ ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ

49

ଆସନ୍ତା ସାଧାରଣ ନିର୍ବାଚନରେ ଓଡିଶା ରାଜନୀତି ଗୋଟିଏ ଐତିହାସିକ ଫଳାଫଳ ଆଡକୁ ମୁଁହାଉଛି ବୋଲି ରାଜନୈତିକ ବ୍ୟକ୍ତିବିଶେଷ ମତବ୍ୟକ୍ତ କଲେଣି। ଓଡ଼ିଶାର ଭୋଟର ଖୋଲାଖୋଲି ମତବ୍ୟକ୍ତ କଲେଣି ଭୋଟ କାହାକୁ ଦବୁ ? ଦୀର୍ଘ ୨୩ ବର୍ଷ ଧରି ରାଜ୍ୟରେ ବିଜେଡ଼ି ସରକାର ଅଛି। ନବୀନ ପଟ୍ଟନାୟକ ଲଗାତାର ମୁଖ୍ୟମନ୍ତ୍ରୀ ହୋଇ ଆସୁଛନ୍ତି। ମାତ୍ର ଗଣତାନ୍ତ୍ରିକ ଵିଧି ବ୍ୟବସ୍ତା ଭିତରେ ସରକାର ଆଉ ଚାଲୁନି ବୋଲି ରାଜ୍ୟବାସୀ ହୃଦୟଙ୍ଗମ କଲେଣି। ୨୦୧୯ ସାଧାରଣ ନିର୍ବାଚନ ପାରେ ରାଜ୍ୟ ଆଉ ଗଣତନ୍ତ୍ର ସଂଘୀୟ ବ୍ୟବସ୍ଥା ଭିତରେ ନାହିଁ ବୋଲି ସର୍ବସାଧାରଣରେ ଖୁଲମ ଖୁଲା ମତାମତ ପ୍ରକାଶ ପାଇଲାଣି। ଗତଦିନ ଜଣେ ଲୋକପ୍ରତିନିଧି ଓ ପ୍ରଶାସକ ରାଜରାସ୍ତାରେ ଯେପରି ମୁଁହାମୁହିଁ ହେଲେ ଏହା ଗଣତନ୍ତ୍ର ବିଲୋପର ଆଭାସ ପରିଲକ୍ଷିତ ବୋଲି ସାଧାରଣରେ ଓ ସାମାଜିକ ଗଣମାଧ୍ୟମରେ ପରିପ୍ରକାଶ ହେଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଜଣେ ଲୋକପ୍ରିୟ ନେତା। ମାତ୍ର ବୟସାଧିକ କାରଣରୁ ସେ ଆଉ ନିଜସ୍ୱ ନିଷ୍ପତି ଉପରେ ଦଣ୍ଡାୟମାନ ହେଇପାରୁନାହାନ୍ତି ବୋଲି ଜନସାଧାରଣ ବିଶ୍ୱାସକୁ ନେଇ ସାରିଲେଣି। ଏହାର ପରିଣାମ ସ୍ୱରୂପ ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ପ୍ରଶାସନ ହାତରେ ବୋଲି ଦାଣ୍ଡରେ ପଡି ହାତରେ ଚର୍ଚ୍ଚା। ପରିସ୍ଥିତି ଏପରି ଯେ, ବିଜେଡ଼ି ତଥା ନବୀନ ପ୍ରିୟ ଭୋଟର ଏବେ ଦ୍ବନ୍ଦରେ। ଭୋଟ କାହାକୁ ଦବୁ। ବିଜେଡି ନେତା, ବିଧାୟକ, ମନ୍ତ୍ରୀ, ସାଂସଦ ଆଜି ନିଜସ୍ୱ ଗୃହବନ୍ଦୀ। ଅନିଚ୍ଛା ସତ୍ୱେ ପ୍ରଶାସକର ଗୁଣଗାନ କରୁଛନ୍ତି। କେବଳ ବିଧାୟକ ଟିକଟ ପାଇବା ପାଇଁ। ନେତାଙ୍କ ସାମ୍ବିଧାନିକ କାର୍ଯ୍ୟ ହେଲା ଗଣତନ୍ତ୍ରର ସୁରକ୍ଷା। ସରକାରୀ ସୁବିଧା ସୁଯୋଗର ଫାଇଦା ଲୋକମାନେ ନେଉଛନ୍ତି। ତା’ ଛଡା ଅନ୍ୟାନ ପ୍ରସଙ୍ଗ ରହିଛି। ଯାହାକୁ ଲୋକପ୍ରତିନିଧି ସମାଧାନ କରନ୍ତି। ମାତ୍ର ଓଡ଼ିଶାରେ ଗଣତନ୍ତ୍ର ରସାତଳଗାମୀ ବୋଲି ରାଜ୍ୟବ୍ୟାପି ଚର୍ଚ୍ଚା। ସେମାନଙ୍କ ମତରେ ଭୋଟ ଦେଇ ନେତା ବାଛିବୁ, ଶାସନ କରିବେ ପ୍ରଶାସନ। ଓଡ଼ିଶାରେ ଗଣତନ୍ତ୍ରର ପ୍ରଥମ ସ୍ତମ୍ଭ ଏବେ ଦ୍ଵିତୀୟରେ ଓ ଦ୍ଵିତୀୟ ସ୍ତମ୍ଭ ଏବେ ପ୍ରଥମରେ ବୋଲି ଦେଶ -ବିଦେଶରେ ଚର୍ଚ୍ଚା।

ଏହା ଦୀର୍ଘ ମିଆଦି ଶାସନର ଅସ୍ତଗାମୀ ପରିଭାଷା ବୋଲି ବୁଦ୍ଧିଜୀବୀଙ୍କ ମତ। ଓଡ଼ିଶାରେ ଦିନ ଥିଲା କଂଗ୍ରେସର ଦୀର୍ଘ ମିଆଦି ଶାସନ ଦଳକୁ ରସାତଳଗାମୀ କରିଦେଇଥିଲା। ଯାହାର ପରିଣାମ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ କଂଗ୍ରେସ ଭୋଗୁଛି। ଭାରତ ବର୍ଷ ରାଜନୀତିରେ ଏକାଧିକ ଉଦାହରଣ ରହିଛି। ପଶ୍ଚିମବଙ୍ଗର କମ୍ୟୁନିଷ୍ଟ ଶାସନ, ଉତ୍ତରପ୍ରଦେଶର ବହୁଜନ ସମାଜବାଦୀ ଶାସନ, ତାମିଲନାଡୁରେ ଏଆଇଏଡ଼ିଏମକେ, ସିକିମର ସିକିମ ଡେମୋକ୍ରାଟିକ ଫ୍ରଣ୍ଟ, ଏହାର ଗୋଟିଏ ଗୋଟିଏ ଜ୍ୱଳନ୍ତ ଉଦାହରଣ। ବିଶେଷକରି ଉତ୍ତରପ୍ରଦେଶରେ ବହୁଜନ ସମାଜବାଦୀ ପାର୍ଟି ବିଲୁପ୍ତପ୍ରାୟ ଓ ପଶ୍ଚିମବଙ୍ଗରେ କମ୍ୟୁନିଷ୍ଟ ପାର୍ଟି ସମ୍ପୂର୍ଣ ଭାବରେ ଲୋପ ପଇସାରିଲାଣି। ତେଣୁ ବିଜୁ ଜନତା ଦଳ ଭାରତ ବର୍ଷର ଗୋଟିଏ ବୃହତମ ଆଞ୍ଚଳିକ ଦଳ। ନିଜସ୍ୱ ସ୍ୱାର୍ଥରୁ ଉର୍ଦ୍ଧରେ ରହି ଦଳକୁ ମଜଭୁତ କରିବା ସମସ୍ତ ନେତା ଓ କର୍ମୀଙ୍କ ଦାୟିତ୍ୱ ବୋଲି ଜନସାଧାରଣରେ ମତପ୍ରକାଶ ପାଉଛି।

ପ୍ରିୟ ରଞ୍ଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.